ଜଗତସିଂହପୁର: ପାରାଦ୍ବୀପ ସମୁଦ୍ରରେ ମିଳିତ ସମାରାଭ୍ୟାସ ସାଗର କବଚ ଆଜି(ଶନିବାର) ଶେଷ ହୋଇଛି। ସମାରଭ୍ୟାସରେ ମକଡ୍ରଲ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି ସମାରଭ୍ୟାସରେ ତଟରକ୍ଷୀ ବାହିନୀ, ସିଆଇଏସ ଏଫ, ନୌସେନା, ପାରାଦ୍ବୀପ ବନ୍ଦର ମେରାଇନ ବିଭାଗ, କଷ୍ଟମ, ମତ୍ସ ବିଭାଗ ଓ ମେରାଇନ ପୋଲିସ କର୍ମଚାରୀ ସାମିଲ ହୋଇଥିଲେ।
ସମାରଭ୍ୟାସ ପାଇଁ ପାରାଦ୍ବୀପ ସହର ସମେତ ମାଛଧରା ବନ୍ଦରର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା। ସୂଚନାଯୋଗ୍ୟ, ଗତ 26/11 ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜଳପଥ ରେ ନିୟମିତ ସମାରଭ୍ୟାସ କରାଯାଉଛି।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ