ETV Bharat / state

ଶ୍ରୀମନ୍ଦିର ପରେ ଏବେ ଶାରଳା ମନ୍ଦିର ସେବାୟତଙ୍କ ଧାରଣା - ଜଗତସିଂହପୁର ଖବର

ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମା' ଶାରଳାଙ୍କ ମନ୍ଦିର ସମ୍ମୁଖରେ ସେବାୟତମାନେ ଘଣ୍ଟ ବଜାଇ ଅଭିନବ ପ୍ରତିବାଦ କରିଛନ୍ତି । ଦୀର୍ଘ ୭ ମାସରୁ ଊର୍ଦ୍ଧ୍ବ ହେବ ମନ୍ଦିର ବନ୍ଦ ରହିଥିବାରୁ ସେବାୟତ ପରିବାର ଓ ମନ୍ଦିର ଉପରେ ନିର୍ଭର କରି ଚଳି ଆସୁଥିବା ଲୋକେ ଏବେ ଘୋର ଆର୍ଥିକ ଅନଟନରେ ଜୀବନ ବିତାଉଛନ୍ତି । କେନ୍ଦ୍ର ସରକାର ମନ୍ଦିର ଖୋଲିବାକୁ ନିର୍ଦେଶନାମା ଜାରି କରିଥିଲେ ମଧ୍ୟ, ରାଜ୍ୟ ସରକାର କ'ଣ ପାଇଁ ମନ୍ଦିର ଖୋଲିବାକୁ ଅନୁମତି ଦେଉ ନାହାଁନ୍ତି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସେବାୟତ ।

ଶ୍ରୀମନ୍ଦିର ପରେ ଏବେ ଶାରଳା ମନ୍ଦିର ସେବାୟତଙ୍କ ଧାରଣା

author img

By

Published : Oct 7, 2020, 6:36 PM IST

ଜଗତସିଂହପୁର: ଶ୍ରୀମନ୍ଦିର ପରେ ଏବେ ଶାରଳା ମନ୍ଦିର ସେବାୟତଙ୍କ ଧାରଣା । ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମା' ଶାରଳାଙ୍କ ମନ୍ଦିର ସମ୍ମୁଖରେ ସେବାୟତମାନେ ଘଣ୍ଟ ବଜାଇ ଅଭିନବ ପ୍ରତିବାଦ କରିଛନ୍ତି । ଦୀର୍ଘ ୭ ମାସରୁ ଊର୍ଦ୍ଧ୍ବ ହେବ ମନ୍ଦିର ବନ୍ଦ ରହିଥିବାରୁ ସେବାୟତ ପରିବାର ଓ ମନ୍ଦିର ଉପରେ ନିର୍ଭର କରି ଚଳି ଆସୁଥିବା ଲୋକେ ଏବେ ଘୋର ଆର୍ଥିକ ଅନଟନରେ ଜୀବନ ବିତାଉଛନ୍ତି ।

ଶ୍ରୀମନ୍ଦିର ପରେ ଏବେ ଶାରଳା ମନ୍ଦିର ସେବାୟତଙ୍କ ଧାରଣା

କେନ୍ଦ୍ର ସରକାର ମନ୍ଦିର ଖୋଲିବାକୁ ନିର୍ଦେଶନାମା ଜାରି କରିଥିଲେ ମଧ୍ୟ, ରାଜ୍ୟ ସରକାର କ'ଣ ପାଇଁ ମନ୍ଦିର ଖୋଲିବାକୁ ଅନୁମତି ଦେଉ ନାହାଁନ୍ତି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସେବାୟତ । ସରକାର ତୁରନ୍ତ ମନ୍ଦିର ଖୋଲିବା ସହ ସେବାୟତମାନଙ୍କୁ ଆର୍ଥିକ ସହାୟତା ଦେବାକୁ ସେମାନେ ଦାବି କରିଛନ୍ତି ।

ଏଠାରେ କହି ରଖୁଛୁ ଯେ, ଗତକାଲି ପୁରୀ ଶ୍ରୀମନ୍ଦିର ଖୋଲିବା ଦାବିରେ ସିଂହଦ୍ବାର ସାମ୍ନାରେ ସେବାୟତ ଧାରଣା ଦେଇଥିଲେ । ଶ୍ରୀମନ୍ଦିର ଚାରି ଦ୍ବାରରେ ଡାକ୍ତର ନିୟୋଜିତ କରି ପର୍ଯ୍ୟାୟ କ୍ରମେ ୫୦ ଜଣ ଲେଖାଏଁ ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ଛାଡିବାକୁ ସେମାନେ ଦାବି କରିଥିଲେ । ପରେ ଦାବିକୁ ଯୁକ୍ତିଯୁକ୍ତ ନୁହେଁ କହିଥିଲା ଶ୍ରୀମନ୍ଦିର ପରିଚାଳନା କମିଟି । ବର୍ତ୍ତମାନ କୋଭିଡ ପରିସ୍ଥିତିରେ ଶ୍ରୀମନ୍ଦିର ଖୋଲିବା ଠିକ ନୁହେଁ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ କହିଥିଲେ ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.