ଜଗତସିଂହପୁର: ଗଡ଼ କୁଜଙ୍ଗ ଅଞ୍ଚଳରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ କୁଶପୁତ୍ତଳିକା ଦାହ କରିଛି ମହିଳା ମହାସଂଘ । ସଂଘ ଅଭିଯୋଗ କରିଛି ଯେ ଏରସମା ବ୍ଲକ ଗଡ଼ କୁଜଙ୍ଗ ଅଞ୍ଚଳରେ ଥିବା ସ୍ୱପ୍ନା ମହିଳା ମହାସଂଘରେ ଗତ 4 ବର୍ଷ ହେବ ନିର୍ବାଚନ ନ ହୋଇ ନିର୍ଦ୍ଧିଷ୍ଟ ଗୋଷ୍ଠୀର ଜଣେ ଏହାକୁ ପରିଚାଳିତ କରୁଛନ୍ତି ।
ଏହାକୁ ନେଇ ମହିଳା ମହାସଂଘର କେତେକ ମହିଳା ଜିଲ୍ଲାପାଳଙ୍କୁ ଜଣାଇଥିଲେ, ଏଥିରେ ଜିଲ୍ଲାପାଳ ମହିଳାଙ୍କୁ ଅସମ୍ମାନିତ କରିଥିବା ସେମାନେ ଅଭିଯୋଗ କରିଛନ୍ତି । ଏହାକୁ ନେଇ ମହିଳାମାନେ ଗଡ଼ କୁଜଙ୍ଗ ପଞ୍ଚାୟତ ଅଫିସ ଠାରୁ ସ୍ଥାନୀୟ ବଡ଼ଦାଣ୍ଡ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ବାହାରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳଙ୍କ କୁଶପୁତ୍ତଳିକା ଦାହ କରିଥିଲେ । ଆଗାମୀ ଦିନରେ ଜିଲ୍ଲାପାଳଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ ସହ ମହିଳାଙ୍କୁ ଅସମ୍ମାନ କରିବା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ କୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ସେମାନେ କହିଛନ୍ତି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ