ETV Bharat / state

କେନ୍ଦ୍ରମନ୍ତ୍ରୀ ଦର୍ଶନା ଜାରଦୋଷଙ୍କ ଜଗତସିଂହପୁର ଗସ୍ତ, କେନ୍ଦ୍ରୀୟ ଯୋଜନାର କଲେ ସମୀକ୍ଷା

author img

By

Published : Feb 18, 2023, 10:36 AM IST

Updated : Feb 18, 2023, 12:39 PM IST

ଦୁଇ ଦିନଆ ଜଗତସିଂହପୁର ଜିଲ୍ଲା ଗସ୍ତ କରି କେନ୍ଦ୍ରୀୟ ଯୋଜନାର କଲେ ସମୀକ୍ଷା କଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜାରଦୋଷ । କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାର ହଡପ କରି ନିଜ ନାମରେ ପ୍ରଚାର କରୁଥିବା ଅଭିଯୋଗ କଲେ । ଅଧିକ ପଢନ୍ତୁ

କେନ୍ଦ୍ରମନ୍ତ୍ରୀ ଦର୍ଶନା ଜାରଦୋଷଙ୍କ ଜଗତସିଂହପୁର ଗସ୍ତ

ଜଗତସିଂହପୁର: କେନ୍ଦ୍ର ଓ ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜାରଦୋଷ ଦୁଇ ଦିନଆ ଜଗତସିଂହପୁର ଗସ୍ତ କରି ୪ଟି ନିର୍ବାଚନ ମଣ୍ଡଳୀ ପରିଦର୍ଶନ କରିଛନ୍ତି । ଏହି ଅବସରରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଜଗତସିଂହପୁରରେ ବିଜେପିର ଷଷ୍ଠ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବା ସହ ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ । ଆଗକୁ ସାଧାରଣ ନିର୍ବାଚନ ଆସୁଥିବା ବେଳେ ଦଳ କିଭଳି ଭଲ ପ୍ରଦର୍ଶନ କରିବ ସେନେଇ କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ଏହାସହିତ ସାଙ୍ଗଠନିକ ବୈଠକରେ ଯୋଗ ଦେଇ ପ୍ରଧାନମନ୍ତ୍ରୀଙ୍କ ଜନକଲ୍ୟାଣକାରୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ପରାମର୍ଶ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ।

କେନ୍ଦ୍ର ସରକାରଙ୍କ ଯୋଜନାକୁ ରାଜ୍ୟ ସରକାର ହଡପ କରି ନିଜ ନାମରେ ପ୍ରଚାର କରୁଥିବା କେନ୍ଦ୍ରମନ୍ତ୍ରୀ ଜାରଦୋଷ ଅଭିଯୋଗ କରିଥିଲେ । ଏହାସହିତ ଓଡି଼ଶା ସରକାର ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ କରୁନଥିବାରୁ ସାଧାରଣ ଲୋକେ ଏହି ଯୋଜନାରୁ ବଞ୍ଚିତ ହେଉଥିବା କହିଥିଲେ । ଏହାପରେ ସନ୍ଧ୍ୟାରେ କେନ୍ଦ୍ରମନ୍ତ୍ରୀ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି କେନ୍ଦ୍ରୀୟ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ । ଜିଲ୍ଲାପାଳ ଏ ସମ୍ପର୍କିତ ଏକ ରିପୋର୍ଟ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ ।

ରିପୋର୍ଟରେ ଦର୍ଶାଯାଇଛି ଯେ, ଜଗତସିଂହପୁର ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା, ୱାନ ନେସନ ୱାନ ରାସନ, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ଯୋଜନା, ଫସଲ ବୀମା ଯୋଜନା, ସାମାଜିକ ସୁରକ୍ଷା ଯୋଜନା, ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ସଫଳ ରୂପାୟନ ହେଉଛି । ଗତ ୫ବର୍ଷ ମଧ୍ୟରେ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୬,୩୮୩ ଜଣ ହିତାଧିକାରୀଙ୍କୁ ପକ୍କା ଘର ଯୋଗାଇ ଦିଆଯାଇଥିବା ବେଳେ ପୁନର୍ବାର ୧୦,୨୪୦ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି ।

ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ୧,୨୯,୨୬୮ ଜଣ ହିତାଧିକାରୀଙ୍କୁ ଜାଳେଣି ଗ୍ୟାସ ପ୍ରଦାନ କରାଯାଇଛି । ଫସଲ ବୀମା ଯୋଜନାରେ ୧୮,୧୬୩ ଚାଷୀଙ୍କ ୮୨୧୦ହେକ୍ଟର ଚାଷଜମି ଅନ୍ତର୍ଭୁକ୍ତ କରାଯାଇଛି । ଜାତୀୟ ସାମାଜିକ ସୁରକ୍ଷା ଯୋଜନାରେ ୫୫,୧୩୮ ଜଣ ହିତାଧିକାରୀଙ୍କୁ ଚୟନ କରାଯାଇ ଥିବାବେଳେ ସେମାନଙ୍କୁ DBT ମାଧ୍ୟମରେ ମାସିକ ଭତ୍ତା ପ୍ରଦାନ କରାଯାଇଛି । ୨୦୨୨-୨୩ ଆର୍ଥିକ ବର୍ଷରେ ଜାତୀୟ ପରିବାର ମଙ୍ଗଳ ଯୋଜନାରେ ୩୨୧ ଜଣ ହିତାଧିକାରୀ ୨୦ ହଜାର ଟଙ୍କା ପାଉଛନ୍ତି । ସେହିଭଳି ଜଳଜୀବନ ମିଶନ ଯୋଜନାରେ ୨୨୬ଟି ପ୍ରକଳ୍ପ ମଧ୍ୟରୁ ୪୫ଟିର ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଜିଲ୍ଲାପାଳ କେନ୍ଦ୍ରମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ । କେନ୍ଦ୍ରମନ୍ତ୍ରୀ ଜଗତସିଂହପୁର ଜିଲ୍ଲାରେ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବା ପରେ ସନ୍ଧ୍ୟାରେ ଭୁବନେଶ୍ୱର ଫେରିଥିଲେ ।

କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜାରଦୋଷଙ୍କ ଗସ୍ତରେ ଜିଲ୍ଲା ବିଜେପି ବେଶ୍ ଉତ୍ସାହିତ ରହିଥିଲା । ସ୍ଥାନୀୟ ସାରଦା ମଣ୍ଡପରେ କେନ୍ଦ୍ରମନ୍ତ୍ରୀ ବିଜେପି ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ରଙ୍କ ସହ ଏକ ରୁଦ୍ଧଦ୍ୱାର ବୈଠକ କରିଥିଲେ । ଏହି ବୈଠକରେ ଜିଲ୍ଲାର ୪ଟି ବିଧାନସଭା ଓ ଜଗତସିଂହପୁର ଲୋକସଭା ଆସନକୁ ନେଇ ଆଲୋଚନା କରାଯାଇଥିଲା । ଏଥିରେ ବିଜେପିର ବରିଷ୍ଠ ନେତା ବିଭୂ ପ୍ରସାଦ ତରାଇ, ପାରାଦ୍ୱୀପର ବିଜେପି ନେତା ସମ୍ପଦ ସ୍ୱାଇଁ, ମହିଳା ମୋର୍ଚ୍ଚା ସଭାପତି କ୍ରିଷ୍ଣ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଏହି ବୈଠକରେ ଗଣମାଧ୍ୟମକୁ ଦୂରେଇ ରଖାଯାଇଥିଲା । ପରେ ସନ୍ଧ୍ୟା ସମୟରେ ସର୍କିଟ ହାଉସରେ କେନ୍ଦ୍ରମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ କରିବାର କାର୍ଯ୍ୟକ୍ରମ ଥିବାବେଳେ ଶେଷ ସମୟରେ ଏହାକୁ ବାତିଲ କରାଯାଇଥିଲା ।

ଇଟିଭି ଭାରତ, ଜଗତସିଂହପୁର

Last Updated : Feb 18, 2023, 12:39 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.