ETV Bharat / state

ବିଜୟା ଦଶମୀରେ ଜଗତସିଂହପୁର ରାମ ମନ୍ଦିରରେ ସ୍ବତନ୍ତ୍ର ପୂଜାର୍ଚ୍ଚନା - Special worship Jagatsinghpur Ram Temple

ଜଗତସିଂହପୁର ଜିଲ୍ଲାର ବିଭିନ୍ନ ପୂଜା ମଣ୍ଡପରେ ଆଜି ବିଜୟା ଦଶମୀ ବା ଦଶହରା ପର୍ବ ପାଳିତ ହେଉଛି । ଅଧର୍ମ ଉପରେ ଧର୍ମର ବିଜୟ ଓ ଅନ୍ୟାୟ ଉପରେ ନ୍ୟାୟର ବିଜୟକୁ ନେଇ ବିଭିନ୍ନ ରାମଙ୍କ ମନ୍ଦିରରେ ସତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି । ଅଧିକ ପଢନ୍ତୁ...

ବିଜୟା ଦଶମୀରେ ଜଗତସିଂହପୁର ରାମ ମନ୍ଦିରରେ ଚାଲିଛି ସ୍ବତନ୍ତ୍ର ପୂଜାର୍ଚ୍ଚନା

author img

By

Published : Oct 26, 2020, 6:41 PM IST

ଜଗତସିଂହପୁର: ଜିଲ୍ଲାର ବିଭିନ୍ନ ପୂଜା ମଣ୍ଡପରେ ଆଜି ବିଜୟା ଦଶମୀ ବା ଦଶହରା ପର୍ବ ପାଳିତ ହେଉଛି । ଏହି ଅବସରରେ ବିଭିନ୍ନ ପୂଜା ମଣ୍ଡପରେ ଆଜି ଅପରାଜିତା ପୂଜା ଅନୁଷ୍ଠିତ ହେଉଛି । ଅଧର୍ମ ଉପରେ ଧର୍ମର ବିଜୟ ଓ ଅନ୍ୟାୟ ଉପରେ ନ୍ୟାୟର ବିଜୟକୁ ନେଇ ବିଭିନ୍ନ ରାମଙ୍କ ମନ୍ଦିରରେ ସତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି ।

ତେବେ ପ୍ରତ୍ୟେକ ବର୍ଷ ଜଗତସିଂହପୁର ଶ୍ରୀରାମ କ୍ଳବ ପକ୍ଷରୁ ରାବଣ ପୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । କିନ୍ତୁ ଏଥର କୋଭିଡ କଟକଣା ଥିବାରୁ ରାବଣ ପୋଡି ଉତ୍ସବ ପାଳନ କରାଯିବ ନାହିଁ । ସେହିପରି ବିଭିନ୍ନ ଦେବୀଙ୍କ ପୂଜାମଣ୍ଡପରେ ଘଟ ବିସର୍ଜନ କରାଯିବା ସହ ଦେବୀଙ୍କୁ ବିସର୍ଜନ କରାଯାଇଛି । ଦଶମୀ ପୂଜା ପରେ ମା'ଙ୍କୁ ବିସର୍ଜନ କରାଯାଇଥିଲା ।

ବିଜୟା ଦଶମୀରେ ଜଗତସିଂହପୁର ରାମ ମନ୍ଦିରରେ ଚାଲିଛି ସ୍ବତନ୍ତ୍ର ପୂଜାର୍ଚ୍ଚନା

ମଙ୍ଗଳବାର ସହରର ସମସ୍ତ ମେଢ ସକାଳ 8ଟାରୁ ଦିନ 2 ଟା ଭିତରେ ଅଳକା ନଦୀର ଅସ୍ଥାୟୀ ପୋଖରୀରେ ବିସର୍ଜିତ ହେବ । ବିନା ଶୋଭାଯାତ୍ରାରେ ଏହି କାର୍ଯ୍ୟ ସମ୍ପାଦିତ ହେବାକୁ ବିଭିନ୍ନ ପୂଜା କମିଟିକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.