ETV Bharat / state

ଅଟୋକୁ ଧକ୍କା ଦେଲା ଟାଟା ସଫାରୀ: 2 ମୃତ, 4 ଗୁରୁତର

କୁଜଙ୍ଗ ଥାନା ଅନ୍ତର୍ଗତ ରାହାମା ଚାନ୍ଦପୁର ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଟୋକୁ ଧକ୍କା ଦେଲା ଟାଟା ସଫାରୀ । 2ଜଣଙ୍କର ମୃତ୍ୟୁ ଘଟିଥିବାବେଳେ 4 ଜଣ ଗୁରୁତର ହୋଇଛନ୍ତି ।

ଫଟୋ ସୌଜନ୍ୟ : ପ୍ରତିନିଧି,ଜଗତସିଂହପୁର
author img

By

Published : May 21, 2019, 9:36 PM IST

ଜଗତସିଂହପୁର: କୁଜଙ୍ଗ ଥାନା ଅନ୍ତର୍ଗତ ରାହାମା ଚାନ୍ଦପୁର ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଟୋକୁ ଧକ୍କା ଦେଲା ଟାଟା ସଫାରୀ । ଫଳରେ ଦୁଇଟି ଯାନ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡିଥିଲା । ଅଟୋରେ ଥିବା ଛଅ ଜଣ ଆରୋହୀଙ୍କ ଭିତରୁ ଜଣଙ୍କର ଘଟଣାସ୍ଥଳରେ ମୄତ୍ୟୁ ହୋଇ ଥିବାବେଳେ ଅନ୍ୟମାନେ ଗୁରୁତର ହୋଇଥିଲେ । ପ୍ରଥମେ ସେମାନଙ୍କୁ ମଣିଜଙ୍ଗା ମେଡିକାଲକୁ ପଠାଇ ଦିଆଯାଇଥିଲା।

ଭିଡିଓ ସୌଜନ୍ୟ : ପ୍ରତିନିଧି,ଜଗତସିଂହପୁର

ତେବେ ଚିକିତ୍ସିତ ସମୟରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଅନ୍ୟ ୪ଜଣ ଗୁରୁତର ଆହତଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । ତେବେ ମୃତାହତଙ୍କ ପରିଚୟ ମିଳିପାରିନାହିଁ।

ସୂଚନା ମୁତାବକ ଦୁଇଟି ଯାନ ରାହାମା ଅଭିମୁଖେ ଯାଉଥିବାବେଳେ ଟାଟା ସଫାରୀଟି ଅଟୋକୁ ପଛପଟୁ ଧକ୍କା ଦେଇଥିଲ । ଯାହା ଫଳରେ ଦୁଇଟି ଯାକ ଗାଡ଼ି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡ଼ିଥିଲା । ତେବେ ଘଟଣାସ୍ଥଳରେ କୁଜଙ୍ଗ ପୋଲିସ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛନ୍ତି।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:ଆଜି ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ ଫଳ। ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଞ୍ଚଳରେ ଦେଖିବାକୁ ମିଳିଛି ଏକ ନିଆରା ଘଟଣା। କାଜଲ ନାୟକ ନାମକ ସ୍ଥାନୀୟ ଅଞ୍ଚଳର ଜଣେ କିନ୍ନର ଚଳିତ ମ୍ୟାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡିଛି। କାଜଲ କେବଳ ଜଣେ କିନ୍ନର ନୁହେଁନ୍ତି ସେ ମଧ୍ୟ ଜଣେ ସମାଜସେବୀ ଭାବରେ ସ୍ଥାନୀୟ ଅଞ୍ଚଳରେ ପରିଚିତ। 2019 ସାଧାରଣ ନିର୍ବାଚନରେ କୋରେଇ ବିଧାନସଭା ଆସନରେ କାଜଲ ବାହୁଜନ ସମାଜ ପାର୍ଟିର ବିଧାୟକ ପ୍ରାର୍ଥୀ ମଧ୍ୟ ହୋଇଥିଲେ। ଏଥିସହିତ ନିଜକୁ ସଭ୍ୟ ସମାଜର ମଣିଷ ଭାବେ ପ୍ରତିପାଦିତ କରିବା ସହ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ଏ ବର୍ଷ ସେ ମଧ୍ୟ ମ୍ୟାଟ୍ରିକ ପରୀକ୍ଷା ଦେଇଥିଲେ। ଆଜି ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ମାତ୍ର ଜଣେ କିନ୍ନର ଭଗବରେ ସେ ଏଥିରେ ଉତ୍ତୀର୍ଣ୍ଣ ହୋଇଥିବାରୁ ବେଶ ଖୁସି ହୋଇଥିବା ସେ କହିଛନ୍ତି। କାଜଲ ଆଗକୁ ଯୁକ୍ତ ଦୁଇ ଓ ଯୁକ୍ତ ତିନି ଅଧ୍ୟୟନ କରିବାକୁ ଇଛା ରଖିଥିବା ପ୍ରକାଶ କରିଛନ୍ତି। ପାଠ ପଢିବାର ଇଛା ଆଜି ତାଙ୍କୁ ଏହି ସ୍ଥାନରେ ପହଞ୍ଚାଇଛି ବୋଲି କାଜଲ କହିଛନ୍ତି। କେବଳ ସେ ଆଜି କେବଳ କିନ୍ନର ସମାଜ ପାଇଁ ନୁହେଁ ବରଂ ସାଧାରଣ ଲୋକଙ୍କ ପାଇଁ ମଧ୍ୟ ପାଲିଟିଛନ୍ତି ଏକ ଉଦାହରଣ।

Body:bite- କାଜଲ ନାୟକ, କିନ୍ନର

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.