ଜଗତସିଂହପୁର: ପାରାଦ୍ବୀପରେ ଯାନବାହନ ଯାଞ୍ଚ କଡ଼ାକଡ଼ି । ଗତ ଗୁରୁବାର ଦିନ କଟକ ଆଇଆଇଏଫଏଲ ଶାଖାରୁ ବଡ ଧରଣର ଲୁଟ ହେବାପରେ ପାରାଦ୍ବୀପ ପୋଲିସ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିଛି । ଏଥିସହ କେନ୍ଦ୍ରାପଡାରୁ ଜଗତସିଂହପୁର ଜିଲ୍ଲାକୁ ସଂଯୋଗ କରୁଥିବା ଭୁତମୁଣ୍ଡେଇ ପୋଲ ଉପର ଓ ତଳ ରାସ୍ତାକୁ କଡ଼ାକଡ଼ି ତନଖି କରାଯାଉଛି ।
ପାରାଦ୍ବୀପ ଏଏସପି ନିମାଇଁ ଚରଣ ସେଠୀଙ୍କ ତତ୍ବାବଧାନରେ ଏହି କାର୍ଯ୍ୟ କରାଯାଇଛି । ସେହିଭଳି ପିପିଏଲ ଛକ, ଅଠର ବାଙ୍କୀ ଓ ଦୋ ଛକି ଠାରେ କଡା ପହଁରା ଦିଆଯାଉଛି । କଟକ ଲୁଟ ଘଟଣାରେ ଅଭିଯୁକ୍ତ ମାନେ ଜଗତସିଂହପୁର ଜିଲ୍ଲାକୁ ଆସିଥିବା ସନ୍ଦେହରେ ପୋଲିସ ବିଭିନ୍ନ ସନ୍ଦିଗ୍ଧ ସ୍ଥାନରେ ମଧ୍ୟ ଚଢ଼ାଉ କରିଛି । ସମସ୍ତ ଚାରି ଚକିଆ ଓ ଦୁଇ ଚକିଆ ଯାନକୁ ତନ ତନ କରି ପୋଲିସ ଯାଞ୍ଚ କରୁଥବା ଦେଖିବାକୁ ମିଳିଛି।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ