ETV Bharat / state

ତିର୍ତ୍ତୋଲ ଉପନିର୍ବାଚନ; ଦଳୀୟ ପ୍ରାର୍ଥୀଙ୍କ ପାଇଁ ପିସିସି ସଭାପତି ଓ ପ୍ରଭାରୀଙ୍କ ପ୍ରଚାର

author img

By

Published : Oct 23, 2020, 6:58 PM IST

ତିର୍ତ୍ତୋଲ ଉପନିର୍ବାଚନ ପାଇଁ କଂଗ୍ରେସର କର୍ମୀ ସମ୍ମିଳନୀ । ଏଥିରେ କଂଗ୍ରେସ ନେତା ତଥା ଓଡ଼ିଶା ପ୍ରଭାରୀ ଚେଲା କୁମାର ଯୋଗ ଦେଇ କଂଗ୍ରେସ କର୍ମୀଙ୍କୁ ଉତ୍ସାହିତ କରିଥିଲେ । ଅଧିକ ପଢନ୍ତୁ...

ତିର୍ତ୍ତୋଲ ଉପନିର୍ବାଚନ; ଦଳୀୟ ପ୍ରାର୍ଥୀଙ୍କ ପାଇଁ ପିସିସି ସଭାପତି ଓ ପ୍ରଭାରୀଙ୍କ ପ୍ରଚାର
ତିର୍ତ୍ତୋଲ ଉପନିର୍ବାଚନ; ଦଳୀୟ ପ୍ରାର୍ଥୀଙ୍କ ପାଇଁ ପିସିସି ସଭାପତି ଓ ପ୍ରଭାରୀଙ୍କ ପ୍ରଚାର

ଜଗତସିଂହପୁର: ତିର୍ତ୍ତୋଲ ଉପନିର୍ବାଚନ ପାଇଁ କଂଗ୍ରେସର କର୍ମୀ ସମ୍ମିଳନୀ । ଶୁକ୍ରବାର ଜିଲ୍ଲାର ରଘୁନାଥପୁର ବ୍ଲକ ଜୟପୁର ଠାରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ କଂଗ୍ରେସ ନେତା ତଥା ଓଡ଼ିଶା ପ୍ରଭାରୀ ଚେଲା କୁମାର ଯୋଗ ଦେଇ କଂଗ୍ରେସ କର୍ମୀଙ୍କୁ ଉତ୍ସାହିତ କରିଥିଲେ ।

ସେହିପରି କାର୍ଯ୍ୟକ୍ରମରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗ ଦେଇ ତିର୍ତ୍ତୋଲରେ କଂଗ୍ରେସ ବିପୁଳ ଭୋଟରେ ବିଜୟୀ ହେବ ବୋଲି କହିଥିଲେ । ତେବେ ତିର୍ତ୍ତୋଲ ନିର୍ବାଚନରେ ଶାସକ ଦଳର କଳା ଟଙ୍କା କାମ କରିବନି । କଂଗ୍ରେସ ନିଶ୍ଚିତ ଭାବେ ବିଜୟୀ ହେବ ବୋଲି କହିଥିଲେ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର ।

ଏହି କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରା, କଂଗ୍ରେସ ନେତା ପ୍ରଦୀପ ମାଝୀ, ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ ପ୍ରମୁଖ ଉପସ୍ଥିତ ରହିଥିଲେ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.