ପାରାଦ୍ୱୀପ: ପାରାଦ୍ୱୀପରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ତିଆରି କରିବ ଓ୍ବେଷ୍ଟର୍ଣ୍ଣ ଡକ୍ (ପୋତାଶ୍ରୟ) । ସବୁଠୁ ଅଧିକ ଟଙ୍କାର ଟେଣ୍ଡର ପକାଇଥିଲା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର । ୧୮ ମିଟର ଗଭୀର ଓ ୧୮ ମିଟର ଚଉଡା ଓ ଦେଢ଼ କିଲୋମିଟର ଲମ୍ବର ତିଆରି ହେବ ଏହି ଡକ୍ ।
୨୦୨୫ ମସିହା ସୁଦ୍ଧା ୩୦୦ ମିଲିୟନ ମେଟ୍ରିକ୍ ଟନ୍ ଓ ୨୦୪୭ ସୁଦ୍ଧା ୭୫୦ ମିଲିୟନ ମେଟ୍ରିକ୍ ଟନ୍ ପଣ୍ୟ ପରିବହନ କରିବାକୁ ଲକ୍ଷ୍ୟ ରଖିଛି ପାରାଦ୍ୱୀପ ବନ୍ଦର । ପାରାଦ୍ୱୀପରେ ଲାଗିବ କେପ୍ ସାଇଜ଼ ଭେସେଲ, ଏଥିପାଇଁ କାର୍ଯ୍ୟ ଆରମ୍ଭ ହୋଇଥିବା ବନ୍ଦର ଅଧ୍ୟକ୍ଷ ପି.ଏଲ ହାରନାଦ ସୂଚନା ଦେଇଛନ୍ତି ।
ଇଟିଭି ଭାରତ, ଜଗତସିଂହପୁର