ETV Bharat / state

ଟ୍ରକ ଉପରେ ଚଢିଗଲା ରେଳ ଓ୍ବାଗନ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ଟ୍ରକ ଉପରେ ଚଢିଗଲା ରେଳ ଓ୍ବାଗନ୍। ଅଳ୍ପକେ ବର୍ତ୍ତିଲେ ଟ୍ରକ ଡ୍ରାଇଭର। ଏହି ଦୁର୍ଘଟଣାଟି ଗୁରୁବାର ସକାଳୁ ବନ୍ଦର ଭିତରେ ଥିବା ଆଇରନ୍ ପ୍ଲଟରେ ଘଟିଥିବା ସୂଚନା ମିଳିଛି।

author img

By

Published : Jul 16, 2020, 4:42 PM IST

train accident
ଟ୍ରକ ଉପରେ ଚଢିଗଲା ରେଳ ଓ୍ବାଗନ

ଜଗସିଂହପୁର: ପାରାଦ୍ବୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଦୁର୍ଘଟଣା। ଟ୍ରକ ଉପରେ ଚଢିଗଲା ରେଳ ଓ୍ବାଗନ୍। ଅଳ୍ପକେ ବର୍ତ୍ତିଲେ ଟ୍ରକ ଡ୍ରାଇଭର। ଏହି ଦୁର୍ଘଟଣାଟି ଗୁରୁବାର ସକାଳୁ ବନ୍ଦର ଭିତରେ ଥିବା ଆଇରନ୍ ପ୍ଲଟରେ ଘଟିଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଗୁରୁବାର ସକାଳେ ଟ୍ରକଟି ରେଳ ଲାଇନରେ ଯାଉଥିବା ସମୟରେ ପଛପଟୁ ରେଳ ଓ୍ବାଗନ୍ ସିଧାସଳଖ ଧକ୍କା ହେବା ସହିତ ଟ୍ରକର ପଛପଟେ ସମ୍ପୂର୍ଣ୍ଣ ଚଢିଯାଇଥିଲା ।

ତେବେ ଭିତରେ ଥିବା ଆଇରନ୍ ପ୍ଲଟରେ ଅନେକ ଗୁଡ଼ିଏ ଟ୍ରକ ପରିବହନରେ ନିୟୋଜିତ ଥିବାବେଳେ ଏଠାରେ ନିରାପତ୍ତା ବ୍ୟବସ୍ଥା ଠିକ୍ ଭାବରେ ନଥିବା ନେଇ ପ୍ରଶ୍ନ ଉଠିଛି। ଏପଟେ ଟ୍ରକଟିର ପଛପଟ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଥିବା ବେଳେ ଟ୍ରକଟିର ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.