ETV Bharat / state

ତିର୍ତ୍ତୋଲ ଉପନିର୍ବାଚନକୁ ନେଇ ରାଜ୍ୟ ପ୍ରଭାରୀଙ୍କ ବିରିଡି ଗସ୍ତ - ତିର୍ତ୍ତୋଲ ଉପନିର୍ବାଚନକୁ ନେଇ ରାଜ୍ୟ ପ୍ରଭାରୀଙ୍କ ବିରିଡି ଗ୍ରସ୍ଥ

ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଉପନିର୍ବାଚନକୁ ନେଇ ଧିରେଧିରେ ରାଜନୈତିକ ପାଣିପାଗ ଉସ୍ମ ହେବାରେ ଲାଗିଛି । କୌଣସି ଦଳ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ କରିନଥିବାବେଳେ ଆଶାୟୀ କିନ୍ତୁ ଘରଘର ବୁଲିବା ଆରମ୍ଭ କଲେଣି । ଅଧିକ ପଢନ୍ତୁ...

Tirtol by-election: congress visits biridi
ତିର୍ତ୍ତୋଲ ଉପନିର୍ବାଚନକୁ ନେଇ ରାଜ୍ୟ ପ୍ରଭାରୀଙ୍କ ବିରିଡି ଗ୍ରସ୍ଥ
author img

By

Published : Oct 8, 2020, 10:21 PM IST

Updated : Oct 9, 2020, 11:13 AM IST

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଉପନିର୍ବାଚନକୁ ନେଇ ଧିରେଧିରେ ରାଜନୈତିକ ପାଣିପାଗ ଉସ୍ମ ହେବାରେ ଲାଗିଛି । କୌଣସି ଦଳ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ କରିନଥିବାବେଳେ ଆଶାୟୀ କିନ୍ତୁ ଘରଘର ବୁଲିବା ଆରମ୍ଭ କଲେଣି ।

ଗୁରୁବାର ବିରିଡି ବ୍ଲକରେ କଂଗ୍ରେସ ତାର ଶକ୍ତି ପ୍ରଦର୍ଶନ ପାଇଁ ଏକ କର୍ମୀ ସମ୍ମିଳନୀ ଆୟୋଜନ କରିଥିଲା । ଏଥିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ରାଜ୍ୟ ପ୍ରଭାରୀ ଏ ଚେଲା କୁମାର, ପୂର୍ବତନ ବିଧାୟକ ଚିରଞ୍ଜିବ ବିଶ୍ବାଳ ପ୍ରମୁଖ ଯୋଗଦେଇ କର୍ମୀମାନଙ୍କ ସହ ଆଲୋଚନା କରିଥିଲେ ।

ତିର୍ତ୍ତୋଲ ଉପନିର୍ବାଚନକୁ ନେଇ ରାଜ୍ୟ ପ୍ରଭାରୀଙ୍କ ବିରିଡି ଗସ୍ତ

ତେବେ ଏହି କାର୍ଯ୍ୟକ୍ରମରେ ମିଡିଆକୁ ଦୂରେଇ ରଖାଯାଇଥିଲା । କଂଗ୍ରେସର କେତେକ ଅସନ୍ତୁଷ୍ଟ କର୍ମୀମାନଙ୍କ ସହ ପିସିସି ସଭାପତି ଆଲୋଚନା କରିଥିଲେ । ତେବେ କଂଗ୍ରେସ ତିର୍ତ୍ତୋଲ ଉପନିର୍ବାଚନରେ ପ୍ରାର୍ଥୀ ଘୋଷଣା କରିନଥିବା ବେଳେ ଏଠାରୁ ଏକାଧିକ ଆଶାୟୀ ଥିବା ଜଣାପଡିଛି । ଉପନିର୍ବାଚନ କଂଗ୍ରେସରୁ ୩ ବରିଷ୍ଠ ନେତା କଂଗ୍ରେସ ଛାଡି ସାରିଲେଣି । ତେବେ କଂଗ୍ରେସ କାହାକୁ ନେଇ ନିର୍ବାଚନ ବୈତରଣୀ ପାରିହେଉଛି, ତାହା ସମସ୍ତଙ୍କ ନଜର ରହିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : Oct 9, 2020, 11:13 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.