ETV Bharat / state

ସୌମ୍ୟଙ୍କ ତେରେଚ୍ଛା ବାଣ: ଆମେ ନିଜକୁ ବିଜୁ ବାବୁଙ୍କ ଦାୟଦ କହିପାରିବା ନାହିଁ

author img

By

Published : Mar 7, 2023, 9:05 AM IST

ପୁଣିଥରେ ବିଜେଡିକୁ ତେରଚ୍ଛା ବାଣ ମାରିଲେ ଦଳୀୟ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । କହିଲେ ଆମେ ନିଜକୁ ବିଜୁ ବାବୁଙ୍କ ଦାୟଦ କହିପାରିବା ନାହିଁ । ଅଧିକ ପଢନ୍ତୁ

ସୌମ୍ୟଙ୍କ ତେରେଚ୍ଛା ବାଣ
ସୌମ୍ୟଙ୍କ ତେରେଚ୍ଛା ବାଣ
ଆମେ ନିଜକୁ ବିଜୁ ବାବୁଙ୍କ ଦାୟଦ କହିପାରିବା ନାହିଁ

ଜଗତସିଂହପୁର: ବିଜୁ ଜୟନ୍ତୀରେ ପାରାଦ୍ବୀପ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପୁଣିଥରେ ଶାସକ ଦଳକୁ ତେରେଚ୍ଛା ବାଣ ମାରିଲେ ଦଳୀୟ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । ବିଜୁ ବାବୁଙ୍କ ଭଳି ସାହସ, ନିର୍ଭୀକତା ଏବଂ ଗଣତାନ୍ତ୍ରିକ ମନୋବୃତ୍ତିର ଏବେ ଅଭାବ ରହିଛି । ଆଜିକାଲି ଯେଉଁମାନେ ରାଜନୀତି କରୁଛନ୍ତି କେବଳ କଳେବଳେ କୌଶଳେ ଜିତିବାକୁ ଚେଷ୍ଟା କରୁଛନ୍ତି । ବିରୋଧିଙ୍କୁ ମୂଳପୋଛ କରିବାକୁ ଚାହୁଁଛନ୍ତି । ବିଜୁ ବାବୁ ବିରୋଧିଙ୍କୁ ସମ୍ମାନ କରୁଥିଲେ । ବର୍ତ୍ତମାନ ସମୟରେ ତାଙ୍କ ଭଳି ମନୋଭାବର ଅଭାବ ଥିବାବେଳେ ଆମେ ନିଜକୁ କିପରି ବିଜୁ ବାବୁଙ୍କ ଦାୟଦ କହିପାରିବା ବୋଲି ପ୍ରଶ୍ନ କରିଛନ୍ତି ସୌମ୍ୟ ରଞ୍ଜନ ।

ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଅଜା ଓ ତାଙ୍କର ନିଶ ଉଦାହରଣ ଦେଇ କହିଛନ୍ତି ଯେ, ବିଜୁ ବାବୁଙ୍କୁ ମୁଁ ଅଜାଙ୍କ ସହ ତୁଳନା କରୁଛି । ଅଜାଙ୍କ ନିଶ ଭଳି ବିଜୁବାବୁଙ୍କର ସାହସ, ତାଙ୍କର ସ୍ବପ୍ନ , ଗଣତାନ୍ତ୍ରିକ ମନୋବୃତ୍ତି ଓ ବିରୋଧିଙ୍କ ପ୍ରତି ସହାନୁଭୂତି ଥିଲା ଗୋଟିଏ ପ୍ରତୀକ । ବର୍ତ୍ତମାନ ଆଉ ସେଗୁଡିକୁ ଦେଖିବାକୁ ମିଳୁନି । ତେଣୁ ସ୍ବାଭାବିକ ଭାବେ ଆମେ କେମିତି ନିଜକୁ ବିଜୁ ବାବୁଙ୍କ ଦାୟଦ ବୋଲି କହିପାରିବା ବୋଲି ସେ ପ୍ରଶ୍ନ କରିଛନ୍ତି ।

ସୌମ୍ୟ ରଞ୍ଜନ ଆହୁରିମଧ୍ୟ କହିଛନ୍ତି ଯେ, ଆଜି ବି ଗଣତନ୍ତ୍ର ବିଜୁ ବାବୁଙ୍କ ଭଳି ଜଣେ ଡେଙ୍ଗା ମଣିଷକୁ ଖୋଜୁଛି । ବିଜୁ ପଟ୍ଟନାୟକ ନିର୍ବାଚନରେ ପାଞ୍ଚପାଞ୍ଚ ଥର ହାରିଥିଲେ ତଥାପି ସେ ଆମ ସମସ୍ତଙ୍କ ପାଇଁ ସ୍ମରଣୀୟ ହୋଇ ରହିଛନ୍ତି । ବର୍ତ୍ତମାନ ଯେଉଁ ରାଜନେତାମାନେ ଆସୁଛନ୍ତି ସେମାନେ କେବଳ କଳବଳ କୌଶଳ ପ୍ରୟୋଗ କରି କ୍ଷମତା ଦାଖଲ କରିବା ଆଶାରେ ରହୁଛନ୍ତି । କ୍ଷମତାସୀନ ସରକାର ବିରୋଧୀକୁ ସମ୍ପୂର୍ଣ୍ଣ ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି । ଯାହାଫଳରେ ଗଣତନ୍ତ୍ର ବିପଦରେ ପଡୁଛି । ବିରୋଧୀମାନଙ୍କୁ ସମ୍ମାନ ଦିଆଯାଉନାହିଁ । ଏହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ।

ବିଜୁ ପଟ୍ଟନାୟକ ବିରୋଧିମାନଙ୍କୁ ସମ୍ମାନ କରୁଥିଲେ । ସଂସଦ ହେଉ ଅବା ଅନ୍ୟ କେଉଁଠି ଆଉ ସେହି ସମ୍ପର୍କ ଦେଖିବାକୁ ମିଳୁନି । ଏଥିରେ ପରିବର୍ତ୍ତନ ଆବଶ୍ୟକ ବୋଲି ସୌମ୍ୟ ରଞ୍ଜନ ପଟ୍ଟନାୟକ ମତ ପ୍ରକାଶ କରିଛନ୍ତି । କେବେଳ ଏତିକି ନୁହେଁ, ବିଜୁ ବାବୁଙ୍କ ପୁତ୍ର ତାଙ୍କର ସ୍ଵପ୍ନ କଣ ସାକାର କରିପାରିଛନ୍ତି କି ଗଣମାଧ୍ୟମ ପ୍ରଶ୍ନରେ ଆପଣମାନେ ଜାଣିଥିବେ ବୋଲି ଅତି ଚତୁରତାର ସହ ଉତ୍ତର ଦେଇଛନ୍ତି ସୌମ୍ୟ । ପୁଣିଥରେ ନିଜ ଦଳକୁ ଟାର୍ଗେଟ କରି ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ଦେଇଥିବା ଏହି ବୟାନକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।

ଇଟିଭି ଭାରତ, ଜଗତସିଂହପୁର

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.