ETV Bharat / state

୮ ବର୍ଷ ପରେ ମିଳିଲା ନ୍ୟାୟ, ନାବାଳିକା ଦୁଷ୍କର୍ମକାରୀକୁ ୧୦ ବର୍ଷ ଜେଲ୍

author img

By

Published : Apr 27, 2023, 7:10 AM IST

ନାବାଳିକା ଦୁଷ୍କର୍ମକାରୀକୁ ୧୦ ବର୍ଷର ଜେଲ୍ । ୨୦୧୫ରେ ଜଗତସିଂହପୁର ଜିଲ୍ଲା ବିରିଡି ଅଞ୍ଚଳରେ ଘଟିଥିଲା ଏହି ଦୁଷ୍କର୍ମ । ଅଧିକ ପଢନ୍ତୁ

ନାବାଳିକା ଦୁଷ୍କର୍ମକାରୀକୁ ୧୦ ବର୍ଷ ଜେଲ୍
ନାବାଳିକା ଦୁଷ୍କର୍ମକାରୀକୁ ୧୦ ବର୍ଷ ଜେଲ୍

ଜଗତସିଂହପୁର: ଦୀର୍ଘ ୮ ବର୍ଷ ପରେ ଦୁଷ୍କର୍ମ ପୀଡିତାଙ୍କୁ ମିଳିଲା ନ୍ୟାୟ । ଦୁଷ୍କର୍ମକାରୀକୁ ୧୦ ବର୍ଷର ଜେଲଦଣ୍ଡ ନିର୍ଦ୍ଦେଶ ଦେଲେ ଅଦାଲତ । ଜଗତସିଂହପୁର ଜିଲ୍ଲା ବିରିଡି ଅଞ୍ଚଳରେ ୧୨ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ମାମଲାର ବିଚାର କରି ଜିଲ୍ଲା ଫାଷ୍ଟ ଟ୍ରାକ କୋର୍ଟ ଅଭିଯୁକ୍ତକୁ ୧୦ ବର୍ଷର ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୨୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟରେ ଅଧିକ ୫ ମାସ ଜେଲଦଣ୍ଡ ଭୋଗିବାକୁ ପଡିବ ।

ସୂଚନା ଅନୁସାରେ, ୨୦୧୫ରେ ଏହି ଦୁଷ୍କର୍ମ ଘଟିଥିଲା । ପୀଡିତା ନାବାଳିକା ଗାଁ ଦାଣ୍ଡରେ ଯାଉଥିବା ବେଳେ ବିରିଡି ଅଞ୍ଚଳର ରବୀନ୍ଦ୍ର ମଲ୍ଲିକଙ୍କ ପୁଅ ମାନସ ରଞ୍ଜନ ମଲ୍ଲିକ ତାଙ୍କୁ ଟେକି ନେଇ ଦୁଷ୍କର୍ମ କରିଥିଲା । ଏହି ଘଟଣା ସମ୍ପର୍କରେ କାହାରିକୁ କହିଲେ ଜୀବନରୁ ମାରି ଦେବାକୁ ଅଭିଯୁକ୍ତ ଧମକ ଦେଇଥିଲା । ଏଥିରେ ଭୟଭୀତ ହୋଇ ପୀଡିତା ପରିବାର ଲୋକଙ୍କୁ କିଛି ଜଣାଇ ନଥିଲେ । ଯେଉଁ କାରଣରୁ ଅଭିଯୁକ୍ତ ମାନସ ନାବାଳିକାଙ୍କୁ ବାରମ୍ବାର ଧମକ ଦେଇ ଏକାଧିକ ଥର ଦୁଷ୍କର୍ମ କରିଥିଲା । ଏପରିକି ତାଙ୍କର ଫଟୋକୁ ଅନ୍ୟ ଜଣେ ଯୁବକଙ୍କ ସହ ଯୋଡି ଭାଇରାଲ କରିଦେବ ବୋଲି ଧମକ ଦେଇଥିଲା । ଅଭିଯୁକ୍ତର ଏହିପରି ବାରମ୍ବାର ଧମକ ପରେ ବାଧ୍ୟ ହୋଇ ପୀଡିତା ଜଣଙ୍କ ନିଜ ମାଆ ଆଗରେ ସବୁ କଥା କହିଥିଲେ ।

ଏହାମଧ୍ୟ ପଢନ୍ତୁ: ନ୍ୟୁଡ କଲ ଲୁଟ୍, ରାଜସ୍ଥାନରୁ ଦୁଇ ଲୁଟେରାଙ୍କୁ ଧରିଲା କଟକ ସାଇବର ପୋଲିସ

ଘଟଣା ସମ୍ପର୍କରେ ଜାଣିବା ପରେ ପୀଡିତାଙ୍କ ପରିବାର ଲୋକେ ବିରିଡି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକ୍ରମେ ବିରିଡି ପୋଲିସ ମାମଲାର ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆଜି ଦୀର୍ଘ ୮ ବର୍ଷ ପରେ ଜଗତସିଂହପୁର ଜିଲ୍ଲା ଫାଷ୍ଟ ଟ୍ରାକ ବିଚାରପତି ଜଷ୍ଟିସ ଅଜୟ କୁମାର ମହାନ୍ତି ୧୪ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଅଭିଯୁକ୍ତ ମାନସ ରଞ୍ଜନ ମଲ୍ଲିକକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହିତ ୨୦ ହଜାର ଟଙ୍କା ଜରିନାମା ନିର୍ଦ୍ଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ହେଲେ ଆଉ ୫ ମାସ ଅଧିକ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ରାୟ ଶୁଣାଇଛନ୍ତି । ସେହିପରି ପୀଡିତା ନାବାଳିକାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ କ୍ଷତିପୂରଣ ଭାବରେ ୪ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.