ETV Bharat / state

କିରାଣୀଙ୍କ ଘରେ ଭିଜିଲାନ୍ସ ଚଢାଉ ଘଟଣା, ଆସିଲା ସମ୍ପତ୍ତି ତାଲିକା - କିରାଣୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଘଟଣା

ଜିଲ୍ଲାପାଳ କାର୍ଯ୍ୟାଳୟରେ କାର୍ଯ୍ୟରତ ଜିଲ୍ଲା ପଞ୍ଚାୟତ ରାଜ ବିଭାଗରେ ମୁଖ୍ୟ କିରାଣୀ ସଂଯୁକ୍ତା ଦାସଙ୍କ ଘର ଓ ଅଫିସରେ ଭିଜିଲାନ୍ସ ଚଢ଼ାଉ ହୋଇଥିଲା । ଚଢାଉ ପରେ ଆଜି ଭିଜିଲାନ୍ସ ତାଙ୍କ ବେଆଇନ ସମ୍ପତିର ତାଲିକା ପ୍ରକାଶ କରିଛି । ମୋଟ ସମ୍ପତ୍ତିର ମୂଲ୍ୟ 1 କୋଟି 43ଲକ୍ଷ ହେବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି । ଅଧିକ ପଢନ୍ତୁ...

କିରାଣୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଘଟଣା, ଆସିଲା ସମ୍ପତିର ତାଲିକା

author img

By

Published : Dec 3, 2020, 9:45 PM IST

ଜଗତସିଂହପୁର: ଜିଲ୍ଲାପାଳ କାର୍ଯ୍ୟାଳୟରେ କାର୍ଯ୍ୟରତ ଜିଲ୍ଲା ପଞ୍ଚାୟତ ରାଜ ବିଭାଗରେ ମୁଖ୍ୟ କିରାଣୀ ସଂଯୁକ୍ତା ଦାସଙ୍କ ଘର ଓ ଅଫିସରେ ଭିଜିଲାନ୍ସ ଚଢ଼ାଉ ହୋଇଥିଲା । ଚଢାଉ ପରେ ଆଜି ଭିଜିଲାନ୍ସ ତାଙ୍କ ବେଆଇନ ସମ୍ପତିର ତାଲିକା ପ୍ରକାଶ କରିଛି । ଜଗତସିଂହପୁର ଜିଲ୍ଲାରେ ତିନିଟି କୋଠା ଥିବା ବେଳେ କଟକ ମହାନଦୀ ବିହାରରେ ଏକ ବହୁତଳ କୋଠା ଠାବ କରାଯାଇଛି । କଟକରେ ଆଉ 6ଟି ପ୍ଲଟ ଥିବାବେଳେ ଗୋଟେ ମାରୁତି ବାଲେନ କାର ଥିବା ଜଣାପଡ଼ିଛି ।

ସେହିପରି ପୈତୃକ ଗ୍ରାମ ସାତପୁରରେ ଥିବା ଘରର ଦାମ 37 ଲକ୍ଷ ଟଙ୍କା ହୋଇଥିବା ବେଳେ ପନିଶାଳିଆରେ ଥିବା ଘରର ମୁଲ୍ୟ 15 ଲକ୍ଷ 74 ହଜାର, ମହାନଦୀ ବିହାରର ଘରର ମୁଲ୍ୟ 44 ଲକ୍ଷ 63 ହଜାର, ପୋଷ୍ଟ ଅଫିସରେ ଜମା ଥିବା 21 ଲକ୍ଷ 13 ହଜାର, ଏଲଆଇସିରେ ଜମା ଥିବା 1 ଲକ୍ଷ 88 ହଜାର, ସୁନା ଗହଣା ସମେତ ନଗଦ 9ଲକ୍ଷ 6 ହାଜର ଟଙ୍କା ରହିଛି ।

ମୋଟ ସମ୍ପତ୍ତିର ମୂଲ୍ୟ 1 କୋଟି 43ଲକ୍ଷ ହେବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି । ସାଧାରଣ କିରାଣୀ ଚାକିରିରେ ଏତେ ସମ୍ପତ୍ତି କେଉଁଠୁ ଆସିଲା ତାକୁ ନେଇ ଖୋଲତାଡ଼ ଆରମ୍ଭ କରିଛି ଭିଜିଲାନ୍ସ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.