ETV Bharat / state

ବକେୟା ପାଉଣା ଦାବିରେ କମ୍ପାନୀ ସମ୍ମୁଖରେ ଠିକାଦାରଙ୍କ ଧାରଣା - worker protest infront of company

ବକେୟା ପାଉଣା ଦାବି ନେଇ ଜଗତସିଂହପୁର ତୈଳବିଶୋଧନାଗାର ଫାଟକ ସମ୍ମୁଖରେ ଧାରଣା ଦେଇଛନ୍ତି ପ୍ରାୟ ୩୨ ରୁ ଉର୍ଦ୍ଧ୍ବ ଠିକାଦାର ମାନେ ।

ବକେୟା ପାଉଣା ଦାବିରେ ତୈଳବିଶୋଧନାଗାର ଫାଟକ ସମ୍ମୁଖରେ ଧାରଣା

author img

By

Published : Oct 5, 2020, 6:15 PM IST

ଜଗତସିଂହପୁର: ବକେୟା ପାଉଣା ଦାବି ନେଇ ଜଗତସିଂହପୁର ତୈଳ ବିଶୋଧନାଗାର ଫାଟକ ସମ୍ମୁଖରେ ଧାରଣା ଦେଇଛନ୍ତି ପ୍ରାୟ ୩୨ ରୁ ଉର୍ଦ୍ଧ୍ବ ଠିକାଦାର ।

ବକେୟା ପାଉଣା ଦାବିରେ ଠିକାଦାରଙ୍କ ଧାରଣା

ସୂଚନାନୁଯାୟୀ, ଦୀର୍ଘଦିନ ହେବ ଏହି ଠିକାଦାରମାନେ ତୈଳବିଶୋଧନାଗାର ଅଧିନରେ ଥିବା ପୁଞ୍ଜ୍ ଲୟେଡ଼ କମ୍ପାନୀରେ ଠିକା କାମ କରି ଆସୁଛନ୍ତି । କମ୍ପାନୀ ଉପରେ ପ୍ରାୟ ୧୨ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବାକି ଥିବାବେଳେ କମ୍ପାନୀ ବକେୟା ଅର୍ଥ ଦେବା ପାଇଁ ସମୟ ଗଡାଇ ଚାଲିଛି କିନ୍ତୁ ଟଙ୍କା ଦେଉନାହିଁ ।

ତେବେ ଏସଂକ୍ରାନ୍ତରେ ଠିକାଦାରମାନେ ତୈଳ ବିଶୋଧନାଗାର କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବାପରେ ଖୁବଶୀଘ୍ର ବକେୟା ପାଉଣା ପ୍ରଦାନ କରାଯିବ ବୋଲି କର୍ତ୍ତୃପକ୍ଷ ପ୍ରକାଶ କରିଥିଲେ । ହେଲେ ପ୍ରତିଶୄତି କେବଳ ପ୍ରତିଶୄତିରେ ରହିବାରୁ ଶେଷରେ ଧାରଣାରେ ବସିଲେ ଠିକାଦାରମାନେ । ଯେ ପର୍ଯ୍ୟନ୍ତ ବକେୟା ପାଉଣା ପାଇନାହାନ୍ତି ସେ ପର୍ଯ୍ୟନ୍ତ ଠିକା କାମବନ୍ଦ କରିବା ସହିତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ରେ ବସି ରହିବେବୋଲି ଚେତାବନୀ ଦେଇଛନ୍ତି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.