ETV Bharat / state

ପାରାଦ୍ୱୀପ ସମୁଦ୍ରରୁ ମାଛ ମାରିବା ଉପରେ ଲାଗିଲା କଟକଣା - ଧରିବା ପାଇଁ ଲାଗିଲା ଟକଟକଣା

ସମୁଦ୍ରରେ ମାଛ ଧରିବା ପାଇଁ ଲାଗିଲା ଟକଟକଣା । କଇଁଚଙ୍କ ଅଣ୍ଡା ଦାନ ପ୍ରକ୍ରିୟା ପାଇଁ ନଭେମ୍ବର୧ ରୁ ମଇ ୩୧ ଯାଏଁ ସମୁଦ୍ରରେ ମାଛ ଧରିବାରେ କଟକଣା ଜାରି କଲେ ସରକାର ।ଅଧିକ ପଢନ୍ତୁ

ପାରାଦ୍ୱୀପ ସମୁଦ୍ରରୁ ମାଛ ମାରିବା ଉପରେ ଲାଗିଲା କଟକଣା

author img

By ETV Bharat Odisha Team

Published : Nov 1, 2023, 11:02 PM IST

ପାରାଦ୍ୱୀପ ସମୁଦ୍ରରୁ ମାଛ ମାରିବା ଉପରେ ଲାଗିଲା କଟକଣା

ପାରାଦ୍ୱୀପ: ସମୁଦ୍ରରେ ମାଛ ଧରିବା ପାଇଁ ଲାଗିଲା ଟକଟକଣା । କଇଁଚ ମାନଙ୍କ ଅଣ୍ଡା ଦାନ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାବେଳେ ଏହାକୁ ଦୃଷ୍ଟରେ ରଖି ସରକାର ସମୁଦ୍ରରେ ମାଛ ଧରିବା ପାଇଁ କଟକଣା ଲଗାଇଛନ୍ତି । ପାରାଦ୍ୱୀପରେ ନଭେମ୍ବର ୧ରୁ ମଇ ୩୧ ଯାଏଁ ସମୁଦ୍ର ଭିତରରେ ମାଛ ଧରିବାରେ କଟକଣା ଜାରି କଲେ ରାଜ୍ୟ ସରକାର । ସମୁଦ୍ର କୂଳରୁ 20 କିଲୋମିଟର ପର୍ଯ୍ୟନ୍ତ କୌଣସି ଯନ୍ତ୍ର ଚାଳିତ ଡଙ୍ଗା କି ଟ୍ରଲର ମାଛ ଧରି ପାରିବେ ନାହିଁ । ଏହା ସହ ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ ମଧ୍ୟ ସରକାରୀ ଠାରୁ ସହାୟତା ଲୋଡିଛନ୍ତି ।

କାରଣ ଏହି ସମୟରେ ଦୂର ସମୁଦ୍ରରୁ କୂଳକୁ ଲକ୍ଷ ଲକ୍ଷ କଇଁଚ ଅଣ୍ଡା ଦାନ କରିବାକୁ ଆସୁଛନ୍ତି । ସେମାନଙ୍କ ସୁରକ୍ଷାକୁ ସରକାର ପ୍ରାଧାନ୍ୟ ଦେଉଥିବା ବେଳେ ଓଡିଶାର ଦେବୀ ,ଋଷିକୁଲ୍ୟା ଓ ବରୁଣେଇ ମୁହାଣ ମୁହଁରେ ଏଭଳି ପ୍ରତିବନ୍ଧକ ସରକାର ଲଗାଇଛନ୍ତି । ଏହି କଟକଣାକୁ ମାନି ଅନେକ ମତ୍ସ୍ୟଜୀବୀ ଚାଲୁଥିବା ବେଳେ ସମୁଦ୍ର ଭିତରେ ସେପରି କିଛି ସୀମା ନିର୍ଦ୍ଧାରଣର ବ୍ୟବସ୍ଥା କରାଯାଇନଥିବା ବେଳେ ଅନେକ ମତ୍ସ୍ୟଜୀବୀ ବାଟ ହୁଡ଼ି ମତ୍ସ୍ୟ ବିଭାଗ ,ବନ ବିଭାଗ ଓ ତଟରକ୍ଷୀଙ୍କ ଦ୍ଵାରା ଗିରଫ ହେଉଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଟ୍ରଲର ମାଲିକ ସଂଘ ।

ଏହା ମଧ୍ୟ ପଢନ୍ତୁ...ମଝି ସମୁଦ୍ରରେ ଫସି ରହିଥିଲେ ୨୫ ଯାତ୍ରୀ, ସୁରକ୍ଷିତ ଉଦ୍ଧାର କଲା ତଟରକ୍ଷୀ ବାହିନୀ

ସେହିପରି ପ୍ରତିବର୍ଷ ବାତ୍ୟା, ଲଘୁଚାପ ପାଇଁ ସମୁଦ୍ର ଅଶାନ୍ତ ରହିବା କାରଣରୁ ଅନେକ ଦିନ ମାଛ ଧରିବାରେ ମଧ୍ୟ ସମସ୍ୟା ଭୋଗଛନ୍ତି ଏଠାକାର ମତ୍ସ୍ୟଜୀବୀ । ମାଛ ପ୍ରଜନନ ଓ କଇଁଛଙ୍କ ଅଣ୍ଡା ଦାନ ପାଇଁ ପ୍ରତିବର୍ଷ ସରକାର କଟକଣା ଲଗାଉଥିବା ଓ ବାତ୍ୟା ଏବଂ ଲଘୁଚାପ ମତ୍ସ୍ୟଜୀବୀଙ୍କ ଉପରେ ପ୍ରଭାବ ପଡୁଥିବା ବେଳେ ଡିଜେଲର ମୂଲ୍ୟରେ ମଧ୍ୟ ଅହେତୁକ ବୃଦ୍ଧି ଘଟିଛି । ଏବେ ମାଛ ଧରିବାରେ ଢେର ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ଏହା ସହ ଟ୍ରଲର ମାଲିକ ଓ ଗରିବ ମତ୍ସ୍ୟଜୀବୀଙ୍କୁ ଡିଜେଲ ଦରରେ ରିହାତି କରିବା ସହିତ ସମୁଦ୍ର କୂଳ ଠାରୁ ୨୦ କିଲୋମିଟରରେ ପରିଧି ଚିହ୍ନଟ କରିବା ଏବଂ ମୁହାଣ ଖୋଳିବା ପାଇଁ ସରକାରଙ୍କ ନିକଟରେ ଦାବି କରିଛନ୍ତି ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ ।

ଏହା ମଧ୍ୟ ପଢନ୍ତୁ....ପାରାଦ୍ୱୀପରେ ଡଙ୍ଗା ବୁଡି ଘଟଣାକୁ ୭ ଦିନ, ଏଯାଏଁ ମତ୍ସ୍ୟଜୀବୀଙ୍କ ମିଳୁନି ପତ୍ତା

ଏହା ମଧ୍ୟ ପଢନ୍ତୁ....Sagar Kavach: ପାରାଦ୍ବୀପରେ ମିଳିତ ସମରଭ୍ୟାସ ସାଗର କବଚ-୨ ଆରମ୍ଭ

ଇଟିଭି ଭାରତ,ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.