ETV Bharat / state

ଜଗତସିଂହପୁରରେ ଦୋକାନୀଙ୍କ କାମରେ ଆସୁନି ଭେଣ୍ଡିଂ ଜୋନ - vending zone not useful for vendors

ଜଗତସିଂହପୁରରେ ଦୋକାନୀଙ୍କ କାମରେ ଆସୁନି ଭେଣ୍ଡିଂ ଜୋନ । ବଢୁଛି ଅସନ୍ତୋଷ । ଅଧିକ ପଢନ୍ତୁ....

vending zone not useful for vendors
କାମରେ ଆସୁନି ଭେଣ୍ଡିଂ ଜୋନ
author img

By

Published : Feb 23, 2020, 3:39 AM IST

ଜଗତସିଂହପୁର: ସହରରେ କୋର୍ଟ ଛକ ନିକଟରେ ନିର୍ମାଣ କରାଯାଇଥିବା ଭେଣ୍ଡିଂ ଜୋନ ଦୋକାନୀଙ୍କ କାମରେ ଆସୁନି । ଜଗତସିଂହପୁର ପୌର ପରିଷଦ ପକ୍ଷରୁ ଉନ୍ନତି ଯୋଜନାରେ 20 ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଭେଣ୍ଡିଂ ଜୋନ ଅବ୍ୟବହୃତ ଅବସ୍ଥାରେ ପଡି ରହିଛି । 160ରୁ ଅଧିକ ଉଠା ଦୋକାନି ଭେଣ୍ଡିଂ ଜୋନ ପାଇଁ ଆବେଦନ କରିଥିଲେ ମଧ୍ୟ ପୌର ପ୍ରଶାସନ ପକ୍ଷରୁ ଏହାକୁ ବଣ୍ଟନ କରାଯାଉନାହିଁ । ଯାହାକୁ ନେଇ ଅସନ୍ତୋଷ ଦେଖା ଦେଇଛି। ଗତ ଜାନୁଆରୀ 18 ତାରିଖରେ ଏହି ଭେଣ୍ଡିଂ ଜୋନକୁ ସ୍ଥାନୀୟ ବିଧାୟକ, ଜିଲ୍ଲାପାଳ ଓ ପୌର କାର୍ଯ୍ୟ ନିର୍ବାହୀ ଉଦଘାଟନ କରିଥିଲେ ମଧ୍ୟ କ’ଣ ପାଇଁ କର୍ତ୍ତୃପକ୍ଷ ଏହାକୁ ଉଠା ଦୋକାନୀମାନଙ୍କୁ ବଣ୍ଟନ କରୁ ନାହାଁନ୍ତି ଏହାକୁ ନେଇ ପ୍ରଶ୍ନ ଉଠିଛି ।

କାମରେ ଆସୁନି ଭେଣ୍ଡିଂ ଜୋନ

ଏସମ୍ପର୍କରେ ଆମେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ବିମଳ ପ୍ରସାଦ ଲେଙ୍କାଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲୁ । ହେଲେ ସେ ଏ ସମ୍ପର୍କରେ କିଛି କହିବାକୁ ମନା କରି ଦେଇଥିଲେ । ତେବେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଭେଣ୍ଡିଂ ଜୋନକୁ କାହା ସ୍ବାର୍ଥରେ ବଣ୍ଟନ ନ କରାଯାଇ ରଖାଯାଇଛି ଏହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.