ETV Bharat / state

ମା’ ଶାରଳା ମନ୍ଦିରରେ 144 ଧାରା, ସୁରକ୍ଷା ବ୍ୟବସ୍ଥା କଡାକଡି

author img

By

Published : Apr 14, 2021, 5:32 PM IST

Updated : Apr 14, 2021, 6:07 PM IST

କୋରୋନା ଦ୍ବିତୀୟ ଲହର ନେଇ ଝାମୁ ଯାତ୍ରା ଓ ପଣା ସଂକ୍ରାନ୍ତି ପାଇଁ ମା' ଶାରଳାଙ୍କ ମନ୍ଦିରରେ ଲାଗିଲା 144 ଧାରା । ପୋଲିସ ପକ୍ଷରୁ କଡାକଡି ସୁରକ୍ଷା ବ୍ୟବସ୍ଥା । ଅଧିକ ପଢନ୍ତୁ...

ମା ଶାରଳା ମନ୍ଦିରରେ 144 ଧାରା, ସୁରକ୍ଷା ବ୍ୟବସ୍ଥା କଡାକଡି

ଜଗତସିଂହପୁର: ଜିଲ୍ଲାର ଇଷ୍ଟଦେବୀ ମା ଶାରଳାଙ୍କ ପୀଠରେ ଝାମୁ ଯାତ୍ରା ଓ ପଣା ସଂକ୍ରାନ୍ତି ପାଇଁ 144 ଧାରା ଜାରି କରାଯାଇଛି । ମଙ୍ଗଳବାର ମଧ୍ୟରାତ୍ରରୁ 144 ଧାରା ଜାରି କରାଯାଇଥିବା ବେଳେ ଏହା ଆସନ୍ତା ଗୁରୁବାର ପର୍ଯନ୍ତ ବଳବତ୍ତର ରହିବ । ଏନେଇ ଘୋଷଣା ହେବା ପରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଛି । ଶ୍ରଦ୍ଧାଳୁମାନେ ଯେପରି ମନ୍ଦିର ମଧ୍ୟରେ ପ୍ରବେଶ କରି ନ ପାରିବେ ସେଥିପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି।

ମା ଶାରଳାଙ୍କ ମନ୍ଦିରକୁ ସଂଯୋଗ କରୁଥିବା ସମସ୍ତ ପଥକୁ ସିଲ କରି ଦିଆଯାଇଥିବା ବେଳେ ମନ୍ଦିରର ମୁଖ୍ୟଦ୍ୱାର ବନ୍ଦ ରଖାଯାଇଛି । ଜିଲ୍ଲା ଓ ଜିଲ୍ଲା ବାହାରର ଭକ୍ତଙ୍କୁ ମନ୍ଦିରକୁ ନ ଆସିବାକୁ ବାରଣ କରାଯାଉଛି । ରାଜ୍ୟରେ କୋରୋନା ସଂକ୍ରମଣ ପୁଣି ଦ୍ରୁତଗତିରେ ବଢୁଥିବାରୁ ଜିଲ୍ଲା ପ୍ରଶାସନ ଏହି ପଦକ୍ଷେପ ଗ୍ରହଣ କରିଛି । ଗତ ବର୍ଷ ମା ଶାରଳାଙ୍କ ଝାମୁଯାତ୍ରା ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ମଧ୍ୟ ଭକ୍ତଙ୍କୁ ନେଇ ଝାମୁ ଯାତ୍ରା ଅନୁଷ୍ଠିତ କରିବା ପାଇଁ ବାରଣ ହୋଇଛି । ପରମ୍ପରା ଅନୁସାରେ ମା'ଙ୍କ ନୀତିକାନ୍ତି ଅନୁଷ୍ଠିତ ହେଉଥିବା ଦେଖିବାକୁ ମିଳିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : Apr 14, 2021, 6:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.