ETV Bharat / state

22 ବର୍ଷରେ 8 ବାତ୍ୟା, ବାସ ଆଶାରେ ବେସାହାରା ବୃଦ୍ଧା - ଜଗତସିଂହପୁର ଖବର

1999 ମହାବାତ୍ୟା ଠୁ ୟସ... ହେଲେ ଏ ପର୍ଯ୍ୟନ୍ତ ମିଳିନି ରହିବା ପାଇଁ ବାସଗୃହ । ଏଭଳି ଦୟନୀୟ ଅବସ୍ଥାରେ ବଞ୍ଚୁଛନ୍ତି ବାତ୍ୟା ପ୍ରବଣ ଜଗତସିଂହପୁର ଜିଲ୍ଲାର 60 ବର୍ଷୀୟ ବୃଦ୍ଧା । ଅଧିକ ପଢନ୍ତୁ...

super cyclone to yaas old women didnot get house
22 ବର୍ଷରେ 8 ବାତ୍ୟା, ବାସ ଆଶାରେ ବେସାହାରା ବୃଦ୍ଧା
author img

By

Published : May 26, 2021, 8:02 PM IST

ଜଗତସିଂହପୁର: ଜିଲ୍ଲା ପାଇଁ ବାତ୍ୟା ହେଉଛି ଅତିଥି । କେଉଁ ମୁହୂର୍ତ୍ତରେ ଆସିବ କିଏ କହିବ । ପୂର୍ବରୁ ଅକ୍ଟୋବର ମାସରେ ବାତ୍ୟା ଆସୁଥିଲା କିନ୍ତୁ ଏବେ ମେ ମାସରୁ ଆସୁଛି ବାତ୍ୟା । ମହାବାତ୍ୟା ଠୁ ଆରମ୍ଭ ହୋଇ ଯାଇଛି ଏହି ପ୍ରକ୍ରିୟା । ତେବେ ଏହା ମଧ୍ୟରେ ବାତ୍ୟାର ସହଚରି ପାଲଟିଛନ୍ତି ରଘୁନାଥପୁର ବ୍ଲକ ଅନ୍ତର୍ଗତ ରାଡ଼ଙ୍ଗ ପଞ୍ଚୟତର କନକ ଦତ୍ତ । ସ୍ବାମୀ ମୃତ୍ୟୁ ହୋଇ ଅନେକ ବର୍ଷ ବିତିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସରକାରୀ ଯୋଜନା ଯେପରି ତାଙ୍କ ପାଇଁ ପାଲଟିଛି ସାତସପନ । ବାତ୍ୟା ଆସେ ଚାଲି ଯାଏ । ଘର ବି ଭାଙ୍ଗି ଯାଏ । ହେଲେ ସେ ପୁଣି ସେଇ ଅସଜଡ଼ା ମାଟି ଘରକୁ ରହିବା ଯୋଗ୍ୟ କରି ରହିଥାନ୍ତି ।

22 ବର୍ଷରେ 8 ବାତ୍ୟା, ବାସ ଆଶାରେ ବେସାହାରା ବୃଦ୍ଧା

ରଘୁନାଥପୁର ବ୍ଲକ ଅନ୍ତର୍ଗତ ରାଢଙ୍ଗ ପଞ୍ଚୟତରେ ରହୁନ୍ତି କନକ ଦତ୍ତ । ବୟସ 60 ହେଲାଣି । ଏହାରି ମଧ୍ୟରେ ମାରୁ ଜେଜେ ମାଆ ମଧ୍ୟ ହୋଇଗଲେଣି ସେ । ହେଲେ ଜୀବନ ରେ ଅସୁମାରୀ ଦୁଃଖକୁ ହୃଦୟରେ ଚାପି ଚାଲିଛନ୍ତି ବାଟ । 1999 ମସିହାରୁ ନିଜର ବାସ ଖଣ୍ଡେ ପାଇଁ ଏଯାବତ ସ୍ବପ୍ନ ଦେଖୁଛନ୍ତି ସେ । ସ୍ବାମୀର ଦେହାନ୍ତ ପରେ ନିଜର ଗୋଟିଏ ଝିଅକୁ ନେଇ ଏକାକୀ ରହୁଛନ୍ତି । ବାତ୍ୟା ଆସିଲେ ମନରେ ଆସେ ଆଶଙ୍କା । ଆଉ ନିଜ ଜୀବନ କୁ ବଞ୍ଚାଇବା ପାଇଁ ସେ ଅନ୍ୟ ଘରେ ଯାଇ ଗୁଞ୍ଜନ୍ତି ମୁଣ୍ଡ । ତେବେ ଏହି ପ୍ରକ୍ରିୟା ମହାବାତ୍ୟା ସମୟରୁ ଚାଲି ଆସୁଛି । ପ୍ରତି ବର୍ଷ ଆସୁଛି ବାତ୍ୟା । ଆଉ କନକ ପାଇଁ ଏହି ବାତ୍ୟା ସାଜିଛି ଏକ ଅଭିଶାପ । ଘର କାନ୍ଥ ଜାଗାରେ ବରଡ଼ା ପତ୍ରର ତାଟି । କେହି ବି ଦୁଃଖ ଶୁଣିବାକୁ ନାରାଜ । ଏହାରି ମଧ୍ୟରେ ନିଜର କୋହକୁ ହୃଦୟରେ ଚାପି ବାଟ ଚାଲିଛନ୍ତି ।

ଅନ୍ୟପଟେ ଦୁଃଖ ଯେପରି ତାଙ୍କ ପିଛା ଛାଡ଼ୁନି । କିଏ ବା କେତେ ସହାୟକ ହେବ । ସ୍ୱାମୀ ମରିବା ପରେ ସେ ତାଙ୍କର ଜୀବନକୁ ବାଜି ଲଗାଇ ଦେଇଛନ୍ତି । ମଝିରେ ମଝିରେ ପଡୋଶୀ ସହାୟତା କରନ୍ତି । ହେଲେ କେତେଦିନ । ପଡୋଶୀ ବି ଟେକି ଦେଲେଣି ହାତ । ଏହାରି ମଧ୍ୟରେ ଯଦି ସରକାର କିଛି ମାତ୍ରାରେ କନକଙ୍କୁ ସହାୟତା ପ୍ରଦାନ କରନ୍ତି ତେବେ ହୁଏତ ଆଗମୀ ଦିନରର ସେ ଶାନ୍ତିରେ ଜୀବନ ଯାପନ କରି ପାରନ୍ତେ । ଯେବେ ବାତ୍ୟା ଆସେ ସେବେ ନିଜର ଛପର ଘରକୁ ପରିତ୍ୟାଗ କରି ଗାଁରେ କାହା ଘରେ ମୁଣ୍ଡ ଗୁଞ୍ଜନ୍ତି କନକ । ତେବେ ଏହି ଅନ୍ୟ ଘରେ ମୁଣ୍ଡ ଗୁଞ୍ଜିବା ଅପେକ୍ଷା ସରକାର ଯଦି ଏହି ଅସହାୟକୁ ସହାୟ ହୁଅନ୍ତି ତେବେ ବାକି ଜୀବନ ବେଶ ଆନନ୍ଦରେ କାଟି ପାରନ୍ତେ ।

ଜଗତସିଂହପୁରରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.