ETV Bharat / state

ସରିଲା ସାଗର କବଚ-୧ ସମରାଭ୍ୟାସ, ସାମିଲ ହୋଇଥିଲେ ୧୮ ବିଭାଗର କର୍ମଚାରୀ

author img

By

Published : Apr 28, 2022, 10:01 PM IST

ପାରାଦ୍ଵୀପରେ ଚାଲିଥିବା ଦୁଇ ଦିନିଆ ସାଗର କବଚ-୧ ସମରାଭ୍ୟାସ ଆଜି ଶେଷ ହୋଇଛି । ଓଡିଶାର ୪୮୦ କିଲୋମିଟର ବ୍ୟାପ୍ତ ସମୁଦ୍ର ବେଳାଭୂମିରେ ବାହ୍ୟ ଶତ୍ରୁଙ୍କ ମୁକାବିଲା ପାଇଁ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଲାଗି ପ୍ରତ୍ୟେକ ବର୍ଷ ପାଳନ ଏହି ସମରାଭ୍ୟାସ କରାଯାଇଥାଏ । ଅଧିକ ପଢନ୍ତୁ

ସରିଲା ସାଗର କବଚ-୧ ସମରାଭ୍ୟାସ
ସରିଲା ସାଗର କବଚ-୧ ସମରାଭ୍ୟାସ

ଜଗତସିଂହପୁର: ପାରାଦ୍ଵୀପରେ ଚାଲିଥିବା ଦୁଇ ଦିନିଆ ସାଗର କବଚ-୧ ସମରାଭ୍ୟାସ ଆଜି ଶେଷ ହୋଇଛି । ଓଡିଶାର ୪୮୦ କିଲୋମିଟର ବ୍ୟାପ୍ତ ସମୁଦ୍ର ବେଳାଭୂମିରେ ବାହ୍ୟ ଶତ୍ରୁଙ୍କ ମୁକାବିଲା ପାଇଁ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଲାଗି ପ୍ରତ୍ୟେକ ବର୍ଷ ପାଳନ ଏହି ସମରାଭ୍ୟାସ କରାଯାଇଥାଏ ।ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ୧୮ରୁ ଊର୍ଦ୍ଧ୍ବ ବିଭାଗ ସାମିଲ ହେବା ସହିତ ବିପଦ ସମୟରେ ସବୁ ବିଭାଗ ମଧ୍ୟରେ କିଭଳି ସମନ୍ୱୟ ରକ୍ଷା କରି କାମ କରାଯିବ ଏନେଇ ମିଳିତ ସମରାଭ୍ୟାସ ହୋଇଥାଏ ।

ସରିଲା ସାଗର କବଚ-୧ ସମରାଭ୍ୟାସ

ସେହିପରି ୨୬/୧୧/୨୦୦୮ ମୁମ୍ବାଇ ଆକ୍ରମଣ ପର ଠାରୁ ଏହି ମିଳିତ ସମରାଭ୍ୟାସ କରାଯାଉଛି । ଏହି ସମରଭ୍ୟାସରେ ଓଡ଼ିଶା ପୋଲିସ, ମେରାଇନ ପୋଲିସ, କୋଷ୍ଟଗାର୍ଡ, ନୌସେନା, ମତ୍ସ୍ୟ ବିଭାଗ, ଅଗ୍ନିଶମ ବିଭାଗ, ପାରାଦ୍ଵୀପ ବନ୍ଦର, ଇମିଗ୍ରେସନ ବିଭାଗ, ଇଟେଲିଜେନ୍ସି, ବନ ବିଭାଗ, ସିଆଇଏସଏଫ, କଷ୍ଟମ ବିଭାଗକୁ ମିଶାଇ ମୋଟ ୧୮ଟି ବିଭାଗର କର୍ମଚାରୀ ଓ ଅଫିସର ସାମିଲ ହୋଇଥିଲେ । ଏଥିରେ ରେଡ ଟିମ ଓ ବ୍ଲୁ ଟିମ୍ ଦୁଇଟି ଗଠନ କରାଯାଇ ଆତଙ୍କବାଦୀ ଭାବେ ରେଡ ଟିମ ସ୍ଥଳଭାଗର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ପଶି ନକଲି ବମ ରଖିବେ ଏବଂ ବ୍ଲୁ ଟିମ୍ ସେମାନଙ୍କୁ ଧରିବା ପାଇଁ ପ୍ରୟାସ କରିଥିଲେ ।

ଏହି ଚୋର ପୋଲିସ ଖେଳରେ ଦୁଇଦିନ ଧରି ବ୍ଲୁ ଟିମ ସଫଳତା ହାସଲ କରିଛନ୍ତି । ଗତକାଲି ୪ଟି ସ୍ଥାନରୁ ରେଡ ଟିମକୁ ଧରିବାରେ ସଫଳ ହୋଇଥିବା ରେଡ ଟିମ ଆଜି ୩ଟି ସ୍ଥାନରୁ ରେଡ ଟିମର ସଦସ୍ୟମାନଙ୍କୁ ଧରିବା ସହିତ ସେମାନଙ୍କ ନିକଟରୁ ନକଲି ବମ ଓ ନକଲି ବନ୍ଧୁକ ଜବତ କରିଥିଲେ । ତେବେ ଏହା ସବୁ ବିଭାଗର ସଠିକ୍ ସମୟରେ ମେସେଜ ପଠାଇବାରୁ ହିଁ ସଫଳ ହୋଇପାରିଛି । ଆଗାମୀ ଦିନରେ ଏହା ଦେଶର ସୁରକ୍ଷାରେ ସହାୟକ ହେବ ବୋଲି ଏଥିରେ ଭାଗ ନେଇଥିବା ବିଭିନ୍ନ ବିଭାଗର ଅଫିସରମାନେ ପ୍ରକାଶ କରିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.