ଜଗତସିଂହପୁର: ରବିବାର ଠାରୁ ଆରମ୍ଭ ହେବାକୁ ଯାଉଛି ଭାଲୁକୁଣୀ ଓଷା ବା ଖୁଦୁରୁକୁଣୀ ପୂଜା । ଏନେଇ ନେଇ ଚଳଚଞ୍ଚଳ ହୋଇଛି ଜଗତସିଂହପୁର ସହର । ଭଳିକି ଭଳି ରଙ୍ଗବେରଙ୍ଗର ମୃଣ୍ମୟୀ ମୂର୍ତ୍ତିର ପସରା ମେଲିଛି ସହରର ବିଭିନ୍ନ ସ୍ଥାନରେ । କିନ୍ତୁ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ମୂର୍ତ୍ତି ବିକ୍ରି ମାନ୍ଦା ପଡିଛି । କୋରୋନା କଟକଣାର ପ୍ରଭାବ ବହୁଳ ଭାବରେ ମୂର୍ତ୍ତି କାରିଗରୀଙ୍କ ଉପରେ ପଡିଛି ।
ଅନ୍ୟପକ୍ଷରେ ଜିଲ୍ଲାରେ ଖୁଦୁରୁକୁଣୀ ପୂଜା ଏକ ଗଣପର୍ବ ଭାବରେ ପାଳନ କରାଯାଏ । ଭାଦ୍ରବ ମାସ ପ୍ରଥମ ରବିବାର ଠାରୁ କୁମାରୀ ଝିଅମାନେ ଢ଼ିଙ୍କି ଶାଳରେ ମା'ଙ୍କ ପୂଜାର୍ଚ୍ଚନା କରିଥାନ୍ତି । ଭାଦ୍ରବ ମାସର ପ୍ରତ୍ୟେକ ରବିବାର ଦିନ ଏହି ପୂଜା କରାଯିବାର ବିଧି ରହିଛି । ଭାଇ ମାନଙ୍କ ମଙ୍ଗଳ କାମନା କରି ଏହି ପୂଜା କରାଯିବାର ବିଶ୍ୱାସ ରହିଛି ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ