ଜଗତସିଂହପୁର: ରୋଗୀମୃତ୍ୟୁ ନେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା । ସ୍ବାସ୍ଥ୍ୟକେନ୍ଦ୍ରରେ ଭଙ୍ଗାରୁଜା କରିବା ସହ ରାସ୍ତା ଅବରୋଧ କଲେ ରୋଗୀଙ୍କ ସମ୍ପର୍କୀୟ । ଜଗତସିଂହପୁର ଜିଲ୍ଲା ଏରସମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି ଏଭଳି ଘଟଣା ।
ଜଗତସିଂହପୁର ଜିଲ୍ଲା ଜପା ଗ୍ରାମର ଜୈନିକ ବ୍ୟକ୍ତିଙ୍କ ରାସ୍ତା ଦୁର୍ଘଟଣାରେ ମୁଣ୍ଡ ଓ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା । ଏହାପରେ ତାଙ୍କୁ ଏରସମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ଚିକିତ୍ସା ଅଭାବରୁ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ କରି ଡାକ୍ତରଖାନାରେ ଭଙ୍ଗାରୁଜା କରିଥିଲେ ରୋଗୀଙ୍କ ସମ୍ପର୍କୀୟ ଓ ଗ୍ରାମବାସୀ । ଏହା ସହିତ ଏରସମା ଜଗତସିଂହପୁର ରାସ୍ତା ଅବରୋଧ କରିଥିଲେ । ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରିବର୍ତ୍ତେ ଗ୍ରାମବାସୀ ଓ ସ୍ଥାନୀୟ ଲୋକଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି।
ଜଗତସିଂହପୁରରୁ ଶୁସାନ୍ତ ପାତ୍ର, ଇଟିଭି ଭାରତ