ETV Bharat / state

ଖାକିରେ ଦାଗ; ସବଇନ୍ସପେକ୍ଟରଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ମହିଳା ଏସଆଇ

author img

By

Published : Jul 19, 2020, 9:03 PM IST

ଜଗତସିଂହପୁର ଜିଲ୍ଲାର ପାରାଦୀପ ସ୍ଥିତ ଏକ ଥାନାରେ ପୋଲିସ ଇନସ୍ପେକ୍ଟର ଭାବେ କାର୍ଯ୍ୟରତ ଜଣେ ପୋଲିସ ବାବୁଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜଣେ ମହିଳା ପୋଲିସ ଏସଆଇ। ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଛନ୍ତି ମହିଳା ଏସଆଇ । ଅଧିକ ପଢନ୍ତୁ...

ଖାକିରେ ଦାଗ; ସବଇନ୍ସପେକ୍ଟର ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ମହିଳା ଏସଆଇ

ଜଗତସିଂହପୁର: ଜିଲ୍ଲାର ପାରାଦୀପ ସ୍ଥିତ ଏକ ଥାନାରେ ପୋଲିସ ଇନସ୍ପେକ୍ଟର ଭାବେ କାର୍ଯ୍ୟରତ ଜଣେ ପୋଲିସ ବାବୁଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜଣେ ମହିଳା ପୋଲିସ ଏସଆଇ। ଅଭିଯୋଗ ମୁତାବକ ଗତବର୍ଷ ପୁରୀ ରଥଯାତ୍ରା ସମୟରେ ପୁରୀକୁ ରଥଯାତ୍ରା ଡ୍ୟୁଟି କରିବା ପାଇଁ ଯାଇଥିଲେ । ସେ ସମୟରେ ମୟୂରଭଞ୍ଜ ଜିଲ୍ଲାର ଏକ ଥାନାର ଜଣେ ମହିଳା ଏସଆଇ ସେଠାରେ ଦେଖା ହୋଇଥିଲେ।

ପ୍ରଥମେ ବନ୍ଧୁତା ଓ ପରେ ପ୍ରେମ। ଏମିତିକି ପୋଲିସ ବାବୁ ଜଣକ ବିବାହର ପ୍ରତିଶ୍ରୁତି ଦେଇ କଟକ ଓ ଭୁବନେଶ୍ବରର କେତେକ ହୋଟେଲରେ ସ୍ଵାମୀ ଓ ସ୍ତ୍ରୀ ଭାବେ ପରିଚୟ ଦେଇ ରହିଥିଲେ। ପରେ ମହିଳା ଏସଆଇ ଜଣକ ଗର୍ଭବତୀ ହେବାରୁ ପୋଲିସ ବାବୁ ଜଣକ ଗର୍ଭପାତ ମଧ୍ୟ କରାଇଥିଲେ।

ଗତ କିଛିଦିନ ହେବ ମହିଳା ଏସଆଇ ଜଣକ ବିବାହ ପାଇଁ ଜିଦ ଧରିବାରୁ ବାବୁ ଆଉ ଧରାଛୁଆଁ ଦେଇନଥିଲେ। ଶେଷରେ ମହିଳା ଜଣଙ୍କ ଜଗତସିଂହପୁର ଥାନାରେ ପହଞ୍ଚି ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗ ପାଇବା ପରେ ମହିଳା ଏସଆଇ ଜଣଙ୍କୁ ଡାକ୍ତରୀ ମାଇନା ପାଇଁ ଜଗତସିଂହପୁର ହସ୍ପିଟାଲକୁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ପୋଲିସ। ଏସମ୍ପର୍କ ରେ ପୋଲିସ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇନାହିଁ ।

ଜଗତସିଂହପୁର ରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.