ଜଗତସିଂହପୁର: ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ବାସ୍ଥ୍ୟ ବିଭାଗ ଯୁଗ୍ମ ସଚିବଙ୍କ ଅଚାନକ ଗସ୍ତ । ଷ୍ଟେଟ ମେଡିକାଲ କର୍ପୋରେସନ ନିର୍ଦ୍ଦେଶିକା ଜାମିନୀ ଷଡଙ୍ଗୀ ଆଜି (ଶୁକ୍ରବାର) ହଠାତ୍ ଡାକ୍ତରଖାନା ପରିଦର୍ଶନରେ ଆସିଥିଲେ । ସେ ସିଧାସଳଖ ନିରାମୟ, ପ୍ରସୂତୀ ଓ ଏମରଜେନ୍ସି ଓ୍ବାର୍ଡ ପରିଦର୍ଶନ କରିବା ସହ ରୋଗୀଙ୍କ ସମ୍ପର୍କୀୟଙ୍କ ସହିତ ଆଲୋଚନା କରିଥିଲେ ।
ନିର୍ଦ୍ଦେଶିକାଙ୍କ ଅଚାନକ ଗସ୍ତ ଡାକ୍ତରଖାନା କର୍ମଚାରୀଙ୍କୁ ଆଚମ୍ବିତ କରିଥିବା ବେଳେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ସମ୍ବନ୍ଧରେ କେତେକ ଲୋକ ନିର୍ଦ୍ଦେଶିକାଙ୍କ ନିକଟରେ ଅଭିଯୋଗ କରିଥିଲେ ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ