ETV Bharat / state

ଜୀବନ ଜୀବିକାକୁ ନେଇ କମ୍ପାନୀ ବିରୋଧରେ ରଣହୁଙ୍କାର - ଆର୍ସେଲର ମିତ୍ତଲ ନିପନ ଷ୍ଟିଲ

ପାରାଦ୍ବୀପ ଉପକଣ୍ଠ ହାଣ୍ଡିଆ ଗ୍ରାମରେ ମାଟିବନ୍ଧ କାମ କରିବାକୁ ଆସିଥିବା ଜେସିବି ମେସିନ ଆଗରେ ଗ୍ରାମବାସୀ ବସିବା ସହ କଲେ ବିରୋଧ । ଅଧିକ ପଢନ୍ତୁ...

villagers protest
villagers protest
author img

By

Published : Feb 23, 2023, 5:37 PM IST

villagers protest

ଜଗତସିଂହପୁର: ପାରାଦ୍ବୀପରେ ପୁଣି ତାତିଲେ ଗ୍ରାମବାସୀ । ମାଟିବନ୍ଧ କାମ କରିବାକୁ ଆସିଥିବା ଜେସିବି ମେସିନ ଆଗରେ ଗ୍ରାମବାସୀ ବସିବା ସହ ବିରୋଧ ମଧ୍ୟ କରିଥିଲେ। ଏନେଇ ପରିସ୍ଥିତି ଉତ୍ତେଜନା ହେବାରୁ କାମ କରିବାକୁ ଆସିଥିବା ଜେସିବି ମେସିନ ମଧ୍ୟ ଫେରିଗଲା । ତେବେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପାରାଦ୍ବୀପ ଉପକଣ୍ଠ ହାଣ୍ଡିଆ ଗ୍ରାମ ପାଖରେ ।

'ଆର୍ସେଲର ମିତ୍ତଲ ନିପନ ଷ୍ଟିଲ' କମ୍ପାନୀର ପାଚେରୀ କାମ ପାଇଁ ମାଟି ଘେରି ବନ୍ଧ ନିର୍ମାଣ କାମ କିଛି ଠିକାଦାର ନେଇଥିବା ବେଳେ ବିସ୍ଥାପିତ ହେଉଥିବା ହାଣ୍ଡିଆ ଗ୍ରାମବାସୀ ଏହି କାମକୁ ବିରୋଧ କରିବା ସହ କାମ କରାଇ ଦେଇନାହାନ୍ତି । କମ୍ପାନୀ ପାଇଁ ନୂଆଗଡ ପଞ୍ଚାୟତ ର ସମ୍ପୂର୍ଣ୍ଣ ହାଣ୍ଡିଆ ଗ୍ରାମଟି ବିସ୍ଥାପିତ ହେଉଥିବା ବେଳେ ସେମାନଙ୍କୁ ଆଜି ପର୍ଯ୍ୟନ୍ତ ଥଇଥାନ ମଧ୍ୟ କରାଯାଇନାହିଁ। ଏମିତିକି ପରିବାର ର ଜଣଙ୍କୁ କମ୍ପାନୀରେ ନିଯୁକ୍ତି ଦେବା ଓ ଅନ୍ୟାନ୍ୟ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଗ୍ରାମବାସୀ ମାନେ ଦୀର୍ଘଦିନ ହେବ ଦାବି କରି ଆସୁଛନ୍ତି । ହେଲେ କମ୍ପାନୀ ଦାବି ପୂରଣ ପାଇଁ ପ୍ରତିଶୃତି ଦେଇ ପ୍ରତାରଣା କରୁଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।

ଗତ ତିନିମାସ ତଳେ ଏହିଭଳି ସମସ୍ୟା ଉପୁଜୁଥିଲା ଓ କମ୍ପାନୀ କର୍ତ୍ତୃପକ୍ଷ ଏହାର ସମାଧାନ ପାଇଁ ପ୍ରତିଶୃତି ଦେବା ପରେ ଲୋକେ ଆନ୍ଦୋଳନ ରୁ ଓହରିଥିବା ଦେଖାଯାଇଥିଲା । କିନ୍ତୁ କମ୍ପାନୀ ପରବର୍ତ୍ତୀ ସମୟରେ ସମସ୍ୟା ର ସମାଧାନ ନ କରି କିଛି ଠିକାଦାରଙ୍କୁ ନେଇ ପାଚେରୀ କାମ ପାଇଁ ଜେସିବି ମେସିନ୍ ଓ ହାଇଓ୍ବା ଗାଡି ଦ୍ବାରା ମାଟି ପକାଉଥିଲେ । ହେଲେ ଖବର ପାଇ ଗ୍ରାମବାସୀମାନେ କାମକୁ ବନ୍ଦ କରିଥିବା ଦେଖାଯାଇଛି । ଏମିତିକି ଆଜି ପର୍ଯ୍ୟନ୍ତ ସ୍ଥାୟୀ ନିଯୁକ୍ତି ନାହିଁ କି ପରିବେଶ ପାଇଁ କାରଖାନା କର୍ତ୍ତୃପକ୍ଷ ଯତ୍ନଶୀଳ ରହୁ ନାହାନ୍ତି ।

ତେବେ କମ୍ପାନୀ ୨୦୧୪ ମସିହାରେ କିଛି ଯୁବକ ଯୁବତୀଙ୍କୁ ତାଲିମ ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ନିଯୁକ୍ତି ଦେଉନାହାନ୍ତି କି ବିସ୍ଥାପିତ ଙ୍କୁ ଥଇଥାନ କରା ଯାଉନାହିଁ। ଅନ୍ୟପଟେ କମ୍ପାନୀ କର୍ତ୍ତୃପକ୍ଷ ପାଚେରୀ କାର୍ଯ୍ୟକୁ ତ୍ବରାନ୍ବିତ କରିବା ଓ ମାଟି ବନ୍ଧ କାର୍ଯ୍ୟକୁ ଠିକାଦାରଙ୍କ ଦ୍ବାରା ଆଗେଇ ନେଉଥିବା ବେଳେ କମ୍ପାନୀ ଦେଇଥିବା ପ୍ରତିଶୃତି ଆଜି ବି ପୂରଣ ହୋଇ ପାରିନାହିଁ। ଉକ୍ତ କାରଖାନା ନିକଟରେ ଦାବି ଉପସ୍ଥାପନ କରି ହାଣ୍ଡିଆ ଗ୍ରାମବାସୀ ନିରାଶ ହେବା ପରେ କମ୍ପାନୀର ମାଟି ବନ୍ଧ କାର୍ଯ୍ୟକୁ ବନ୍ଦ କରିବା ସହିତ ଧାରଣାରେ ବସିଛନ୍ତି ହାଣ୍ଡିଆ ଗ୍ରାମବାସୀ। କମ୍ପାନୀ ଦେଇଥିବା ପ୍ରତିଶ୍ରୁତିକୁ ପାଳନ ନ କଲେ ଏହି ଧାରଣା ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ହାଣ୍ଡିଆ ଗ୍ରାମବାସୀ।

ଏଥିସହ ଏ ସମ୍ପର୍କରେ କମ୍ପାନୀ କତ୍ତୃପକ୍ଷଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କ୍ୟାମେରା ସମୂଖରେ କୌଣସି ସୂଚନା ଦେବାକୁ ମନା କରିଦେଇଛନ୍ତି। ତେବେ କ୍ୟାମେରା ବାହାରେ କହିଛନ୍ତି ଯେ ବିସ୍ଥାପିତ ଲୋକଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କରାଯାଇଛି। କ୍ଷତିପୂରଣ ରାଶି ପ୍ରଦାନ କରାଯିବା ସମୟରେ କମ୍ପାନୀ ନିର୍ମାଣ କରାଯାଇଥିଲେ ଏହି ଭଳି ସମସ୍ୟା ସୃଷ୍ଟି ହୋଇ ନଥାନ୍ତା। କମ୍ପାନୀ ସବୁବେଳେ ବିସ୍ଥାପିତଙ୍କ ସହ ରହିଛି। ଯଦି ପ୍ରତିବାଦ କରୁଥିବା ଆନ୍ଦୋଳନକାରୀ କମ୍ପାନୀ ସହ ଆଲୋଚନା କରନ୍ତି ତେବେ ଏହାର ସମାଧାନ କରିବାକୁ ଚେଷ୍ଟା କରାଯିବ ବୋଲି କମ୍ପାନୀର ଲୋକ ସମ୍ପର୍କ ଅଧିକାରୀ ରବୀନ୍ଦ୍ର ପୃଷ୍ଟି କହିଛନ୍ତି।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.