ଜଗତସିଂହପୁର: ଜିଲ୍ଲାରେ କୋରୋନା ପଜେଟିଭ ରୋଗୀଙ୍କୁ ଆଣୁଥିବା ଘରୋଇ ଆମ୍ବୁଲାନ୍ସ ମାଲିକ ଓ ଡ୍ରାଇଭର ଆଜି କାର୍ଯ୍ୟବନ୍ଦ ଆନ୍ଦୋଳନ ଦେଇଛନ୍ତି । କରୋନା ପଜିଟିଭି ଚିହ୍ନଟ ବ୍ୟକ୍ତିଙ୍କୁ ଭୂବନେଶ୍ବର ପଠାଇବା ପାଇଁ ଜିଲ୍ଲା ସ୍ବାସ୍ଥବିଭାଗ ଜଗତସିଂହପୁର ଓ ପାରାଦୀପରୁ ୮ ଟି ଘରୋଇ ଆମ୍ବୁଲାନ୍ସ ଆଣି ନିୟୋଜିତ କରିଥିଲା । କିନ୍ତୁ ସେମାନଙ୍କୁ ଗତ ୨ ମାସହେବ ସେମାନଙ୍କ ପ୍ରାପ୍ୟ ଅର୍ଥ ମିଳି ନଥିବା ଅଭିଯୋଗ କରି ଆଜି କାର୍ଯ୍ୟବନ୍ଦ କରିଥିବା ଦେଖିବାକୁ ମିଳିଥିଲା ।
ଆମ୍ବୁଲାନ୍ସ ଡ୍ରାଇଭର ଅଭିଯୋଗ କରିଛନ୍ତି ଯେ ସେମାନଙ୍କୁ ଖାଇବା ପାଇଁ ଅର୍ଥ ଦିଆ ଯାଉନି । କରୋନା ଆକ୍ରାନ୍ତଙ୍କୁ ନେବା ଆଣିବା କରୁଥିବାରୁ ସେମାନେଙ୍କୁ ଗାଁ ରେ ମଧ୍ୟ ପସିବାକୁ ଦେଉନାହାନ୍ତି। ଅନ୍ୟପଟେ ଜିଲ୍ଲାସ୍ବାସ୍ଥ୍ୟ ବିଭାଗ ଖାଇବା ବାବଦରେ ଦିନକୁ ୧୨୦ ଟଙ୍କା ଦେବାକୁ ଚୁକ୍ତି କରିଥିଲେ ମଧ୍ୟ ସେ ଅର୍ଥକୁ ବିଭାଗ ଦେଉନାହିଁ । ଯାହାଦ୍ବାରା ସେମାନେ ଖାଇବାକୁ ନପାଇ ଉପବାସରେ ରହୁଥିବା ଅଭିଯୋଗ କରି କାର୍ଯ୍ୟବନ୍ଦ କରିଥିଲେ । ଖବରପାଇ ଜିଲ୍ଲା ସ୍ବାସ୍ଥ୍ୟବିଭାଗ ଅଧିକାରୀ ମାନେ ଧାରଣା ସ୍ଥଳରେ ପହଁଛି ଆଲୋଚନା କରୁଥିବା ଖବର ମିଳିଛି ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ