ETV Bharat / state

ସରକାରୀ ଜାଗାରୁ ମାଟି ଓ ଗଛ ଚୋରିକୁ ବିରୋଧ - ପାରାଦ୍ଵୀପ- କୁଜଙ୍ଗ ବ୍ଲକ

ପାରାଦ୍ଵୀପ- କୁଜଙ୍ଗ ବ୍ଲକ ମହ୍ଲାସାହି ପଞ୍ଚାୟତର ଜଙ୍ଗଲ କିସମ ଜମିରୁ ଗଛ ଓ ମାଟି ଲୁଟି ନେଇଛନ୍ତି ଦୁବୃର୍ତ୍ତ। ଏ ସମ୍ପର୍କରେ ଗ୍ରାମବାସୀଙ୍କ ଅଭିଯୋଗ ସତ୍ତ୍ୱେ ଜିଲ୍ଲା ପ୍ରଶାସନ ନିରବଦ୍ରଷ୍ଟା ସାଜିଛି । ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଲା ବିଜେପି । ଅଧିକ ପଢନ୍ତୁ...

soil and trees are thieft from government lands by miscreatts in paradip
ସରକାରୀ ଜାଗାରୁ ମାଟି ଓ ଗଛ ଚୋରିକୁ ବିରୋଧ
author img

By

Published : May 4, 2021, 8:29 PM IST

ଜଗତସିଂହପୁର: ପାରାଦ୍ଵୀପ- କୁଜଙ୍ଗ ବ୍ଲକ ମହ୍ଲାସାହି ପଞ୍ଚାୟତର ଜଙ୍ଗଲ କିସମ ଜମିରୁ ଗଛ ଓ ମାଟି ଲୁଟି ନେଇଛନ୍ତି ଦୁବୃର୍ତ୍ତ। ଏ ସମ୍ପର୍କରେ ଗ୍ରାମବାସୀଙ୍କ ଅଭିଯୋଗ ସତ୍ତ୍ୱେ ଜିଲ୍ଲା ପ୍ରଶାସନ ନିରବଦ୍ରଷ୍ଟା ସାଜିଛି । ଯାହାକୁ ବିରୋଧ କରିଛି ବିଜେପି।

ସରକାରୀ ଜାଗାରୁ ମାଟି ଓ ଗଛ ଚୋରିକୁ ବିରୋଧ

ମହ୍ଲାସାହି ପଞ୍ଚାୟତର ଅରଖିଆ ଗ୍ରାମର ଏହି ଜଙ୍ଗଲ ଜମିରେ ବହୁ ବଡ଼ ବଡ଼ ଗଛ ରହିଥିଲା । ଯାହା ସ୍ଥାନୀୟ ଅଞ୍ଚଳର ତତ୍ତ୍ଵାବଧାନରେ ରହିଥିଲା । ମାତ୍ର ଗତ କିଛି ଦିନ ହେଲା ମୁଷ୍ଟିମେୟ ଲୋକ ଏହି ଜମିରୁ ମାଟି ଖୋଳି ନେବା ସହିତ ଏଠାରେ ଥିବା ଗଛ ଗୁଡ଼ିକୁ ମଧ୍ୟ ନେଇଯାଇଛନ୍ତି। ଗତ ୨୫ ତାରିଖରେ ଏ ସମ୍ପର୍କରେ ସ୍ଥାନୀୟ ବିଡ଼ିଓ ଓ ତହସିଲଦାରଙ୍କୁ ଅଭିଯୋଗ କରିବା ସହିତ ଜଗତସିଂହପୁର ଜିଲ୍ଲାପାଳ ଓ ଆରଡିସି ଙ୍କୁ ମଧ୍ୟ ଅବଗତ କରାଯାଇଥିଲା। ମାତ୍ର ପ୍ରଶାସନ ପକ୍ଷରୁ ଏ ସମ୍ପର୍କରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ବରଂ ଏହି କାର୍ଯ୍ୟକୁ ବିରୋଧ କରୁଥିବା ଲୋକମାନଙ୍କୁ ଏହି ମୁଷ୍ଟିମେୟ ବ୍ୟକ୍ତି ମାନେ ଧମକ ଚମକ ଦେଉଛନ୍ତି।

ଏ ସମ୍ପର୍କରେ ଅରଖିଆ ଗ୍ରାମରେ ପଙ୍କପାଳ ମଣ୍ଡଳ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଯାହାକୁ ଦୃଢ ବିରୋଧ କରିଛି ବିଜେପି। ଯଦି ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରେ । ତେବେ ଦଳ ଆନ୍ଦୋଳନକୁ ଓହ୍ଲାଇବ ବୋଲି କୁହାଯାଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.