ETV Bharat / state

ବିଧାୟକ ବିଜୟ ଶଙ୍କରଙ୍କ ଦୋଷକୁ ଘଣ୍ଟ ଘୋଡାଉଛି ବିଜେଡି: ଛାତ୍ର କଂଗ୍ରେସ

author img

By

Published : Feb 19, 2023, 10:29 PM IST

ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ସପକ୍ଷରେ ବିଜୁ ଛାତ୍ର ଜନତା ଦଳର ପ୍ରେସ ବିବୃତ୍ତି ପରେ ଶାଣିତ ଆକ୍ରମଣ କରିଛି ତିର୍ତ୍ତୋଲ ଛାତ୍ର କଂଗ୍ରେସ । ଅଧିକ ପଢ଼ନ୍ତୁ

ତିର୍ତ୍ତୋଲ ଯୁବ କଂଗ୍ରେସର ସାମ୍ବାଦିକ ସମ୍ମଳନୀ
tirtol chhatra congress press meet

ବିଧାୟକଙ୍କ ଦୋଷକୁ ଘଣ୍ଟ ଘୋଡାଉଛି ବିଜେଡି

ଜଗତସିଂହପୁର: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ ବାନ୍ଧବୀ ସୋମାଲିକାଙ୍କ ମାମଲା ନେଇ ଯୁବଛାତ୍ର ବିଜେଡି ଓ ଯୁବ ଛାତ୍ର କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି । ବିଜୁ ଛାତ୍ର ଜନତା ଦଳ ତିର୍ତ୍ତୋଲ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ବିଧାୟକଙ୍କ ସପକ୍ଷରେ ବାହାରିଥିଲା । ଏହାକୁ ନେଇ ଟାର୍ଗେଟ କରିଛି ଯୁବ କଂଗ୍ରେସ । ଏହି ଘଟଣାରେ ନିରପେକ୍ଷ ତଦନ୍ତ ଓ ପୀଡିତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ନୈତିକତା ଦୃଷ୍ଟିରୁ ବିଧାୟକ ବିଜୟ ଶଙ୍କର ଦାସଙ୍କ ଇସ୍ତଫା ଦାବି କରିଛି ।

ଆଜି ବିରିଡି ବ୍ଲକ ହଜିପୁର ଠାରେ ଏକ ସାମ୍ବାଦିକ ସମ୍ମଳନୀ ମାଧ୍ୟମରେ ବିଜୁ ଛାତ୍ର ଜନତା ଦଳ ଉପରେ ବର୍ଷିଛି ଯୁବ କଂଗ୍ରେସ । ଏହି ପ୍ରସଙ୍ଗ ନେଇ ବିଜୁ ଛାତ୍ର ଜନତା ଦଳକୁ 12ଟି ପ୍ରଶ୍ନ କରିଛି । ଯଦି ପୋଲିସ ଉପରେ ବିଧାୟକଙ୍କ ବିଶ୍ୱାସ ରହିଛି ତେବେ ତଦନ୍ତ ଶେଷ ନ ହେଉଣୁ କଣ ପାଇଁ ବିଧାୟକଙ୍କ ଇସାରାରେ ବିଜୁ ଛାତ୍ର ଜନତା ଦଳ ସାମ୍ବାଦିକ ସମିଳନୀ କଲେ ବୋଲି ପ୍ରଶ୍ନ କରିଛି ।

ତିର୍ତ୍ତୋଲର ଯୁବ କଂଗ୍ରେସ ସଭାପତି କହିଛନ୍ତି ଯେ, "ଗଣତନ୍ତ୍ରରେ ବିରୋଧୀ ବିରୋଧ ପ୍ରଦର୍ଶନ କରିବା କିଛି ନୂଆ କଥା ନୁହେଁ । ନାରୀ ଆଉ ନାରୀ ଜାତିର ସମ୍ମାନକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି, ଏଥିରେ ବିଜେଡି ବିଚଳିତ ହୋଇ ପଡିଛି । ପୀଡିତା ଏତଲା ଦେବାର 15 ଦିନରୁ ଅଧିକ ହୋଇଥିଲେ ମଧ୍ୟ ବିଧାୟକଙ୍କୁ ଥରେ ବି ପୋଲିସ ପଚରାଉଚରା କରିବାକୁ ସାହସ ଜୁଟାଇ ପାରୁନାହିଁ ।" ସାଧାରଣ ଲୋକ ଓ ବିଧାୟକଙ୍କ ପାଇଁ ଫୌଜଦାରୀ ଆଇନ କଣ ଅଲଗା ଅଲଗା ବୋଲି କଂଗ୍ରେସ ପ୍ରଶ୍ନ କରିଛି ।

ସେ ଆହୁରି ମଧ୍ୟ କହିଛନ୍ତି, ବିଧାୟକଙ୍କ କାରନାମା ପାଦରେ ପଡିଲା ପରେ କଂଗ୍ରେସ ଏହାକୁ ବିରୋଧ କରୁଛି । ଏହି ବିରୋଧରେ ଶାସକ ବିଜେଡି ଓ ନିଜେ ବିଧାୟକ ଏଥିରେ ଏତେ ଭୟଭୀତ କାହିଁକି ? ଏଠି କେବଳ ଜଣେ ନାରୀ ନୁହେଁ ଏହି ସରକାରରେ ସମଗ୍ର ନାରୀଜାତିର ସମ୍ମାନ ବାଜିରେ ଲାଗିଛି । ବିରୋଧୀଙ୍କ ବିରୋଧରେ ଯୁବ ବିଜେଡି ରାଜ ରାସ୍ତାକୁ ଓହ୍ଲାଇବାକୁ ଯେଉଁ ଧମକ ଦେଉଛି ତାହା କେବେ ସାଧାରଣ ଲୋକଙ୍କ ନିକଟରେ ଗ୍ରହଣୀୟ ହେବ ନାହିଁ ବୋଲି କଂଗ୍ରେସ ସଭାପତି କହିଛନ୍ତି । ଯାହାକୁ ନେଇ ଉଭୟ ଦଳଙ୍କ ମଧ୍ୟରେ କାଦୁଅ ଫିଙ୍ଗା ଆରମ୍ଭ ହୋଇଛି ।

ପୂର୍ବରୁ ଏହି ଘଟଣାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଧାୟକଙ୍କ ଗିରଫ ଦାବିରେ ଏସପି ଅଫିସ ଘେରାଉ କରାଯାଇଥିଲା । ବିଜେପି ପ୍ରତିନିଧି ଦଳ ଏ ସମ୍ପର୍କରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଆଲୋଚନା କରିଥିଲେ । ପରେ ତିର୍ତ୍ତୋଲ କଂଗ୍ରେସ ପକ୍ଷରୁ କଟକ-ପାରାଦ୍ୱୀପ ରାସ୍ତାରେ ବିଧାୟକଙ୍କ କୁଶ ପୁତ୍ତଳିକା ଦାହ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ତହସିଲଦାରଙ୍କୁ ପ୍ରଦାନ କରାଯାଇଥିଲା । ଛାତ୍ର ବିଜେଡି ପକ୍ଷରୁ ପ୍ରେସ ବିବୃତ୍ତି ପରେ ତିର୍ତ୍ତୋଲ ଛାତ୍ର କଂଗ୍ରେସ ପକ୍ଷରୁ ଶାଣିତ ଆକ୍ରମଣ କରାଯାଇଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.