ETV Bharat / state

VETERINARY TREATMENT: ଜଗତସିଂହପୁରରେ ବିପର୍ଯ୍ୟସ୍ତ ପ୍ରାଣୀ ଚିକିତ୍ସା ସେବା - veterinary clinic

ବିପର୍ଯ୍ୟସ୍ତ ହୋଇପଡିଛି ଜଗତସିଂହପୁର ଜିଲ୍ଲାରେ ପ୍ରାଣୀ ଚିକିତ୍ସା (veterinary treatment) ସେବା । ବର୍ଷକ ବାରମାସ ତାଲା ଝୁଲୁଥିବାରୁ ନିରାଶ ହୋଇ ଫେରୁଛନ୍ତି ଲୋକେ । ଅଧିକ ପଢନ୍ତୁ

VETERINARY TREATMENT: ବିପର୍ଯ୍ୟସ୍ତ ଜିଲ୍ଲାର ପ୍ରାଣୀ ଚିକିତ୍ସା ସେବା

author img

By

Published : Nov 24, 2021, 11:59 AM IST

ଜଗତସିଂହପୁର: ବିପର୍ଯ୍ୟସ୍ତ ହୋଇପଡିଛି ଜଗତସିଂହପୁର ଜିଲ୍ଲାରେ ପ୍ରାଣୀ ଚିକିତ୍ସା (veterinary treatment) ସେବା । ବର୍ଷକ ବାରମାସ ଏଠାରେ ତାଲା ଝୁଲୁଥିବା ବେଳେ ପ୍ରାଣୀ ଚିକିତ୍ସକଙ୍କର ଦର୍ଶନ ମିଳୁନି । ଫଳରେ ଗୃହ ପାଳିତ ପଶୁପକ୍ଷୀମାନଙ୍କୁ ନେଇ ଆସୁଥିବା ଲୋକେ ଏଠାରୁ ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳୁଛି ।

VETERINARY TREATMENT: ବିପର୍ଯ୍ୟସ୍ତ ଜିଲ୍ଲାର ପ୍ରାଣୀ ଚିକିତ୍ସା ସେବା

ପ୍ରାଣୀ ଚିକିତ୍ସା ପାଇଁ ସକାଳ 8ଟାରୁ ମଧ୍ୟାହ୍ନ ୧୨ଟା ଓ ଅପରାହ୍ନ 4 ରୁ ସନ୍ଧ୍ୟା ୫ ପର୍ଯ୍ୟନ୍ତ ପ୍ରାଣୀ ଚିକିତ୍ସକ ରହିବା ନିୟମ ଥିଲେ ବି ଡାକ୍ତର ଆସୁନାହାନ୍ତି । ଫଳରେ ଲୋକେ ପ୍ରଭାବିତ ହେଉଛନ୍ତି । ଜିଲ୍ଲା ମୁଖ୍ୟ ପ୍ରାଣୀଚିକିତ୍ସାଳୟରେ(veterinary clinic) ଯଦି ଏପରି ବ୍ୟବସ୍ଥା ତେବେ ଗ୍ରାମାଞ୍ଚଳରେ ପ୍ରାଣୀ ଚିକିତ୍ସା କିପରି ହେଉଥିବ, ତାହା ଏଥିରୁ ସ୍ପଷ୍ଟ ବାରି ହୋଇପଡୁଛି ।

ଗୃହପାଳିତ ପଶୁ ପକ୍ଷୀଙ୍କ ମଳ ଓ ରକ୍ତ ପରୀକ୍ଷା ପାଇଁ ଏଠାରେ ପରୀକ୍ଷାଗାର ରହିଥିଲେ ମଧ୍ୟ କର୍ମଚାରୀମାନଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ରିପୋର୍ଟ ନେବା ପାଇଁ ଲୋକଙ୍କୁ ଦିନ ଦିନ ଧରି ଅପେକ୍ଷା କରିବାକୁ ପଡୁଛି । ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି । ତେବେ ଏହି ଘଟଣାକୁ ନେଇ ପ୍ରାଣୀଧନ ବିଭାଗ ଦୃଷ୍ଟି ଆକର୍ଷଣ କରିବାକୁ ସାଧାରଣରେ ଦାବି ହେଉଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.