ଜଗତସିଂହପୁର: ଏରସମା ବ୍ଲକ ଅନ୍ତର୍ଗତ ଢିଙ୍କିଆରେ ପୁଣି ଦେଖାଦେଇଛି ଉତ୍ତେଜନା । ହାଇକୋର୍ଟଙ୍କ ୫ ଜଣିଆ ଟିମ ଆଜି(ଶନିବାର) ଢିଙ୍କିଆ ଗ୍ରସ୍ତରେ ଆସିଥିବା ବେଳେ ପୋଲିସ ସମ୍ମୁଖରେ ଠେଲାପେଲା ହେବା ସହ ଜଣେ ଶିଳ୍ପ ବିରୋଧୀ ନେତାଙ୍କୁ ସଙ୍ଘଵଦ୍ଧ ଭାବେ ଆକ୍ରମଣ କରାଯାଇଥିବା ଦେଖିବାକୁ ମିଳିଛି ।
ଏହା ବି ପଢନ୍ତୁ: ଢ଼ିଙ୍କିଆରେ ସ୍ଥିତି ପରଖିଲେ ଜିଲ୍ଲାପାଳ ଓ ଏସପି
ହାଇକୋର୍ଟଙ୍କ ଦ୍ଵାରା ଗଠିତ 5 ଜଣିଆ ଟିମ ସହ ଯାଇଥିବା ଜଣେ ସାମାଜିକ କର୍ମୀଙ୍କୁ ମଧ୍ୟ ଆକ୍ରମଣ ହୋଇଥିବା ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ଢିଙ୍କିଆରେ ଉତ୍ତେଜନା ଲାଗି ରହିଛି । ସ୍ଥାନୀୟ ଫୁଲଖାଇ ମନ୍ଦିର ପରିସରରେ 5 ଜଣିଆ କମିଟିର ସଦସ୍ୟ ମାନେ ଉପସ୍ଥିତ ରହି ପରିସ୍ଥିତି ଅନୁଧ୍ୟାନ କରୁଥିବା ଦେଖିବାକୁ ମିଳୁଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ