ETV Bharat / state

ଆଦିକବି ଶାରଳା ଦାସଙ୍କ ନାମରେ ନାମିତ ହେବ ଜଗତସିଂହପୁର ସଂସ୍କୃତି ଭବନ

author img

By

Published : Feb 19, 2021, 9:50 PM IST

ଜିଲ୍ଲାର ସଂସ୍କୃତି ଭବନ, ଆଦିକବି ଶାରଳା ଦାସଙ୍କ ନାମରେ ନାମିତ ହେବ । ଏହାକୁ ନେଇ ରାଜ୍ୟ ସରକାର ଆଜି ବିଜ୍ଞପ୍ତି ଜାରି କରିଛନ୍ତି । ଜଗତସିଂହପୁର ଜିଲା ସଂସ୍କୃତି ଭବନ 2017 ମସିହାରେ କାର୍ଯ୍ୟକ୍ଷମ ହୋଇଥିଲା । ଅଧିକ ପଢନ୍ତୁ...

ଆଦିକବି ଶାରଳା ଦାସଙ୍କ ନାମରେ ନାମିତ ହେବ ଜିଲ୍ଲା ସଂସ୍କୃତି ଭବନ

ଜଗତସିଂହପୁର : ଜିଲ୍ଲାର ସଂସ୍କୃତି ଭବନ, ଆଦିକବି ଶାରଳା ଦାସଙ୍କ ନାମରେ ନାମିତ ହେବ । ଏହାକୁ ନେଇ ରାଜ୍ୟ ସରକାର ଆଜି ବିଜ୍ଞପ୍ତି ଜାରି କରିଛନ୍ତି । ଜଗତସିଂହପୁର ଜିଲା ସଂସ୍କୃତି ଭବନ 2017 ମସିହାରେ କାର୍ଯ୍ୟକ୍ଷମ ହୋଇଥିଲା । ତେବେ ଜଗତସିଂହପୁର ଜିଲ୍ଲା ଏକ କଳା ସଂସ୍କୃତି ଓ ସାହିତ୍ୟ କ୍ଷେତ୍ରରେ ଓଡ଼ିଶା ନୁହେଁ ସମଗ୍ର ଦେଶରେ ଗୌରବ ଅର୍ଜନ କରିଛି ।

ଏହାକୁ ନେଇ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଓଡ଼ିଆ ଭାଷା ଓ ସାହିତ୍ୟର ସ୍ରଷ୍ଟା ଆଦି କବି ଶାରଳା ଦାସଙ୍କ ନାମରେ ସଂସ୍କୃତି ଭବନ ନାମିତ କରିବାକୁ ରାଜ୍ୟ ସରକାର ସଂସ୍କୃତି ବିଭାଗକୁ ପତ୍ର ଲେଖିଥିଲେ । ଆଜି ରାଜ୍ୟ ସରକାର ଏହା ଉପରେ ମୋହର ଲଗାଇଛନ୍ତି । ଏହି ପଦକ୍ଷେପକୁ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସାହିତ୍ୟିକ ମାନଙ୍କ ମହଲରେ ସ୍ୱାଗତ କରାଯାଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.