ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ବଜରଙ୍ଗ ଦଳ ଓ ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ପବିତ୍ର ରାମ ନବମୀ ଅବସରରେ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଶତାଧିକ କର୍ମୀ ଯୋଗଦେଇ ଜଗତସିଂହପୁର ସହର ପରିକ୍ରମା କରିଥିଲେ ।
ପରେ ପାରାଦୀପ ଅଭିମୁଖେ ଯାତ୍ରା କରିଥିଲେ । ଯାତ୍ରା ସମୟରେ ପ୍ରକମ୍ପିତ ହୋଇ ଉଠିଥିଲା ରାମଧ୍ବନୀ । ଏହି ଶୋଭାଯାତ୍ରାକୁ ଦେଖିବା ପାଇଁ ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଲୋକେ ଜମା ହୋଇଥିଲେ । ହିନ୍ଦୁ ଧର୍ମର ପୂଜାପର୍ବାଣୀ ମଧ୍ୟରୁ ଏକ ମହାନ ପର୍ବ ଶ୍ରୀରାମ ନବମୀ ।
ଏହି ଅବସରରେ ଉତ୍ସବମୁଖର ହୋଇ ଉଠିଛି ଜଗତସିଂହପୁର ଜିଲ୍ଲା । କୋରୋନା କଟକଣା ମଧ୍ୟରେ 2 ବର୍ଷ ଧରି ଏହି କାର୍ଯ୍ୟକ୍ରମ ବନ୍ଦ ରହିଥିଲା । ତେଣୁ ଚଳିତ ବର୍ଷ ରାମ ନବମୀ ପାଳନକୁ ସରସ ସୁନ୍ଦର ଓ ଆକର୍ଷଣୀୟ କରିବାକୁ ସବୁ ବର୍ଗର ଲୋକମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ