ETV Bharat / state

ନିଶାମୁକ୍ତ ଓଡ଼ିଶା ପାଇଁ ଶ୍ରୀଜଗନ୍ନାଥ ଭାଗବତ ଚେତନା ସଂଗଠନର ବିକ୍ଷୋଭ - ରାଜ୍ୟକୁ ନିଶାମୁକ୍ତ ଘୋଷଣା ପାଇଁ ଦାବି

ରାଜ୍ୟକୁ ନିଶାମୁକ୍ତ ଘୋଷଣା କରିବା ପାଇଁ ଜଗତସିଂହପୁରରେ ଶ୍ରୀ ଜଗନ୍ନାଥ ଭାଗବତ ଚେତନା ସଂଗଠନ ପକ୍ଷରୁ ବିକ୍ଷୋଭ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ । ଅଧିକ ପଢନ୍ତୁ

Sri jagannath Bhagavat chetana association protest

author img

By ETV Bharat Odisha Team

Published : Oct 4, 2023, 7:47 AM IST

Sri jagannath Bhagavat chetana association protest

ଜଗତସିଂହପୁର : ଦିନକୁ ବୃଦ୍ଧି ପାଇବାରେ ଲାଗିଛି ନିଶା କାରବାର । ନିଶା ଖାଇ ଉଜୁଡୁଛି ଅନେକ ପରିବାର । କିଏ ନିଶା ଖାଇ ଜୀବନ ନେଉଛି ତ ଆଉ କିଏ ରୋଗ ବ୍ୟାଧିର ଶିକାର ହୋଇ ମୃତ୍ୟୁ ମୁଖରେ ପଡୁଛି । ତେଣୁ ରାଜ୍ୟକୁ ନିଶାମୁକ୍ତ ଘୋଷଣା କରିବା ପାଇଁ ଦାବି ଜୋର ଧରିବାରେ ଲାଗିଛି । ଏନେଇ ଗତକାଲି ଜଗତସିଂହପୁର ଜିଲ୍ଲାର ଶ୍ରୀ ଜଗନ୍ନାଥ ଭାଗବତ ଚେତନା ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ନିଶାମୁକ୍ତ ସମାଜ ଗଠନ ଲକ୍ଷ୍ୟ, କେନ୍ଦୁଝରରେ ତମାଖୁ ନିଷେଧ ଦିବସ ପାଳିତ

ତେବେ ଶ୍ରୀଜଗନ୍ନାଥ ଭାଗବତ ଚେତନା ମଞ୍ଚ ଦାବି କରିଛି ଯେ, ରାଜ୍ୟ ସରକାର ରାଜ୍ୟରେ ତୁରନ୍ତ ନିଶାକୁ ବନ୍ଦ କରିବା ଆବଶ୍ୟକ ହୋଇ ପଡିଛି । ରାଜ୍ୟ ସରକାର ଗାଁ ଗାଁରେ ମଦ ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି । ଫଳରେ ଲୋକଙ୍କ ମଧ୍ୟରେ ଦାରିଦ୍ର୍ୟତା ବୃଦ୍ଧି ପାଉଛି । ଜଣେ ଦିନ ମଜୁରିଆ ଦିନ ଯାକର ପାରିଶ୍ରମିକକୁ ମଦରେ ଉଡ଼ାଇ ଦେଉଛି । ଫଳରେ ତାର ପରିବାର ନାହିଁ ନଥିବା ଆର୍ଥିକ ଅନଟନର ଶିକାର ହେଉଛି । ସେହିଭଳି ମଦ ନିଶା ଯୋଗୁଁ ସମାଜରେ ଅପରାଧ ବଢ଼ିବଢ଼ି ଚାଲିଛି ।

ଏହା ମଧ୍ୟ ପଢନ୍ତୁ - ସୁସ୍ଥ ସମାଜ ପାଇଁ ନିଶା ଏକ ବ୍ୟାଧି, ଯୁବ ପିଢିଙ୍କୁ କରିଥାଏ ପଥଭ୍ରଷ୍ଟ: ରାଷ୍ଟ୍ରପତି

ରାଜସ୍ବକୁ ବଢାଇବାକୁ ଯାଇ ରାଜ୍ୟ ସରକାର ନିଶାକୁ ପ୍ରାଧାନ୍ୟ ଦେଉଛନ୍ତି । ଯାହା ଠିକ ନୁହେଁ । ନିଶା ଯୋଗୁଁ ଯୁବ ସମାଜ ବିପଦଗାମୀ ହେଉଛନ୍ତି । ଆଧ୍ୟାତ୍ମିକତା ସମାଜ ମଧ୍ୟରୁ ଦିନକୁ ଦିନ ଲୋପ ପାଇ ଯାଉଛି । ଗାଁ ଗାଁରେ ଭାଗବତ ଟୁଙ୍ଗି ଏବେ ମଦୁଆଙ୍କ ଆଡ୍ଡାସ୍ଥଳ ପାଲଟିଲାଣି । ଗାଁ'ର ଯୁବକ ଉତ୍ତମ ଶିକ୍ଷା ବଦଳରେ ନିଶା କବଳରେ ପଡ଼ିଛି । ତେଣୁ ରାଜସ୍ୱ ପାଇଁ ନିଶାକୁ ପ୍ରାଧାନ୍ୟ ଦିଆଯିବା ଠିକ୍‌ ନୁହେଁ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି । ସଂଗଠନ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ମୁଖ୍ୟମନ୍ତ୍ରୀ ରାଜ୍ୟକୁ ନିଶା ମୁକ୍ତ ଘୋଷଣା କରନ୍ତୁ । ଯଦି ଏହା ଘୋଷଣା କରନ୍ତି ତେବେ ମୁଖ୍ୟମନ୍ତ୍ରୀଙ୍କ ନାମ ଇତିହାସରେ ଲିପିବଦ୍ଧ ହୋଇ ରହିବ ବୋଲି ସଂଗଠନର କର୍ମକର୍ତ୍ତାମାନେ କହିଥିଲେ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.