ETV Bharat / state

ପୁଣି ଢିଙ୍କିଆପଢା ଅଶାନ୍ତ; ଜେଏସଡବ୍ଲ୍ୟୁକୁ ବିରୋଧ କରି ଦୁଇ ଗୋଷ୍ଠୀ ମୁହାଁମୁହିଁ - two groups face off against the JSW

ଜଗତସିଂହପୁରରେ ଆଜି ପୁଣି କୁଜଙ୍ଗ ବ୍ଲକ ଅନ୍ତର୍ଗତ ଢିଙ୍କିଆପଢା ଗ୍ରାମକୁ ରାଜସ୍ବ ଗ୍ରାମ ଘୋଷଣା ପରେ ଏହାକୁ ନେଇ ଢିଙ୍କିଆରେ ବିରୋଧାଭାଷ ଦେଖିବାକୁ ମିଳିଛି। ଏହାକୁ ନେଇ ଗ୍ରାମର ହଜାର ହଜାର ଲୋକେ ମେଳି ବାନ୍ଧି ଏହାକୁ ବିରୋଧ କରିଛନ୍ତି। ଅଧିକ ପଢନ୍ତୁ...

Jagatsingpur
Jagatsingpur
author img

By

Published : Nov 3, 2021, 9:29 PM IST

ଜଗତସିଂପୁର: ଜଗତସିଂହପୁରରେ ଆଜି ପୁଣି କୁଜଙ୍ଗ ବ୍ଲକ ଅନ୍ତର୍ଗତ ଢିଙ୍କିଆପଢା ଗ୍ରାମକୁ ରାଜସ୍ବ ଗ୍ରାମ ଘୋଷଣା ପରେ ଏହାକୁ ନେଇ ଢିଙ୍କିଆରେ ବିରୋଧାଭାଷ ଦେଖିବାକୁ ମିଳିଛି। ଏହାକୁ ନେଇ ଗ୍ରାମର ହଜାର ହଜାର ଲୋକେ ମେଳି ବାନ୍ଧି ଏହାକୁ ବିରୋଧ କରିଛନ୍ତି। କାରଣ ଢିଙ୍କିଆ, ମାହଳ, ଓ ପାଟଣା ଗ୍ରାମର ଗ୍ରାମବାସୀ ମାନେ ଏକାଠି ହୋଇ ସ୍ଥାନୀୟ ଅଞ୍ଚଳରେ ପ୍ରସ୍ତାବିତ ବିଭିନ୍ନ ପ୍ରକଳ୍ପକୁ ବିରୋଧ କରି ଆସିଛନ୍ତି।

ପୁଣି ଢିଙ୍କିଆପଢା ଅଶାନ୍ତ; ଜେଏସଡବ୍ଲ୍ୟୁକୁ ବିରୋଧ କରି ଦୁଇ ଗୋଷ୍ଠୀ ମୁହାଁମୁହିଁ

ପୂର୍ବରୁ ପୋସ୍କୋକୁ ଏହି ଅଞ୍ଚଳବାସୀ ବିରୋଧ କରୁଥିବା ବେଳେ ବର୍ତ୍ତମାନ ପ୍ରସ୍ତାବିତ ଜେଏସଡବ୍ଲ୍ୟୁକୁ ମଧ୍ୟ ବିରୋଧ କରୁଛନ୍ତି। ପ୍ରଶାସନ ପକ୍ଷରୁ ଏହିସବୁ ଗ୍ରାମକୁ ରାଜସ୍ବ ଗ୍ରାମରେ ପରିଣତ କରି ଏହି ଗ୍ରାମ ମାନଙ୍କରେ ଉନ୍ନୟନ ମୂଳକ କାର୍ଯ୍ୟକରି ଗ୍ରାମବାସୀଙ୍କୁ ନିଜ ସପକ୍ଷରେ ଆଣିବା ପ୍ରୟାସ କରୁଥିବା ବେଳେ ଏହାକୁ ଏହାକୁ ବିପକ୍ଷ ବାଦୀ ବିରୋଧ କରୁଛନ୍ତି । କିନ୍ତୁ ସପକ୍ଷବାଦୀ ପ୍ରଶାସନକୁ ସହଯୋଗ କରୁଥିବାରୁ ଉଭୟ ପକ୍ଷଙ୍କ ମଧ୍ୟରେ ବାରମ୍ବାର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେଉଛି।

ଆଜି ବିପକ୍ଷବାଦୀ ମାନେ ସ୍ଥାନୀୟ ଫୁଲଖାଇ ମନ୍ଦିରରେ ଏକ ସଭା କରିଥିବା ସମୟରେ ସପକ୍ଷବାଦୀ ମାନେ ଏହାକୁ ବିରୋଧ କରିଥିଲେ। ଯାହାକୁ ନେଇ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା । ତେବେ ଶିଳ୍ପାୟନକୁ ନେଇ ସପକ୍ଷ ଓ ବିପକ୍ଷବାଦୀଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.