ଜଗତସିଂହପୁର: ଦେବୀ ନଦୀରେ ବୁଡିଯାଇ ନାବାଳକ ମୃତ । ମୃତ ନାବାଳକ ହେଲେ କଟକ ଜିଲ୍ଲା ନିଆଳି ଅନ୍ତର୍ଗତ ସିଠାଳ ଗ୍ରାମର ପିଣ୍ଟୁ ବେହେରା । ପିଣ୍ଟୁ ରବିବାର ସନ୍ଧ୍ୟାରେ ଦେବୀ ନଦୀକୁ ଶୌଚ ହେବାକୁ ଯାଇଥିବାବେଳେ ଗୋଡ ଖସିଯିବାରୁ ନଦୀରେ ଭାସିଯାଇଥିଲେ। ନଦୀରେ ପ୍ରଖର ସୁଅ ଯୋଗୁଁ ଗଭୀରଆଡକୁ ସେ ଚାଲିଯାଇଥିଲେ । ଦୀର୍ଘ ସମୟ ଧରି ପିଣ୍ଟୁ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ ।
ପରେ ନଦୀରେ ବୁଡି ଯାଉଥିବା ଦେଖି ସ୍ଥାନୀୟ ଲୋକମାନେ ପିଣ୍ଟୁଙ୍କୁ ଉଦ୍ଧାର କରିଥିଲେ। ଘଟଣାସ୍ଥଳରେ ପରିବାର ଲୋକେ ପହଞ୍ଚି ପୁଅକୁ ଚିକିତ୍ସା ପାଇଁ ଜଗତସିଂହପୁର ବଡ଼ ଡ଼ାକ୍ତରଖାନାକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ମୃତ ଦେହକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ