ETV Bharat / state

ସତ୍ତା ହରାଉଛି ଶିଆଳି ବେଳାଭୂମି, ଗିଳୁଛି ସମୁଦ୍ର

ଜିଲ୍ଲା ପ୍ରଶାସନର ଅପାରଗତା ଓ ରାଜ୍ୟ ସରକାରଙ୍କ ଅଣଦେଖା କାରଣରୁ ସମୁଦ୍ର ଗର୍ଭରେ ଲୀନ ହେବାକୁ ବସିଲାଣି ଶିଆଳି ବେଳାଭୂମି । ଅଧିକ ପଢନ୍ତୁ...

author img

By

Published : Nov 8, 2021, 12:01 PM IST

Updated : Nov 8, 2021, 12:44 PM IST

ସମୁଦ୍ର ଗର୍ଭରେ ଲୀନ ହେବାକୁ ବସିଲାଣି  ଶିଆଳି ବେଳାଭୂମି

ଜଗତସିଂହପୁର: ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଭାବେ ପରିଚିତ ଜଗତସିଂହପୁରର ଶିଆଳି ବେଳାଭୂମି ଏବେ ସମୁଦ୍ର ଗର୍ଭରେ ଲୀନ ହେବାକୁ ବସିଲାଣି । ଜିଲ୍ଲା ପ୍ରଶାସନର ଅପାରଗତା ଓ ରାଜ୍ୟ ସରକାରଙ୍କ ଅଣଦେଖା କାରଣରୁ ଏହି ବେଳାଭୂମି କିଛି ବର୍ଷ ମଧ୍ୟରେ ଲୀନ ହୋଇଯିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏରସମା ବ୍ଲକ ସ୍ଥିତ ଶିଆଳି ବେଳାଭୂମି ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ଭାବେ ମାନ୍ୟତା ପାଇଛି। ଏନେଇ ଓଟିଡିସି ପକ୍ଷରୁ ମଧ୍ୟ ପର୍ଯ୍ୟଟକଙ୍କ ରହଣି ପାଇଁ 50 ଲକ୍ଷ ଟଙ୍କା ବ୍ୟୟରେ ଏକ ପାନ୍ଥଶାଳା ମଧ୍ୟ ନିର୍ମାଣ କରାଯାଇଛି । ହେଲେ ଏହା ସମୁଦ୍ର ଗର୍ଭରେ କ୍ରମଶଃ ବିଲୀନ ହେବାକୁ ବସିଲାଣି ।

ସତ୍ତା ହରାଉଛି ଶିଆଳି ବେଳାଭୂମି, ଗିଳୁଛି ସମୁଦ୍ର

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଦୁଇବର୍ଷ ତଳେ ସମୁଦ୍ର ଶିଆଳି ନିକଟରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ଥିବାବେଳେ ବର୍ତ୍ତମାନ ଏହା ବେଳାଭୂମିକୁ ସମ୍ପୂର୍ଣ୍ଣ ଗ୍ରାସ କରି ସାରିଲାଣି। ଫଳରେ ଆଉ ବର୍ଷେ କି ଦୁଇ ବର୍ଷ ପରେ ଶିଆଳି ଜଳମଗ୍ନ ହୋଇଯିବା ନେଇ ଲୋକଙ୍କ ମନରେ ଆଶଙ୍କା ଦେଖାଦେଇଛି । ସମୁଦ୍ରର ଜୁଆରକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏଠାରେ ବନ୍ଧ ନିର୍ମାଣ ପାଇଁ ଯୋଜନା ହୋଇଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ପାରିନାହିଁ। ଫଳରେ ସମୁଦ୍ର ଲହଡିକୁ କେତେକାଂଶରେ ରୋକିବା ପାଇଁ ଝାଉଁ ଜଙ୍ଗଲ ସୃଷ୍ଟି କରିବା ଏବେ ଜରୁରୀ ହୋଇପଡିଛି । ହେଲେ ବନ ବିଭାଗ ପକ୍ଷରୁ ସମୁଦ୍ର କୂଳରେ ଝାଉଁ ଜଙ୍ଗଲ ସୃଷ୍ଟି କରିବା ପାଇଁ କୌଣସି ପଦକ୍ଷେପ ନିଆ ଯାଇନାହିଁ।ଫଳରେ ସମୁଦ୍ର ଜନ ବସତି ଆଡକୁ ମୁଁହା ହେଉଛି। ଯଦି ବେଳ ଥାଉ ଥାଉ ପ୍ରଶାସନ ଓ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତି ତେବେ ଶିଆଳି ବେଳାଭୂମି ଇତିହାସ ହେବା ପୂର୍ବରୁ ସୁରକ୍ଷିତ ରହି ପାରିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : Nov 8, 2021, 12:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.