ଜଗତସିଂହପୁର: ଜଗତସିଂହପୁର ମାଟିର ବୀର ସନ୍ତାନ ଶହୀଦ ପ୍ରସନ୍ନ ସାହୁଙ୍କୁ ମନେ ପକାଇଛନ୍ତି ଜିଲ୍ଲାବାସୀ । ପୁଲୱାମା ଆକ୍ରମଣରେ ଶହୀଦ ହୋଇଥିବା 40ରୁ ଅଧିକ ବୀର ଯବାନଙ୍କ ଉଦ୍ଦେଶ୍ୟରେ ସମୁହ ତିଳ ତର୍ପଣ ,ଦୀପଦାନ ଓ ସର୍ବଧର୍ମପ୍ରାଥନା ସଭା ଅନୁଷ୍ଠିତ ହୋଇଛି ।
ଏହି ଅବସରରେ ବିଭିନ୍ନ ସ୍କୁଲ, କଲେଜ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ଶହୀଦଙ୍କ ଶ୍ରାଦ୍ଧ ଉତ୍ସବ ପାଳନ ସହିତ ତୈଳ ଚିତ୍ର ଉନ୍ମୋଚନ କରାଯାଇଥିଲା । ଶୁକ୍ରବାର ସନ୍ଧ୍ୟାରେ ଶହୀଦଙ୍କ ଉଦ୍ଦେଶ୍ୟରେ ସମଗ୍ର ଜିଲ୍ଲାବାସୀ ଦୀପଦାନ କରିଥିଲେ ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ