ETV Bharat / state

ପାରାଦ୍ୱୀପରେ ଇସ୍ପାତ ପ୍ରକଳ୍ପ ପାଇଁ ଜନଶୁଣାଣି

author img

By ETV Bharat Odisha Team

Published : Jan 11, 2024, 9:24 AM IST

Public Hearing For Steel Plant: ପାରାଦ୍ୱୀପର ନୂଆଗଡ଼ ଗାଁରେ ସ୍ଥାପନ ହେବ ୭ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଇସ୍ପାତ କାରଖାନା । ତେଣୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ପକ୍ଷରୁ ଅନୁଷ୍ଠିତ ହୋଇଛି ଜନଶୁଣାଣି । ଅଧିକ ପଢନ୍ତୁ

ପାରାଦ୍ୱୀପରେ ଇସ୍ପାତ ପ୍ରକଳ୍ପ ପାଇଁ ଜନ ଶୁଣାଣି

ପାରାଦ୍ୱୀପ: ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ ସ୍ଥିତ ନୂଆଗଡ଼ ଗ୍ରାମରେ ଆର୍ସେଲର ମିତ୍ତଲ ନିୟୁନ ଷ୍ଟିଲ୍ ଇଣ୍ଡିଆର ପ୍ରସ୍ତାବିତ ବାର୍ଷିକ ୭ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ସମନ୍ବିତ ଉତ୍ପାଦନ କାରଖାନା ପାଇଁ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଜନଶୁଣାଣି ସଭାରେ ଜଗତସିଂହପୁର ଜିଲ୍ଲାର ରାଜସ୍ବ ବିଭାଗର ଅତିରିକ୍ତ ଜିଲ୍ଲାପାଳ ଚିନ୍ମୟୀ ବିଶ୍ୱାଳ ସଭାପତିତ୍ୱ କରିଥିଲେ ।

୨୦୩୦ ସୁଦ୍ଧା ଦେଶରେ ୩୦୦ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଦେଶରେ ବର୍ତ୍ତମାନର ମୁଣ୍ଡପିଛା ଇସ୍ପାତ ବ୍ୟବହାର ୬୪.୨ କିଲୋଗ୍ରାମ ଥିବାବେଳେ ୨୦୩୦ ସୁଦ୍ଧା ମୁଣ୍ଡପିଛା ଇସ୍ପାତ ବ୍ୟବହାର ୧୬୦ କିଲୋଗ୍ରାମକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଲକ୍ଷ୍ୟ ପୂରଣ କରିବା ଉଦ୍ଦେଶ୍ୟରେ ଏଏମ୍/ଏସ୍ଏସ୍ ଇଣ୍ଡିଆ ପାରାଦ୍ୱୀପଠାରେ ବାର୍ଷିକ ୭ ନିୟୁତ ଟନ କ୍ଷମତା ଉତ୍ପାଦନ ପାଇଁ ଏକ ସମନ୍ବିତ ଇସ୍ପାତ କାରଖାନା ସ୍ଥାପନ କରିବାକୁ ଯୋଜନା କରିଛି ।

ପ୍ରସ୍ତାବିତ ସମନ୍ବିତ ଇସ୍ପାତ କାରଖାନା ବର୍ତ୍ତମାନ କାର୍ଯ୍ୟକ୍ଷମ ଥିବା ଏଏମ୍/ଏସ୍ଏସ୍ ଇଣ୍ଡିଆର ପ୍ଲେଟ ପ୍ଲାଣ୍ଟ ଓ ନିକଟ ନୂଆଗଡ ଗ୍ରାମରେ ପ୍ରତିଷ୍ଠା ହେବ । ଏହି ଇସ୍ପାତ କାରଖାନା ପାଇଁ ଆନୁମାନିକ ପ୍ରକଳ୍ପ ମୂଲ୍ୟ ପ୍ରାୟ ୩୮,୦୦୦ କୋଟି ଟଙ୍କା ଧାର୍ଯ୍ୟ ହୋଇଛି । ଏହି ଇସ୍ପାତ କାରଖାନାର ନିର୍ମାଣ ପରେ ପ୍ରଥମେ ପର୍ଯ୍ୟାୟରେ ୨୧,୦୦୦ ଲୋକ ଓ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରାୟ ୭୦୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ । ଦକ୍ଷତା ଉପରେ ଆଧାର କରି ସ୍ଥାନୀୟ ଯୁବବର୍ଗଙ୍କୁ ନିଯୁକ୍ତି କ୍ଷେତ୍ରରେ ଅଗ୍ରାଧିକାର ଦିଆଯିବ ବୋଲି ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ...ପଶ୍ଚିମ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ହେବ ଗବେଷଣା: କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଏହି ଜନଶୁଣାଣି କାର୍ଯ୍ୟକ୍ରମରେ ବିସ୍ଥାପିତ ହେବାକୁ ଥିବା ପରିବାରଙ୍କୁ ଉପଯୁକ୍ତ କ୍ଷତିପୂରଣ ସହିତ ଜୀବିକା ହରାଉଥିବା ପରିବାରଙ୍କୁ କମ୍ପାନୀରେ ଯୋଗ୍ୟତା ଭିତ୍ତରେ ସ୍ଥାୟୀ ନିଯୁକ୍ତି ଦେବାକୁ ସ୍ଥାନୀୟ ଲୋକେ ଦାବି କରିଥିଲେ । ଶିଳ୍ପ ପାଇଁ ପ୍ରାୟ 70 ପ୍ରତିଶତ ଲୋକେ ସମ୍ମତି ପ୍ରକାଶ କରିଥିବା ବେଳେ ପ୍ରାୟ 30 ପ୍ରତିଶତ ଲୋକେ ଏହାକୁ ବିରୋଧ କରିଥିଲେ ।

ତେବେ ଏହି କାର୍ଯ୍ୟକ୍ରମରେ ଓଏସପିସିବି ପାରାଦ୍ବୀପର ଆଞ୍ଚଳିକ ଅଧୁକାରୀ ପୁଷ୍କର ଚନ୍ଦ୍ର ବେହେରା ଜନଶୁଣାଣି ପରିଚାଳନା କରିଥିଲେ । ଏଥିରେ ପାରାଦ୍ବୀପ ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା, ଏଏମ୍/ଏନ୍‌ଏସ୍ ଇଣ୍ଡିଆର ପ୍ରକଳ୍ପ ପକ୍ଷରୁ ଓଡିଶା ପ୍ରୋଜେକ୍ଟସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରାଜୀବ ଭଟ୍ଟନାଗର, ବ୍ରାଉନ ଫିଲ୍ମ ପ୍ରୋଜେକ୍ସ ମୁଖ୍ୟ ଅରୁଣ କୁମାର ରଥ ସମେତ ଓଡିଶା ଅପରେସନ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପିକେ ମହାନ୍ତି ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ , ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.