ଜଗତସିଂହପୁର : ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ନିଶାଦ୍ରବ୍ୟ କାରବାର । ସହରରେ ସ୍ପେଶାଲ ସ୍କ୍ବାର୍ଡ STF ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରିଛି । ଏହାସହ ତିନିଜଣ ଅଭିଯୁକ୍ତକୁ ଗିରଫ କରାଯାଇଛି ।
ସୂଚନା ଅନୁସାରେ, ଆଜି (ଶନିବାର) ଭୁବନେଶ୍ୱରରୁ ଏସଟିଏଫ(STF)ର ସ୍ପେଶାଲ ସ୍କ୍ବାର୍ଡ ଜଗତସିଂହପୁର ସହରର ଗୋପଲ ସାଗର ନିକଟରେ ବ୍ରାଉନସୁଗାର କାରବାର ହେଉଥିବା ଖବର ପାଇଥିଲା । ପରେ ଏସଟିଏଫ ଟିମ ଚଢ଼ାଉ କରିଥିଲା । ଫଳରେ 300 ଶହ 10 ଗ୍ରାମର ବ୍ରାଉନ ସୁଗାର ଅଭିଯୁକ୍ତଙ୍କ ଠାରୁ ଜବତ ହେବା ସହ ତିନି ଅଭିଯୁକ୍ତ ପ୍ରଶାନ୍ତ ବେହେରା, ପରେସ ରଞ୍ଜନ ମହାନ୍ତି, ଓ ତୋଫାନ ମଲ୍ଲିକକୁ କାବୁ କରି ନେଇଥିଲେ ।
ଏହି ଘଟଣାକୁ ନେଇ ଜଗତସିଂହପୁର ଥାନାରେ ଏକ ମାମଲା ରୁଜୁ ହୋଇଛି । ଅଭିଯୁକ୍ତମାନେ ବିଭିନ୍ନ କଲେଜରେ ପାଠ ପଢ଼ୁଥିବା ଛାତ୍ରଙ୍କୁ ବ୍ରାଉନସୁଗାର ବିକ୍ରିର ନେଟୱର୍କ ସ୍ଥାପନ କରୁଥିବା ସ୍ବୀକାର କରିଛନ୍ତି। ଜଗତସିଂହପୁର ସହରର ଅନେକ ଯୁବବର୍ଗ ତଥା କଲେଜରେ ପଢ଼ୁଥିବା ଛାତ୍ରମାନେ ଏହି ନିଶାରେ କବଳିତ ହେଉଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ