ETV Bharat / state

ତେଜିଲା ମେଡିକାଲ କଲେଜ ପ୍ରତିଷ୍ଠା ଦାବି, ଆଜି ଜଗତସିଂହପୁର ବନ୍ଦ

author img

By ETV Bharat Odisha Team

Published : Dec 7, 2023, 8:52 AM IST

Jagatsinghpur Bandh: 11 ଘଣ୍ଟିଆ ଜଗତସିଂହପୁର ବନ୍ଦ । ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ସହ ଜିଲ୍ଲାରେ ଥିବା ପଲ୍ଲୀ ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ୟତ୍ର ସ୍ଥାନାନ୍ତର ପ୍ରତିବାଦରେ ବନ୍ଦ ଡାକରା ଦିଆଯାଇଛି । ଅଧିକ ପଢନ୍ତୁ

ଆଜି ୧୧ ଘଣ୍ଟିଆ ଜଗତସିଂହପୁର ବନ୍ଦ
ଆଜି ୧୧ ଘଣ୍ଟିଆ ଜଗତସିଂହପୁର ବନ୍ଦ

ଜଗତସିଂହପୁର: ଆଜି ୧୧ ଘଣ୍ଟିଆ ଜଗତସିଂହପୁର ବନ୍ଦ । ଜିଲ୍ଲାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ଓ ସରକାରଙ୍କ ପଲ୍ଲୀ ସ୍ୱାସ୍ଥ୍ୟ ପ୍ରଶିକ୍ଷଣ କେନ୍ଦ୍ରକୁ କଟକ ଟାଙ୍ଗୀ ସ୍ଥାନାନ୍ତରକୁ ବିରୋଧ କରି ବନ୍ଦ ଡାକରା ଦିଆଯାଇଛି । ଜିଲ୍ଲା ସ୍ବାସ୍ଥ୍ୟ ସୁରକ୍ଷା ଅଭିଯାନ ପକ୍ଷରୁ ବନ୍ଦ ପାଳନ ହୋଇଛି । ସକାଳ ୫ଟାରୁ ଅପରାହ୍ନ ୪ଟା ଯାଏଁ ୧୧ ଘଣ୍ଟିଆ ବନ୍ଦ ପାଳନ କରିଛି ଜିଲ୍ଲା ସ୍ବାସ୍ଥ୍ୟ ସୁରକ୍ଷା ଅଭିଯାନ । ଏହି ବନ୍ଦରେ ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ବନ୍ଦ ରହିଛି ।

ଆଜି ସକାଳୁ ସକାଳୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଦୋକାନ ବଜାର ବନ୍ଦ ସହ ରାସ୍ତାଘାଟ ଶୂନଶାନ ରହିଛି । ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀମାନେ ପିକେଟିଂ କରିବା ସହ ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି । ଏହି ବନ୍ଦ ଡାକରାରେ ଜରୁରୀକାଳୀନ ସେବା ବାଦ୍ ରହିଥିବା ବେଳେ ସକାଳୁ ଖୋଲିଥିବା ଦୋକାନ ବଜାରକୁ ମଧ୍ୟ ବନ୍ଦ କରାଯାଇଛି । ତେବେ ଜଗତସିଂହପୁର ଜିଲ୍ଲାରେ ଜନସଂଖ୍ୟା ୧୩ ଲକ୍ଷରୁ ଊର୍ଦ୍ଧ୍ବ ହୋଇଥିବା ବେଳେ ଏହି ଜିଲ୍ଲାର ପାରାଦ୍ୱୀପ ବନ୍ଦର ଓଡିଶାର ପରିଚୟ ଭାବେ ଉଭା ହୋଇଛି ।

ଏହି ଜିଲ୍ଲାରେ ୬ରୁ ଊର୍ଦ୍ଧ୍ବ ବୃହତ୍ତ ଶିଳ୍ପ ସହିତ ୫୦ରୁ ଅଧିକ କ୍ଷୁଦ୍ରଶିଳ୍ପ ରହିଛି । କିନ୍ତୁ ଏହି ମାଟିର ମଣିଷ ଏଠି ଧୂଳି ଧୂଆଁରେ ନିଜର ଆୟୁଷ କମାଉଥିବା ବେଳେ ଏହି ଜିଲ୍ଲାର ଶିଶୁ ରୁଗ୍ଣ ହୋଇ ଜନ୍ମ ଗ୍ରହଣ କରୁଛନ୍ତି । କିନ୍ତୁ ଏଠାରେ ମେଡ଼ିକାଲ କଲେଜ ନଥିବା ବେଳେ ପଲ୍ଲୀରେ ଥିବା ସ୍ୱାସ୍ଥ୍ୟ ପ୍ରଶିକ୍ଷଣ କେନ୍ଦ୍ରକୁ ମଧ୍ୟ କଟକକୁ ସ୍ଥାନାନ୍ତର କରିବା ପାଇଁ ଚିଠି କରିଛନ୍ତି । ତେଣୁ ଏହାକୁ ବିରୋଧ କରି ସ୍ବାସ୍ଥ୍ୟ ସୁରକ୍ଷା ଅଭିଯାନ ଆଜି ବନ୍ଦ ପାଳନ କରିଛି । ତେବେ ଏହି ବନ୍ଦ ଡାକରାକୁ କଂଗ୍ରେସ ଓ ବିଜେପି ସମର୍ଥନ ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଜଗତସିଂହପୁରରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବି, ୭ରେ ଜିଲ୍ଲା ବନ୍ଦ ଡାକରା

ବନ୍ଦ ଡାକରା ନେଇ ଗତାକାଲି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଥିଲେ ଗଣ ପରିଷଦର ଉପଦେଷ୍ଟା ହେମନ୍ତ ରଥ । ସେ କହିଥିଲେ ଯେ, "ଜିଲ୍ଲାରେ ମେଡ଼ିକାଲ କଲେଜ ଖୋଲିବା ପାଇଁ ବାରମ୍ବାର ଦାବି ସତ୍ତ୍ବେ ରାଜ୍ୟ ସରକାର ଏଥିପ୍ରତି ପଦକ୍ଷେପ ନେଉ ନାହାଁନ୍ତି । ଜଗତସିଂହପୁରରେ ମୋଟ ଛୋଟ ବଡ଼ 40ଟି ଶିଳ୍ପାନୁଷ୍ଠାନ ଥିବାବେଳେ ପୂର୍ବ ଭାରତର ବୃହତ ପାରାଦ୍ୱୀପ ବନ୍ଦର ରହିଛି । ଏହି ଜିଲ୍ଲାରେ ପାଣି ପବନ ଓ ମାଟି ପ୍ରଦୂଷିତ ହେଉଥିବାରୁ କ୍ୟାନ୍ସର ଭଳି ମାରାତ୍ମକ ରୋଗରେ ହଜାରରୁ ଜଣେ ବ୍ୟକ୍ତି ଆକ୍ରାନ୍ତ ହେଉଛନ୍ତି । 23 ଲକ୍ଷ ଲୋକେ ପଡ଼ୋଶୀ କଟକ ଜିଲ୍ଲା ଉପରେ ନିର୍ଭର କରି ଆସୁଛନ୍ତି । ସ୍ୱାସ୍ଥ୍ୟସେବା ପ୍ରତି ରାଜ୍ୟ ସରକାର ଏହି ଜିଲ୍ଲାକୁ ବାରମ୍ବାର ଅବହେଳା ପ୍ରଦର୍ଶନ କରୁଛନ୍ତି । ତେଣୁ ଜିଲ୍ଲାବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ରଖି ଏହି ବନ୍ଦ ପାଳନ କରୁଛୁ ।"

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.