ETV Bharat / state

ଜଗତସିଂହପୁର ଜୀବନରେଖା ତାଳଦଣ୍ଡା ଓ ମାଛଙ୍ଗା କେନାଲରେ ହ୍ରାସ ପାଉଛି ଜଳଧାରଣ କ୍ଷମତା

author img

By

Published : Sep 24, 2020, 11:58 AM IST

ଜଳ ଧାରଣ କ୍ଷମତା 38,58 କ୍ୟୁସେକରୁ ଖସିଆସି 34,00 ରେ ପହଁଚିଲାଣି । ଯାହାଫଳରେ କି ଏହି ଦୁଇଟି କେନାଲ ଉପରେ ନିର୍ଭର କରୁଥିବା 28 ଲକ୍ଷ ହେକ୍ଟର ଚାଷଜମି ଜଳସେଚିତ ହେବାରୁ ବଞ୍ଚିତ ହେଉଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ଜଗତସିଂହପୁର ଜୀବନରେଖା ତାଳଦଣ୍ଡା ଓ ମାଛଙ୍ଗା କେନାଲରେ ହ୍ରାସ ପାଉଛି ଜଳଧାରଣ କ୍ଷମତା
ଜଗତସିଂହପୁର ଜୀବନରେଖା ତାଳଦଣ୍ଡା ଓ ମାଛଙ୍ଗା କେନାଲରେ ହ୍ରାସ ପାଉଛି ଜଳଧାରଣ କ୍ଷମତା

ଜଗତସିଂହପୁର: ଜିଲ୍ଲାର ଜୀବନରେଖା କୁହାଯାଉଥିବା ତାଳଦଣ୍ଡା ଓ ମାଛଙ୍ଗା କେନାଲରେ ଦିନକୁ ଦିନ ଜଳ ଧାରଣର କ୍ଷମତା ହ୍ରାସ ପାଇବାରେ ଲାଗିଛି । କଟକ ଯୋବ୍ରା ପାଖରୁ ବାହାରି ପାରାଦୀପକୁ ସଂଯୋଗ କରୁଥିବା ତାଳଦଣ୍ଡା ଓ ବିରିବାଟି ପାଖରୁ ମାଛଗାଁକୁ ସଂଯୋଗ କରୁଥିବା ମାଛଙ୍ଗା କେନାଲ ଏବେ ପୋତିହୋଇ ପଡ଼ିଲାଣି । 1861 ମସିହାରେ ତତ୍କାଳୀନ ବ୍ରିଟିଶ ସରକାର 86 ,2 କିମି ତାଳଦଣ୍ଡା ଓ 60, କିମି ଦୈର୍ଘ୍ୟ ବିଶିଷ୍ଟ ମାଛଙ୍ଗା କେନାଲ ଖୋଳାଇ ଥିଲେ । ଏହା ଯୋଗୁଁ ଜିଲାର 8 ବ୍ଲକ 2 ପୌରାଞ୍ଚଳ, ଓ ପଡ଼ୋଶୀ କଟକ ଜିଲ୍ଲାର ନିଶ୍ଚନ୍ତ କୋଇଲି ବ୍ଲକ ର ହଜାର ହଜାର ହେକ୍ଟର ଚାଷଜମି ଜଳସେଚିତ ହୋଇ ପାରିଥିଲା ।

କିନ୍ତୁ ଦିନକୁ ଦିନ ଏହାର ଶଯ୍ୟା ପୋତି ହୋଇ ପଡ଼ୁଥିବାରୁ ଏହାର ଜଳ ଧାରଣ କ୍ଷମତା 38,58 କ୍ୟୁସେକରୁ ଖସିଆସି 34,00ରେ ପହଁଚିଲାଣି । ଯାହାଫଳରେ କି ଏହି ଦୁଇଟି କେନାଲ ଉପରେ ନିର୍ଭର କରୁଥିବା 28 ଲକ୍ଷ ହେକ୍ଟର ଚାଷଜମି ଜଳସେଚିତ ହେବାରୁ ବଞ୍ଚିତ ହେଉଛି । ଏହାକୁ ଦୁଷ୍ଟିରେ ରଖି ଜଳସେଚନ ବିଭାଗ ପକ୍ଷରୁ 2017 ମସିହାରେ ଏସିଆନ ଡେଭଲପମେଣ୍ଟ ପକ୍ଷରୁ 200 କୋଟି ଟଙ୍କା ବ୍ୟୟରେ ଏହି 2ଟି କେନାଲର ଶଯ୍ୟାକୁ ଖୋଲାଯିବା ସହ ବନ୍ଧକୁ ସୁଦୃଢ କାରଣ କରାଯାଇ ଥିଲା । କିନ୍ତୁ ବର୍ତ୍ତମାନ କେନାଲର ଶଯ୍ୟା ପୋତି ହୋଇ ପଡ଼ୁଥିବାରୁ ଜଳ ଧାରଣ କ୍ଷମତା ହ୍ରାସ ପାଇବାରେ ଲାଗିଛି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.