ETV Bharat / state

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ବାମୀକୁ ଅଟକ ରଖିଛି ପୋଲିସ

author img

By

Published : May 4, 2023, 10:09 PM IST

ଜଗତସିଂହପୁର ଜିଲ୍ଲା ପାରାଦ୍ବୀପ ଠାରେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ । କାରଣ ଅସ୍ପଷ୍ଟ । ଅଧିକ ପଢ଼ନ୍ତୁ

Etv Bharat
Etv Bharat
ଜଗତସିଂହପୁର ଜିଲ୍ଲା ପାରାଦ୍ବୀପ ଠାରେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ପାରାଦ୍ବୀପରେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ । ପରକୀୟାପ୍ରୀତିକୁ ନେଇ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ଲୋକେ । ପାରାଦ୍ୱୀପ ନୂଆଗଡ଼ ପଞ୍ଚାୟତ ବଲିଡିଆ ଗ୍ରାମରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ଉପକଣ୍ଠ ନୂଆଗଡ଼ ପଞ୍ଚାୟତ ବଲିଡିଆ ଗ୍ରାମର ପୁଷ୍ପା ପ୍ରଧାନଙ୍କ ଝିଅ ରୋଜାଲିନ । ପାରାଦ୍ୱୀପ ଉପକଣ୍ଠ ଚୂନ ବେରାଲୀ ଗ୍ରାମର ରମେଶ ରାଣାଙ୍କ ପୁଅ ହିମାଂଶୁ ରାଣାଙ୍କୁ ୨୦୨୦ ମସିହାରେ ପ୍ରେମ ବିବାହ କରିଥିଲେ । ପରେ ଉଭୟଙ୍କ ମଧ୍ୟରେ କଳି ଝଗଡା ଲାଗି ରହୁଥିଲା । ସ୍ବାମୀ ଓ ଶାଶୁଘର ଲୋକେ ଝିଅକୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ରୋଜାଲିନଙ୍କୁ ବରଘର ଲୋକେ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହିତ ଘରୁ ବାହାର କରି ଦେଇଥିଲେ । ରୋଜାଲିନଙ୍କ ବାପା କି ଭାଇ ନଥିବାରୁ ରୋଜାଳିନୀଙ୍କ ମାଆ ବୁଝାସୁଝା କରି ଝିଅକୁ ଶାଶୂଘରେ ଛାଡିକି ଆସିଥିଲେ । କିଛି ଦିନ ପରେ ରୋଜାଲିନ ନିର୍ଯାତନା ସହି ନପାରି ନିଜ ଘରକୁ ଚାଲି ଆସିଥିଲେ ।

ରୋଜାଲିନଙ୍କ ମାଆ ପୁଷ୍ପା ବେହେରା କହିଛନ୍ତି,"ପରକୀୟାପ୍ରୀତିକୁ ନେଇ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା । ହିମାଂଶୁର ଅନ୍ୟ ଝିଅଙ୍କ ସହ ଅନୈତିକ ସମ୍ପର୍କ ରଖିବା ସହ ମୋ ଝିଅକୁ ନିର୍ଯାତନା ଦେଉଥିଲା । 6 ମାସ ବାପଘରେ ରୋଜାଲିନ୍‌ ରହିବା ପରେ ହିମାଂଶୁ ଆସି ଆଉ ସେଭଳି କିଛି ହେବନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲା । ଏପରିକି କିଛି ଦିନ ରୋଜାଲିନ ପାଖରେ ରହିଥିଲେ । ହେଲେ ପୁଣି ଛାଡପତ୍ର ନେଇ ହିମାଂଶୁ ଝିଅକୁ ମାରପିଟ କରିଥିଲା । ତେବେ ଏହାପରେ ଘରେ କିଏ ନଥିବା ବେଳେ ହିମାଂଶୁ ତାଙ୍କ ଝିଅକୁ ହତ୍ୟା କରିଛି ।" ଥାନାରେ ଏଭଳି ଅଭିଯୋଗ କରିଛନ୍ତି ରୋଜାଲିନଙ୍କ ମାଆ ।

ତେବେ ରୋଜାଲିନ ବେକରେ ଗଭୀର କ୍ଷତ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଏହି ଘଟଣା ପରେ ରୋଜାଲିନ୍‌ଙ୍କ ମାଆ ପାରାଦ୍ୱୀପ ଥାନାରେ ଅଭିଯୋଗ କରିଛନ୍ତି । ସେ ଅଭିଯୋଗରେ ଦର୍ଶାଇଛନ୍ତି ଯେ ତାଙ୍କ ଜ୍ୱାଇଁ ହିମାଂଶୁ ଆସି ରୋଜାଲିନ୍‌ଙ୍କୁ ହତ୍ୟା କରି ଚାଲିଯାଇଛି । ଛାଡପତ୍ର ପାଇଁ ବାରମ୍ବାର ଚାପ ପକାଉଥିଲା, ଛାଡପତ୍ରରେ ରୋଜାଲିନ୍‌ ରାଜି ନହେବାରୁ ତଣ୍ଟିକାଟି ହତ୍ୟା କରିଛି ବୋଲି ସେ ଏତଲାରେ ଉଲ୍ଲେଖ କରିଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଜଗତସିଂହପୁର ହସ୍ପିଟାଲ୍‌ ପଠାଇଛି । ଏହି ଘଟଣାରେ ସ୍ୱାମୀ ହିମାଂଶୁକୁ ଥାନାରେ ଅଟକ ରଖି ପୋଲିସ ପଚରାଉଚରା କରୁଛି ପୋଲିସ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.