ETV Bharat / state

ଜଗତସିଂହପୁରରେ ବଣୁଆ ହାତୀ ଆତଙ୍କ - Wild elephant terror

ଜିଲ୍ଲାର ରଘୁନାଥପୁର ଥାନା ଅଞ୍ଚଳରେ ହାତୀ ଆତଙ୍କ । ହାତୀଟି ଢେ଼ଙ୍କାନାଳ ଜିଲ୍ଲା କପିଳାସ ରେଞ୍ଜରୁ ଆସିଥିବା କୁହାଯାଉଛି । ଅଧିକ ପଢନ୍ତୁ...

ଜଗତସିଂହପୁରରେ ବଣୁଆ ହାତୀ ଆତଙ୍କ
ଜଗତସିଂହପୁରରେ ବଣୁଆ ହାତୀ ଆତଙ୍କ
author img

By

Published : Oct 28, 2021, 10:37 PM IST

ଜଗତସିଂହପୁର: ଜିଲ୍ଲାର ରଘୁନାଥପୁର ଥାନା ଅଞ୍ଚଳରେ ହାତୀ ଆତଙ୍କ । ହାତୀଟି ଢେ଼ଙ୍କାନାଳ ଜିଲ୍ଲା କପିଳାସ ରେଞ୍ଜରୁ ଆସିଥିବା କୁହାଯାଉଛି । ଗତକାଲି(ବୁଧବାର) କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି କଟିକଦାରେ ଜଣେ ବୃଦ୍ଧଙ୍କୁ ଦନ୍ତା ହାତୀଟି ଆକ୍ରମଣ କରିବା ଫଳରେ ବୃଦ୍ଧଙ୍କ ମୃତ ହୋଇଥିବା ଖବର ମିଳିଥିଲା। ପରେ ରଘୁନାଥପୁର ଥାନାର ବର୍ତ୍ତୀ ଗାଁରେ ଆଜି ହାତୀ ପଶି ପୁଣି ଆତଙ୍କ ସୃଷ୍ଟି କରିଛି ।

ଜଗତସିଂହପୁରରେ ବଣୁଆ ହାତୀ ଆତଙ୍କ

କଟକ, କେନ୍ଦ୍ରାପଡା, ଜଗତସିଂହପୁର ଅଞ୍ଚଳରୁ ଶହେରୁ ଊର୍ଦ୍ଧ୍ବ ବନ କର୍ମଚାରୀ ୧୦ଟି ଟିମ ସହ ଏବେ ହାତୀକୁ ଘଉଡାଇବା ପାଇଁ ସ୍ଥାନୀୟ ଅଞ୍ଚଳରେ ମୁତୟନ ଅଛନ୍ତି । ତେବେ ଗ୍ରାମବାସୀଙ୍କ କହିବା କଥା ସକାଳ ସମୟରେ ହାତୀଟିକୁ ଧାନ କିଆରୀରେ ଦେଖିଥିବା ବେଳେ କିଛି ସମୟ ପରେ ହାତୀଟି ମହାନଦୀରେ ପଶି ପାଣି ପିଇଥିଲା । ଏହା ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀଟିକୁ ଘଉଡାଇବା ପାଇଁ ପ୍ରୟାସ କରିଥିଲେ ।

ତେବେ ହାତୀଟି ଏଣେତେଣେ ଦୌଡ଼ିବାରୁ ବନବିଭାଗ କର୍ମଚାରୀମାନେ ହଡ଼ ବଡେଇ ଯାଇଥିଲେ । ନିଆଁହୁଳା ଓ ବାଣ ଫୁଟାଇ ବନ ବିଭାଗ ଅଧିକାରୀ ମାନେ ହାତୀକୁ ତଡିବାକୁ ପ୍ରୟାସ କରିଥିଲେ ମଧ୍ୟ ହାତୀକୁ ଘଉଡେଇବାରେ ସଫଳ ହୋଇ ପାରିନାହାନ୍ତି । ସନ୍ଧ୍ୟା ହୋଇଯିବାରୁ ବନ ବିଭାଗ କର୍ମଚାରୀ ହାତୀକୁ ଜଗି ରହିଥିବା ଦେଖିବାକୁ ମିଳିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.