ETV Bharat / state

ଉପନିର୍ବାଚନ ଫଳାଫଳ: କାହା ଦଖଲକୁ ଯିବ ତିର୍ତ୍ତୋଲ ଆସନ ? ଆଜି ଭୋଟ ଗଣତି

author img

By

Published : Nov 10, 2020, 7:53 AM IST

କାହା ଦଖଲକୁ ଯିବ ତିର୍ତ୍ତୋଲ ଆସନ ? ସକାଳ 8ଟାରୁ ଭୋଟ ଗଣତି । ଇଭିଏମରେ ସିଲ୍ 9 ପ୍ରାର୍ଥୀଙ୍କ ଭାଗ୍ୟ । ଅଧିକ ପଢନ୍ତୁ...

କିଏ ଦଖଲ କରିବ ତିର୍ତ୍ତୋଲ
କିଏ ଦଖଲ କରିବ ତିର୍ତ୍ତୋଲ

ଭୁବନେଶ୍ବର: ତିର୍ତ୍ତୋଲ ଉପନିର୍ବାଚନ ଲାଗି ଆଜି ଫଳାଫଳ ଘୋଷଣା । କାହା ଦଖଲକୁ ଯିବ ତିର୍ତ୍ତୋଲ ? ସକାଳ 8ଟାରୁ ଭୋଟ ଗଣତି ଆରମ୍ଭ ହେବ । କୋରୋନା କଟକଣା ମଧ୍ୟରେ ଭୋଟ ଗଣତି ନେଇ ଜିଲ୍ଲାପ୍ରଶାସନର ପ୍ରସ୍ତୁତି ଚୂଡାନ୍ତ । ତିର୍ତ୍ତୋଲ ପାଇଁ 9 ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବୀତା କରିଛନ୍ତି ।

କିଏ ଦଖଲ କରିବ ତିର୍ତ୍ତୋଲ
କିଏ ଦଖଲ କରିବ ତିର୍ତ୍ତୋଲ

ଆଜି ଆସିବ ତିର୍ତ୍ତୋଲ ଫଳାଫଳ । କିଏ ମାରିବ ବାଜି ? ବିଜେଡିର ଦିବଙ୍ଗତ ପୂର୍ବତନ ନେତା ବିଷ୍ଣୁ ଚରଣ ଦାସଙ୍କ ନାଁରେ ପୁଅ ବିଜୟ ଶଙ୍କର ଦାସକୁ ଭରଷା କରିବେ କି ତିର୍ତ୍ତୋଲବାସୀ ? ନା ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା ଏବଂ କଂଗ୍ରେସ ଆଶାୟୀ ହିମାଂଶୁ ଭୂଷଣ ମଲ୍ଲିକଙ୍କୁ ବାଛିବେ ଜନତା । ଆଜି ଏସବୁ ପ୍ରଶ୍ନର ଆସିବ ରେଜଲ୍ଟ ।

ବିଜୟ ଶଙ୍କର ଦାସଙ୍କ ବାପା ବିଷ୍ଣୁ ଚରଣ ଦାସ ଦଳର ସାଂଗଠନିକ ଦକ୍ଷତା ପାଇଁ ଜଣାଶୁଣା ହୋଇଥିବାବେଳେ ସିମ୍ପାଥି ଭୋଟ୍ ହାତେଇବାକୁ ଚେଷ୍ଟା କରିଛି ବିଜେଡି । ସେହିପରି ବିଜେପି ଏବଂ କଂଗ୍ରେସ ବିଜେଡି ଶାସନରେ ଦୁର୍ନୀତି ଏବଂ ବିକାଶର ଅଭାବକୁ ଦର୍ଶାଇ ଲୋକଙ୍କ ନିକଟରେ ପହଞ୍ଚିବାକୁ ପ୍ରୟାସ କରିଛନ୍ତି ।

ବିଷ୍ଣୁ ଚରଣ ଦାସ ଜଣେ ଭେଟେରାନ ବିଜେଡି ନେତା ଥିଲେ । ଯିଏକି 2019 ରେ ତିର୍ତ୍ତୋଲ ଜିତିଥିଲେ । 1990 ରୁ 2014 ମଧ୍ୟରେ ସେ ଲଗାତାର ପାଞ୍ଚଥର ଜଗତସିଂହପୁର ଆସନ ଜିତିଥିଲେ । ସେ ନବୀନ ପଟ୍ଟନାୟକ ସରକାରରେ ଜଣେ ମନ୍ତ୍ରୀ ଥିଲେ ଏବଂ ଥିଲେ ସଂସଦର ଉପର ଗୃହକୁ ମଧ୍ୟ ନିର୍ବାଚିତ ହୋଇଥିଲେ ।

ସୂଚନାଯୋଗ୍ୟ,ଆଜି ଉଭୟ ବାଲେଶ୍ବର ଓ ତିର୍ତ୍ତୋଲର ଫଳାଫଳ ଆସିବ । ଗଣତି ପାଇଁ ଇଭିଏମ ପାଇଁ ଦୁଇଟି ପୋଷ୍ଟାଲ ବାଲାଟ ପାଇଁ ଗୋଟିଏ ଏଭଳି 3ଟି ପ୍ରକୋଷ୍ଠରେ ହେବ । ସେହିଭଳି 7ଟି ଟେବୁଲରେ ଇଭିଏମ ଏବଂ ଗୋଟିଏ ଟେବୁଲରେ ପୋଷ୍ଟାଲ ଭୋଟ ଗଣତି କରାଯିବ । ପ୍ରଥମେ ପୋଷ୍ଟାଲ ପରେ ଇଭିଏମ କାଉଣ୍ଟିଂ ନେଇ ରାଜ୍ୟ ନିର୍ବାଚନ କମିଶନ ସୁଶୀଲ ଲାହୋନୀ ସୂଚନା ଦେଇଛନ୍ତି ।

ସେହିପରି ଉଭୟ ନିର୍ବାଚନ ମଣ୍ଡଳୀ ପାଇଁ 110 ଜଣ କାଉଣ୍ଟିଂ ଅଧିକାରୀ , 57 ଜଣ ମାଇକ୍ରୋ ଅବଜଭର ରହିବେ । ପ୍ରତି କାଉଣ୍ଟିଂ ଟେବୁଲ ପାଇଁ ଜଣେ ଏବଂ ପୋଷ୍ଟାଲ ବାଲାଟ ଟେବୁଲ ଲାଗି ଆଉ ଜଣେ ଏଜେଣ୍ଟ ରହିବେ । ଭୋଟ ଗଣତି ଶେଷ ପରେ ଅନିୟମିତ ଭାବେ 5ଟି ବୁଥର ଭିଭିପାଟ ଥିବା ପେପର ସ୍ଲିପ ଗଣତି ହେବ ।

ପ୍ରକାଶ ଯେ, ଗତ 3 ତାରିଖରେ ବାଲେଶ୍ବର ସଦର ଏବଂ ତିର୍ତ୍ତୋଲ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.