ETV Bharat / state

ମହିଳାଙ୍କ ଉପରେ ମାଡ଼ିଗଲା ଟ୍ରାକ୍ଟର, ଚାଲିଗଲା ଜୀବନ

ଜଗତସିଂହପୁର ସଦର ଥାନା ଅନ୍ତର୍ଗତ କଣ୍ଟିଲ ପଞ୍ଚାୟତ ବିଅଳ ଗ୍ରାମରେ ଜଣେ ମହିଳାଙ୍କ ଉପରେ ଟ୍ରାକ୍ଟର ମାଡି ଯିବାରୁ ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଛି । ଅଧିକ ପଢ଼ନ୍ତୁ

author img

By

Published : Jun 10, 2022, 7:53 AM IST

ମହିଳାଙ୍କ ଉପରେ ମାଡ଼ିଗଲା ଟ୍ରାକ୍ଟର, ଚାଲିଗଲା ଜୀବନ
ମହିଳାଙ୍କ ଉପରେ ମାଡ଼ିଗଲା ଟ୍ରାକ୍ଟର, ଚାଲିଗଲା ଜୀବନ

ଜଗତସିଂହପୁର: କଣ୍ଟିଲ ପଞ୍ଚାୟତ ବିଅଳ ଗ୍ରାମରେ ଜଣେ ମହିଳାଙ୍କ ଉପରେ ଟ୍ରାକ୍ଟର ମାଡି ଯିବାରୁ ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ ବିଅଳ ଗ୍ରାମର ଚର୍ତୁଃଭୁଜ ଜେନାଙ୍କ ପତ୍ନୀ ରଶ୍ମିତା ପରିଡା ବାରିପଟକୁ ଯିବା ସମୟରେ ଜଣେ ମଦ୍ୟପ ବେପରୁଆ ଭାବେ ଟ୍ରାକ୍ଟର ଆଣି ରଶ୍ମିତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ରଶ୍ମିତାଙ୍କର ମୃତ୍ୟୁ ହୋଇଥିଲା ।

ମହିଳାଙ୍କ ଉପରେ ଟ୍ରାକ୍ଟରଟି ମାଡ଼ିଯିବାର ଦେଖି ମଦ୍ୟପ ଚାଳକ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା । ସ୍ଥାନୀୟ ଲୋକେ ମହିଳାଙ୍କୁ ଉଦ୍ଧାର କରି ପ୍ରଥମେ ମଣ୍ଡସାହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଯାହାକୁ ନେଇ ବିଅଳ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି । ପୋଲିସ ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟରକୁ ଜବତ କରିବାସହ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.