ETV Bharat / state

Sea-Vigil 22: ସରିଲା ଦୁଇ ଦିନିଆ ସମରଭ୍ୟାସ, ଜଳପଥରେ ଶତ୍ରୁକୁ ମାତ ଦେବାକୁ ପ୍ରସ୍ତୁତି - ସି ଭିଜିଲ ସମରାଭ୍ୟାସ

ଉପକୂଳ ସୁରକ୍ଷା ପାଇଁ ପାରାଦ୍ବୀପରେ ଆରମ୍ଭ ହୋଇଥିବା ଦୁଇଦିନିଆ ସମରାଭ୍ୟାସ ସି-ଭିଜିଲ ଶେଷ ହୋଇଛି । ମଝି ସମୁଦ୍ରରେ ମଙ୍ଗଳବାରଠୁ ଏହି ୨ ଦିନିଆ ମିଳିତ ସମରାଭ୍ୟାସ ହୋଇଥିଲା । ଅଧିକ ପଢନ୍ତୁ

ସରିଲା ଦୁଇ ଦିନିଆ ସମରଭ୍ୟାସ, ଜଳପଥରେ ଶତ୍ରୁକୁ ମାତ ଦେବାକୁ ପ୍ରସ୍ତୁତି

author img

By

Published : Nov 17, 2022, 7:54 AM IST

ପାରାଦ୍ବୀପ: ଜଳପଥରେ ଶତ୍ରୁକୁ ଦେଶକୁ ପ୍ରବେଶ ନ କରିବା ଲାଗି ଚାଲିଥିବା ସମରାଭ୍ୟାସ ଶେଷ ହୋଇଛି । ଉପକୂଳ ସୁରକ୍ଷା ପାଇଁ ପାରାଦ୍ବୀପରେ ଆରମ୍ଭ ହୋଇଥିବା ଦୁଇଦିନିଆ ସମରାଭ୍ୟାସ ସି-ଭିଜିଲ ଶେଷ ହୋଇଛି । ମଝି ସମୁଦ୍ରରେ ମଙ୍ଗଳବାରଠୁ ଏହି ୨ଦିନିଆ ମିଳିତ ସମରାଭ୍ୟାସ ହୋଇଥିଲା । ଏଥିରେ ନୌସେନା, ତଟରକ୍ଷୀ ବାହିନୀ, ମେରାଇନ ପୋଲିସ, ମତ୍ସ୍ୟ ବିଭାଗ ପରି ବହୁ ବିଭାଗ ସାମିଲ ହୋଇଥିଲେ । ୨୬/୧୧ ମୁମ୍ବାଇ ଆକ୍ରମଣ ଘଟଣା ପରେ ଉପକୂଳବର୍ତ୍ତୀ ଅଞ୍ଚଳର ସୁରକ୍ଷା ପାଇଁ ପ୍ରତିବର୍ଷ ସମରାଭ୍ୟାସ କରାଯାଇଥାଏ । ଯାହାଦ୍ବାରା ଜଳପଥରେ ଶତ୍ରୁର ଦେଶକୁ ପ୍ରବେଶକୁ ରୋକା ଯାଇପାରିବ ।

ସରିଲା ଦୁଇ ଦିନିଆ ସମରଭ୍ୟାସ, ଜଳପଥରେ ଶତ୍ରୁକୁ ମାତ ଦେବାକୁ ପ୍ରସ୍ତୁତି

ଉପକୂଳଠୁ 2 ଶହ କିଲୋମିଟର ସମୁଦ୍ର ମଧ୍ୟରେ ଏହି ସମରଭ୍ୟାସ କରାଯାଇଥିଲା । ଜଳପଥରେ ଶତ୍ରୁର ଅନୁପ୍ରବେଶକୁ କିପରି ପ୍ରତିହତ କରାଯାଇ ପାରିବ ଓ ବାହ୍ୟ ଶତ୍ରୁ ଆକ୍ରମଣକୁ କିପରି ରୋକାଯାଇ ପାରିବ ସେ ନେଇ କୌଶଳ ପଦର୍ଶନ କରାଯାଇଥିଲା । ଭାରତୀୟ ନୌସେନା ଏହାର ନେତୃତ୍ୱ ନେଇଥିବା ବେଳେ ଅନୁପ୍ରବେଶକାରୀଙ୍କୁ କିପରି ପ୍ରତିହତ କରାଯାଇ ପାରିବ ସେ ନେଇ ଓଡ଼ିଶାର ବ୍ଲୁ ଟିମ ସମୁଦ୍ର ମଧ୍ୟରେ ପ୍ରସ୍ତୁତି ଚଳାଇ ଥିଲେ । ଦୁଇଦିନିଆ ସମରଭ୍ୟାସ ପରେ ଏହାକୁ ସମାପନ କରାଯାଇଛି ।

ଏହା ବି ପଢନ୍ତୁ...Padmapur By Poll: ଚାଷୀଙ୍କୁ ନେଇ ରାଜନୀତି, ରାଜ୍ୟ ସରକାରଙ୍କୁ ପୃଥ୍ବୀରାଜଙ୍କ ଟାର୍ଗେଟ୍‌

ଏହି ସମରଭ୍ୟାସର ସକାଳ 6ଟା ରୁ ଆରମ୍ଭ ହୋଇ ଦିନ 12ଟା ଓ ପରେ ଅପରାହ୍ନ ୨ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ସୂଚନାଯୋଗ୍ୟ, ଗତ 26/11ରେ ଜଳପଥରେ ଆତଙ୍କୀମାନେ ଆସି ମୁମ୍ବାଇ ଆକ୍ରମଣ କରିଥିଲେ । ଏହାକୁ ଦୃଷ୍ଟିରେ ରଖି ଜଳପଥରେ ଆତଙ୍କୀଙ୍କୁ ରୋକିବାକୁ ନୌବାହିନୀ ପକ୍ଷରୁ ଏହି ଭଳି ସମରଭ୍ୟାସ ଆୟୋଜନ ହୋଇଆସୁଛି । ଏଥିରେ ଓଡିଶା, ପଶ୍ଚିମବଙ୍ଗ, ଓ ଆନ୍ଧ୍ର ପ୍ରଦେଶର ଟିମ ସାମିଲ ହୋଇଥିଲେ । ଏହି ଅଭ୍ୟାସ ଜଳପଥରେ ଶତ୍ରୁକୁ ରୋକିବାରେ ସହାୟକ ହେବ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.