ETV Bharat / state

ଗଛରେ ପିଟିହେଲା ସ୍କୁଲ ଭ୍ୟାନ, 11 ଛାତ୍ରଛାତ୍ରୀ ଆହତ

author img

By

Published : Apr 11, 2023, 12:31 PM IST

ଜଗତସିଂହପୁର କୁଜଙ୍ଗରେ ଭାରସାମ୍ୟ ହରାଇ ଗଛରେ ପିଟି ହେଲା ସ୍କୁଲ ଭ୍ୟାନ। 11 ଛାତ୍ରଛାତ୍ରୀ ଙ୍କ ସମେତ 2 ଶିକ୍ଷୟତ୍ରୀ ଆହତ। ଅଧିକ ପଢନ୍ତୁ

Etv Bharat
Etv Bharat
ଗଛରେ ପିଟିହେଲା ସ୍କୁଲ ଭ୍ୟାନ

ଜଗତସିଂହପୁର: କୁଜଙ୍ଗ ବ୍ଲକ ଅନ୍ତର୍ଗତ ସନ୍ତରା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଭାରସାମ୍ୟ ହରାଇ ଗଛରେ ପିଟି ହେଲା ସ୍କୁଲ ଭ୍ୟାନ। 13ଜଣ ଆହତ ହୋଇଥିବା ବେଳେ ଚିକିତ୍ସା ପାଇଁ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ଆହତଙ୍କ ମଧ୍ୟରେ 11 ଜଣ ଛାତ୍ରଛାତ୍ରୀ ରହିଥିବା ବେଳେ ଦୁଇ ଜଣ ଶିକ୍ଷୟିତ୍ରୀ ରହିଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ ସ୍କୁଲ ଥିବାରୁ 11 ଜଣ ଛାତ୍ରଛାତ୍ରୀଙ୍କ ସହିତ 2ଜଣ ଶିକ୍ଷୟତ୍ରୀଙ୍କୁ ଧରି ଏକ ସ୍କୁଲ ପିକ୍‌ଅପ୍‌ ଭ୍ୟାନ ପାରାଦ୍ୱୀପ ଗଡ଼ରୁ ଅଗପାଳ ଅଦର୍ଶ ବିଦ୍ୟାଳୟକୁ ଯାଉଥିଲା । ଏହି ସମୟରେ ସନ୍ତରା ନିକଟରେ ଭାରସାମ୍ୟ ହରାଇ ଏକ ଗଛରେ ପିଟିହୋଇ ଯାଇଥିଲା ସ୍କୁଲ ଭ୍ୟାନ୍‌ । ଫଳରେ ଭ୍ୟାନ ଭିତରେ ଥିହା ଛାତ୍ରଛାତ୍ରୀ ଓ ଶିକ୍ଷୟିତ୍ରୀ ଆହତ ହୋଇଥିଲେ। ଏହାଦେଖି ସ୍ଥାନୀୟ ଲୋକେ କୁଜଙ୍ଗ ଦମକଳ ବାହିନୀଙ୍କୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ଆହତ ଛାତ୍ରଛାତ୍ରୀ ଓ ଶିକ୍ଷୟିତ୍ରୀଙ୍କୁ କୁଜଙ୍ଗ ମେଡ଼ିକାଲରେ ଭର୍ତ୍ତି କରିଥିଲା।

ଦୁର୍ଘଟଣା ଖବର ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏକ ଛୋଟିଆ ସ୍କୁଲଭ୍ୟାନରେ ଅତି ବିପଦ ସଙ୍କୁଳ ଭାବେ କିପରି 11 ଜଣ ପିଲାଙ୍କ ସମେତ2ଜଣ ଶିକ୍ଷୟତ୍ରୀଙ୍କୁ ନିଆ ଯାଉଥିଲା ସେନେଇ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ପରେ ସ୍କୁଲ ଭ୍ୟାନ ଚଳାଉଥିବା ଡ୍ରାଇଭର ଫେରାର ହୋଇ ଯାଇଛି । ସ୍ଥାନୀୟ ଅଞ୍ଚଳରେରେ ଉତ୍ତେଜନା ମଧ୍ୟ ପ୍ରକାଶ ପାଇଛି । ଘଟଣା ଘଟିବା ପରେ ଛାତ୍ରଛାତ୍ରୀଙ୍କ ଅଭିଭାବକ କୁଜଙ୍ଗ ଡାକ୍ତରଖାନାରେ ପହଞ୍ଚିଛନ୍ତି । ଏ ସମ୍ପର୍କରେ କାହାର ପ୍ରତିକ୍ରିୟା ମିଳିପାରି ନାହିଁ ।

ଏହା ମଧ୍ୟ ପଢନ୍ତୁ-ସ୍ବଚ୍ଛ ସୁନ୍ଦର ହେବ ସହରାଞ୍ଚଳ, ଡୋର୍‌ ଟୁ ଡୋର୍‌ ବର୍ଜ୍ୟ ସଂଗ୍ରହକୁ ଗୁରୁତ୍ବ

ଗତ ଶନିବାର ଯାଜପୁର ଚଣ୍ଡିଖୋଲ-ପାରାଦ୍ୱୀପ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିଲା । ଟ୍ରକ୍‌କୁ ପିକଅପ ଭ୍ୟାନ ଧକ୍କା ଦେବାରୁ 3 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 6 ଜଣ ଗୁରୁତର ହୋଇଥିଲେ । ଯାଜପୁରର ଚାରିନଙ୍ଗଲ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଗତ ମାର୍ଚ୍ଚ 31 ତାରିଖରେ ସମ୍ବଲପୁରରେ ସଡ଼କ ଦୁର୍ଘଟଣା ଘଟିଥିଲା । ଭାରସାମ୍ୟ ହରାଇ କେନାଲକୁ ବରଯାତ୍ରୀ ଗାଡି ଖସିବାରୁ 7 ଜଣଙ୍କର ମୃତ୍ୟୁ ହୋଇଥିଲା । ବରଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଏକ ବୋଲେରୋ କେନାଲ ମଧ୍ୟକୁ ଖସିପଡିଥିଲା ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.