ETV Bharat / state

ନବ ନିର୍ମାଣ କୃଷକ ସଙ୍ଗଠନ ପାଳିଲା ପ୍ରାୟଶ୍ଚିତ ସତ୍ୟାଗ୍ରହ - ପ୍ରାୟଶ୍ଚିତ ସତ୍ୟାଗ୍ରହ ପାଳିତ

ନବୀନ ପଟ୍ଟନାୟକଙ୍କୁ ଗାଦିଚ୍ୟୁତ କରିବା ପାଇଁ ପ୍ରାୟଶ୍ଚିତ ସତ୍ୟାଗ୍ରହ ସପ୍ତାହ ପାଳନ କରୁଛି ନବନିର୍ମାଣ ସ୍ୱରାଜ ସରକାର । ଅଧିକ ପଢନ୍ତୁ

ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ପ୍ରାୟଶ୍ଚିତ ସତ୍ୟାଗ୍ରହ ପାଳିତ

author img

By

Published : Aug 12, 2023, 8:20 AM IST

ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ପ୍ରାୟଶ୍ଚିତ ସତ୍ୟାଗ୍ରହ ପାଳିତ

ଜଗତସିଂହପୁର: ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ପ୍ରାୟଶ୍ଚିତ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଛି । ନବ ନିର୍ମାଣ କୃଷକ ସଙ୍ଗଠନର କର୍ମକର୍ତ୍ତାମାନେ ସ୍ଥାନୀୟ ଟାଉନ ହଲ ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିବା ପରେ ସାଧାରଣ ସଭା ହୋଇଥିଲା । ଗତ 23 ବର୍ଷ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କ ଭୋଟ ପାଇ ଶାସନ ଗାଦିରେ ବସିଥିବା ବେଳେ ଚାଷୀମାନଙ୍କ ଦାବି ପ୍ରତି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛି ସଂଗଠନ ।

ନବ ନିର୍ମାଣ ସଂଗଠନର ଆବାହକ ରଶ୍ମି ରଞ୍ଜନ ସ୍ୱାଇଁ ଅଭିଯୋଗ କରିଛନ୍ତି,‘‘ ରାଜ୍ୟରେ ଚାଷୀମାନଙ୍କ ପାଇଁ ସରକାର କୌଣସି ବ୍ୟବସ୍ଥା କରିନାହାନ୍ତି । ଚାଷୀ ଏବେ ଚାଷ ପାଇଁ ଅମଙ୍ଗ ହେଲାଣି । ସାର, କୀଟ ନାଶକ, ଦର ଆକାଶ ଛୁଆଁ । ରାଜ୍ୟରେ ନବୀନ ସରକାର ୨୩ ବର୍ଷ ଶାସନ କାଳରେ ଚାଷୀ ଆତ୍ମହତ୍ୟା ବଢିଛି । ସାଧାରଣ ଚାଷୀ ମୂଲିଆଙ୍କ ଭୋଟରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ସେଇ ଚାଷୀଙ୍କୁ ସରକାର ହତାଦାର କରୁଛି । ବେକାରୀ ସମସ୍ୟା ଠାରୁ ଆରମ୍ଭ କରି ଚାଷୀ ଅତ୍ମହତ୍ୟା ବୃଦ୍ଧି ଘଟିଛି । ଯାହା ରାଜ୍ୟରେ ବିକାଶର ମେରୁଦଣ୍ଡକୁ ଭାଙ୍ଗିଦେଇଛି । କେବଳ ଏଠି ଭୋଟ ସମୟରେ ଲୋକ ପ୍ରତନିଧି ଆସି ଭୋଟ ହାତେଇବା ପାଇଁ ପୁଳାପୁଳା ପ୍ରତିଶ୍ରୁତି ଦେଇ ଜନସାଧାରଣଙ୍କୁ ଠକୁଛନ୍ତି । ଭୋଟ ସରିଗଲା ପରେ କାର୍ଯ୍ୟ ଶୂନ । ମୁଖ୍ୟମନ୍ତ୍ରୀଙ୍କ ଛତ୍ରଛାୟା ତଳେ ରହି ତାଙ୍କ ପ୍ରତିନିଧିମାନେ ଲୋକଙ୍କୁ ପ୍ରତାରଣା କରୁଛନ୍ତି । ତେଣୁ ଏଭଳି ଅପାରଗ ମୁଖ୍ୟମନ୍ତ୍ରୀ ରାଜ୍ୟରେ ରହିବାର ଆବଶ୍ୟକତା ନାହିଁ । ଏଭଳି ସରକାରଙ୍କୁ ଚାଷୀ ମୂଲିଆମାନେ ଭୋଟ ଦେଇ ଯେଉଁ ଭୁଲ କରିଛନ୍ତି ତାହାର ପ୍ରାୟଶ୍ଚିତ ସ୍ୱରୂପ ଏହି ପ୍ରାୟଶ୍ଚିତ ସତ୍ୟାଗ୍ରହ କରାଯାଉଛି ।’’

ଅଧିକ ପଢନ୍ତୁ: ପ୍ରାୟଶ୍ଚିତ ସତ୍ୟାଗ୍ରହ ସପ୍ତାହ ପାଳୁଛି ନବ ନିର୍ମାଣ କୃଷକ ସଂଗଠନ

ସେ ଆହୁରି ଅଭିଯୋଗ କରିଛନ୍ତି, ‘‘ରାଜ୍ୟରେ ଏବେ ମରୁଡି ପରିସ୍ଥିତି ସୃଷ୍ଟି ହେଲାଣି । ଉନ୍ନତମାନର ବିହନ ଚାଷୀଙ୍କୁ ଯୋଗାଇବାରେ ସରକାର ବିଫଳ ହୋଇଛନ୍ତି । କେନାଲରେ ପାଣି ଆସିଥିଲେ ସୁଦ୍ଧା ନାଳ ଗୁଡିକ ସଫା କରାଯାଇ ନଥିବାରୁ ଶେଷ ମୁଣ୍ଡ ମୁଣ୍ଡକୁ ପାଣି ପହଞ୍ଚି ପାରୁନାହିଁ । ଫଳରେ ଚାଷକାମରେ ବାଧା ସୃଷ୍ଟି ହେଉଛି । ଜଳସେଚନ ବିଭାଗ ଓ କୃଷି ବିଭାଗ ଭିତରେ ସମନ୍ୱୟ ଅଭାବ ଯୋଗୁଁ ଜଗତସିଂହପୁର ଜିଲ୍ଲାରେ କୃଷି କାର୍ଯ୍ୟ ପ୍ରଭାବିତ ହୋଇଛି । ପାଣି ପାଇଁ ଚାଷୀ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ସରକାର ଓ ପ୍ରଶାସନିକର ନିଦ ଭାଙ୍ଗୁ ନାହିଁ ।’’

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.