ETV Bharat / state

ମାସ୍କ ନଥିବାରୁ ନିଲମ୍ବିତ ହେଲେ ଶିକ୍ଷୟିତ୍ରୀ - ଚାକିରି ଛାଡିଲେ ଜଗତସିଂହପୁର ଶିକ୍ଷୟିତ୍ରୀ

ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ବିଦ୍ୟାଳୟ ପରିଦର୍ଶନ ସମୟରେ ଜଣେ ଶିକ୍ଷୟତ୍ରୀ ମୋନାଲିସା ପାଢ଼ୀ ବିନା ମାସ୍କରେ ଶିକ୍ଷାଦାନ କରୁଥିଲେ । ତାହା ଦେଖି ସେହିଠାରେ ହିଁ ତାଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି । ଅଧିକ ପଢନ୍ତୁ...

ମାସ୍କ ନଥିବାରୁ ନିଲମ୍ବିତ ହେଲେ ଶିକ୍ଷୟିତ୍ରୀ
ମାସ୍କ ନଥିବାରୁ ନିଲମ୍ବିତ ହେଲେ ଶିକ୍ଷୟିତ୍ରୀ
author img

By

Published : Sep 16, 2021, 10:58 PM IST

ଜଗତସିଂହପୁର: ଆପଣ ସରକାରୀ ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି କି ? ବିନା ମାସ୍କରେ ପିଲାଙ୍କୁ ପଢ଼ାଉଛନ୍ତି କି ? ତେବେ ସାବଧାନ ହୋଇ ଯାଆନ୍ତୁ । କାରଣ ଆପଣ ବି କେବେ ଚାକିରୀରୁ ନିଲମ୍ବିତ ହୋଇପାରନ୍ତି। ଏହିଭଳି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ରଘୁନାଥ ପୁର ବ୍ଲକ ଅନ୍ତର୍ଗତ ବର୍ତ୍ତି ହରେକୃଷ୍ଣ ବିଦ୍ୟାପୀଠରେ।

ମାସ୍କ ନଥିବାରୁ ନିଲମ୍ବିତ ହେଲେ ଶିକ୍ଷୟିତ୍ରୀ

ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ହଠାତ ବିଦ୍ୟାଳୟ ପରିଦର୍ଶନରେ ପହଞ୍ଚିବା ସହିତ ବିଦ୍ୟାଳୟରେ କିପରି ଶିକ୍ଷାଦାନ କରାଯାଉଛି ତାହାର ସମୀକ୍ଷା କରିଥିଲେ। ବିଭିନ୍ନ ଶ୍ରେଣୀ ଗୃହକୁ ଶିକ୍ଷାଦାନ ସମ୍ପର୍କରେ ବୁଝିବା ବେଳେ ସେଠାକାର ଜଣେ ଶିକ୍ଷୟତ୍ରୀ ମୋନାଲିସା ପାଢ଼ୀ ବିନା ମାସ୍କରେ ଶିକ୍ଷାଦାନ କରୁଥିଲେ।

ଏହାଦେଖି ଜିଲ୍ଲାପାଳଙ୍କ ରାଗ ମୁଣ୍ଡକୁ ଚଢି ଯାଇଥିଲା । ଶିକ୍ଷୟତ୍ରୀଙ୍କୁ ଡାକି କାହିଁକି ମାସ୍କ ପିନ୍ଧିନ ବୋଲି ପଚାରିବା ସହିତ ସେହିଠାରେ ନିଲମ୍ବନ କରିଥିଲେ । ଯାହାକୁ ନେଇ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି । ଏ ସମ୍ପର୍କରେ ଜିଲ୍ଲାପାଳ ଗଣମାଧ୍ୟମକୁ କିଛି କହି ନଥିବା ବେଳେ, ଜିଲ୍ଲା ଶିକ୍ଷା ଅଧିକାରୀ ଓ ସମ୍ପୃକ୍ତ ଶିକ୍ଷୟତ୍ରୀ ଏସମ୍ପର୍କରେ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଦେଇଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.