ଜଗତସିଂହପୁର: ଜିଲ୍ଲା ସଦର ମହକୁମା ଠାରେ ସୋମବାର ଠାରୁ 9 ତାରିଖ ପର୍ଯ୍ୟନ୍ତ 18 ବର୍ଷରୁ 44 ବର୍ଷ ବୟସ୍କଙ୍କୁ କୋଭିଡ ଟୀକାକରଣ କରିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି ।
ରବିବାର ଏହାକୁ ନେଇ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏକ ଭିଡିଓ ବାର୍ତ୍ତାରେ ସୂଚନା ଦେଇଛନ୍ତି । ପୂର୍ବରୁ ଜିଲ୍ଲାରେ 45 ବର୍ଷ ବୟସରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଟୀକାକରଣ କରାଯାଉଥିଲା । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ସୋମବାର ଠାରୁ ବୁଧବାର ପର୍ଯ୍ୟନ୍ତ ଜଗତସିଂହପୁର ସହରର ତିନିଟି ସ୍ଥାନରେ 18 ରୁ44 ବର୍ଷ ବୟସ୍କଙ୍କୁ ପ୍ରଥମ ଥର ପାଇଁ ଟୀକକରଣ କରାଯିବ।
ଏହାକୁ ନେଇ ଟିକା ନେବାକୁ ଥିବା ଇଛୁକ ବ୍ୟକ୍ତି ମାନେ ରବିବାର ଠାରୁ ଅନଲାଇନ ମାଧ୍ୟମରେ ପଞ୍ଜୀକରଣ କରିବାକୁ ନିବେଦନ କରାଯାଇଛି।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ